Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ
ଆଜିର ଖବର

ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ

January 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନଭେମ୍ବର ମାସର ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓ ୪.୩୪ ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ବର୍ଗରେ ସଂପ୍ରତି ଅଗ୍ରଣୀ ସ୍ଥାନରେ ରହିଛି। ପ୍ରାୟ ୨୦ ବର୍ଷ ଧରି ଏହି ବର୍ଗରେ ବିଏସ୍‌ଏନ୍‌ଏଲ୍‌ର ଆଧିପତ୍ୟ ରହିଥିଲା।

ରିଲାଏନ୍ସ ଜିଓର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୧୬ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ୪.୩୪ ନିୟୁତକୁ ବୃଦ୍ଧିପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛଇ। ଅନ୍ୟପକ୍ଷରେ ବିଏସଏନଏଲ୍ ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୭୨ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ତାହା ୪.୨ ନିୟୁତକୁ ହ୍ରାସପାଇଛି । ନଭେମ୍ବର ମାସରେ ଭାରତୀ ଏୟାରଟେଲର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୪.୦୮ ନିୟୁତ ରହିଥିଲା।

ଜିଓ ୨୦୧୯ ସେପ୍ଟେମ୍ବରରେ ଜାହାର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ବ୍ୟବସାୟିକ ପ୍ରଚଳନ ଆରମ୍ଭ କରିଥିଲା। ଜିଓ ଶୂନରୁ ଆରମ୍ଭ କରିଥିବାବେଳେ ୨୦୧୯ ସେପ୍ଟେମ୍ବରରେ ବିଏସଏନଏଲ୍ ର ୮.୬୯ ନିୟୁତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ। ଭାରତୀ ଏୟାରଟେଲ୍‌ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍  ଗ୍ରାହକ ସଂଖ୍ୟା ୨୦୧୯ ସେପ୍ଟେମ୍ବରରେ ୨.୪୧ ନିୟୁତ ରହିଥିଲା।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୨୦୨୧ ଅକ୍ଟୋବର ମାସରେ ଉଭୟ ଫିକ୍ସଡ୍ ଲାଇନ୍ ଓ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକଙ୍କୁ ମିଶାଇ ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୭୯୮.୯୫ ନିୟୁତ ରହିଥିବାବେଳେ ୨୦୨୧ ନଭେମ୍ବରରେ ତାହା ୮୦୧.୬ ନିୟୁତକୁ ବୃଦ୍ଧିପାଇଛି। ଏହି ବର୍ଗରେ ରିଲାଏନ୍ସ ଜିଓ ତାହାର ଅଗ୍ରଣୀ ସ୍ଥାନ ବଜାୟ ରଖିଥିବା ଟ୍ରାଇ ଗ୍ରାହକ ରିପୋର୍ଟରୁ ଜଣାଯାଇଛି। ୨୦୨୧ ନଭେମ୍ବର ଶେଷସୁଦ୍ଧା ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟାର ୯୮.୬୮ ପ୍ରତିଶତ ଦେଶର ଶୀର୍ଷ ପାଂଚଟି ସେବା ଯୋଗାଣକାରୀଙ୍କ ନିକଟରେ ରହିଥିବା ଟ୍ରାଇ ପକ୍ଷରୁ କୁହାଯାଇଛି।

ରିଲାଏନ୍ସ ଜିଓର ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ନଭେମ୍ବରରେ ୪୩୨.୯୬ ନିୟୁତ  ରହିଥିବା ଜଣାଯାଇଛି। ଏହା ପଛକୁ ଭାରତୀ ଏୟାରଟେଲର ୨୧୦.୧୦ ନିୟୁତ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ। ସେହିଭଳି ଭୋଡାଫୋନ ଆଇଡିଆ ଲିମିଟେଡର ୧୨୨.୪୦ ନିୟୁତ ଏବଂ ବିଏସଏନଏଲର ୨୩.୬୨ ନିୟୁତ ବ୍ରଡବ୍ୟାଣ୍ଡ୍ ଗାହକ ରହିଥିବା ଜଣାଯାଇଛି।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.