Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓଫୋନ୍ ନେକ୍ସ୍‌ଟ୍ ଏବେ ଓଡ଼ିଶାର ୭,୦୦୦ରୁ ଅଧିକ ରିଟେଲ୍ ଷ୍ଟୋର୍‌ରେ ଉପଲବ୍ଧ
ଆଜିର ଖବର

ଜିଓଫୋନ୍ ନେକ୍ସ୍‌ଟ୍ ଏବେ ଓଡ଼ିଶାର ୭,୦୦୦ରୁ ଅଧିକ ରିଟେଲ୍ ଷ୍ଟୋର୍‌ରେ ଉପଲବ୍ଧ

March 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍‌ଟ୍ ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍‌ଗୁଡ଼ିକ ସମେତ ଜିଓ ଷ୍ଟୋର୍‌, ଜିଓ ପଏଂଟ୍‌, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଂଟର୍ ଆଦିଗୁଡ଼ିକରେ ଉପଲବ୍ଧ ହୋଇଛି। ବ୍ୟାପକ ଭାବେ ଉପଲବ୍ଧ ହୋଇଥିବାରୁ ନିଜ ଫିଚର୍ ଫୋନ୍‌କୁ ସ୍ମାର୍ଟଫୋନ୍‌ରେ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ହାସଲ କରିବା ସୁଯୋଗ ସେମାନଙ୍କ ଘର ପାଖରେ ପହଂଚିପାରିଛି।

ଉନ୍ମୋଚନ ହେବା ପରଠାରୁ ଜିଓଫୋନ୍ ନେକ୍ସ୍‌ଟ୍ ଏହାର ଅନନ୍ୟ ଡିଜିଟାଲ୍ ଅନୁଭୂତି ମାଧ୍ୟମରେ ବିଶେଷ କରି ଓଡ଼ିଶାର ଦୂରଦୂରାନ୍ତ ଅଂଚଳ ସମେତ ସହରାଚଂଳରେ ବାସ କରୁଥିବା ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କୁ ଉଲ୍ଲସିତ କରିଛି। ଦାମିକା ସ୍ମାର୍ଟଫୋନ୍ ଭଳି ଏଥିରେ ସର୍ବାଧୁନିକ ଫିଚର୍ ଓ ସୁବିଧା ସୁଯୋଗ ସାଙ୍ଗକୁ ସମସ୍ତ ଗୁଗୁଲ୍ ଆପ୍ ସମୂହ ଏବଂ ଜିଓର ପ୍ରିମିୟମ୍ ଆପ୍ଲିକେସନ୍‌, ଶକ୍ତିଶାଳୀ ପଛ କ୍ୟାମେରା ଓ ସାମ୍ନା ସେଲ୍ଫି କ୍ୟମେରା ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି ଯାହା ଫିଚର ଫୋନରୁ ସ୍ମାର୍ଟଫୋନ୍‌କୁ ଅପ୍‌ଗ୍ରେଡ୍ ହେଉଥିବା ହଜାର ହଜାର ଗ୍ରାହକଙ୍କୁ ରୋମାଂଚିତ କରୁଛି।

ନିଜ ବର୍ଗରେ ସବୁଠୁ ସୁଲଭ ସ୍ମାର୍ଟଫୋନ୍ ଭାବେ ପରିଚିତ ଜିଓଫୋନ୍ ନେକ୍ସ୍‌ଟ୍ କେବଳ ୬,୪୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି। ତେବେ ସ୍ୱଳ୍ପ ମାସିକ କିସ୍ତିରେ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମାତ୍ର ୧,୯୯୯ ଟଙ୍କା ଦେଇ ଜିଓଫୋନ୍ ନେକ୍ସ୍‌ଟ୍ କିଣିପାରିବେ ଏବଂ ବଳକା ଟଙ୍କାକୁ ୧୮ କିମ୍ବା ୨୪ ମାସର ସହଜ ମାସିକ କିସ୍ତି (ଇଏମ୍‌ଆଇ) ଆକାରରେ ମଧ୍ୟ ଦେଇପାରିବେ।

ଜିଓଫୋନ୍ ନେକ୍ସ୍‌ଟ୍ ହେଉଛି ପ୍ରଥମ ଧରଣର ସ୍ମାର୍ଟଫୋନ୍ ଯେଉଁଥିରେ ପ୍ରଗତି ଓଏସ୍ (ଅପରେଟିଙ୍ଗ୍ ସିଷ୍ଟମ୍‌) ରହିଛି ଯାହାକୁ ଜିଓଫୋନ୍ ନେକ୍ସ୍‌ଟ୍ ପାଇଁ ଆଣ୍ଡ୍ରଏଡ୍‌ର ଉନ୍ନତ ଭର୍ସନ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଭାରତରେ ଗ୍ରାହକମାନଙ୍କୁ ସହଜ ଏବଂ ଉଲ୍ଲାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରୁଛି। ସାରା ଦେଶର ନିୟୁତାଧିକ ଗ୍ରାହକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ନଜରରେ ରଖି ଉଭୟ ଗୁଗୁଲ୍ ଓ ଜିଓ ମିଳିତ ଭାବେ ଏହି ଅପରେଟିଂ ସିଷ୍ଟମ୍ ବିକଶିତ କରିଛନ୍ତି।

ଜିଓଫୋନ୍ ନେକ୍ସଟ୍‌ରେ ଏହି ବର୍ଗର ଫୋନ୍ ଗୁଡିକ ତୁଳନାରେ ଅନେକ ବିଶେଷ ସୁବିଧା ଯେଭଳିକି ୧୦ଟି ଭାଷାର ବିକଳ୍ପ, ଅନୁବାଦ ସୁବିଧା, ରିଡ୍ ଏଲାଉଡ୍ ଭଳି ସୁବିଧା ରହିଛି। ବ୍ୟବହାରକାରୀ ବୁଝିପାରୁନଥିବା କୌଣସି ଭାଷାକୁ ମାତ୍ର ଗୋଟିଏ କ୍ଲିକ୍ ରେ ନିଜ ପସନ୍ଦର ଭାଷାକୁ ଅନୁବାଦ କରି ପଢିପାରିବେ। ଏହି ଅନୁବାଦ ଓ ରିଡ୍ ଆଲାଉଡ୍ ସୁବିଧା ଗ୍ରାହକଙ୍କ ଫୋନ୍ ସ୍କ୍ରିନ୍ ରେ ରହିଥିବା ଲେଖା ବା ଆପ୍ କିମ୍ବା ୱେବ୍ ସାଇଟ୍ ତଥା ଫଟୋରେ ରହିଥିବା ଲେଖାକୁ ମଧ୍ୟ ସେମାନଙ୍କ ପସନ୍ଦର ଭାଷାରେ ଅନୁବାଦ କରିପାରିବ। ଆପ୍ ଆକ୍ସନ୍‌ସକୁ ବ୍ୟବହାର କରି ଗ୍ରାହକମାନେ ଭଏସ୍ ଫାଷ୍ଟ୍ ଦକ୍ଷତାକୁ ଉପଯୋଗ କରିପାରିବେ ଯାହା ଗ୍ରାହକଙ୍କୁ ଫୋନ୍‌ରେ ଜିଓ ଆପ୍‌ର ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ।

ଜିଓଫୋନ୍ ନେକ୍ସ୍‌ଟ୍ ରେ ୫.୪୫ ଇଂଚ୍‌ର ଏଚ୍‌ଡି ଡିସ୍‌ପ୍ଲେ ମଲ୍‌ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗୋରିଲା ଗ୍ଲାସ୍ ଥ୍ରି, ପୂର୍ବରୁ ଲୋଡ୍ ହୋଇଥିବା ଅପ୍ଟିମାଇଜ୍‌ଡ ଜିଓ ଓ ଗୁଗୁଲ୍‌ର ଆପ୍ ସମୂହ, ଶକ୍ତିଶାଳୀ ୧୩ ମେଗାପିକ୍ସେଲ୍ ପଛ କ୍ୟାମେରା, ୮ ମେଗାପିକ୍ସେଲ୍ ସାମ୍ନା ସେଲ୍‌ଫି କ୍ୟାମେରା ସହିତ ବିଲ୍‌ଟ ଇନ୍ ଫିଲ୍‌ଟର ଓ ସ୍ୱଳ୍ପ ଆଲୋକରେ ଫଟୋ ଉଠାଇବା ସୁବିଧା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ଆଭ୍ୟନ୍ତରୀଣ ମେମୋରି, ୫୧୨ ଜିବି ପର୍ଯ୍ୟନ୍ତର ବାହ୍ୟ ମେମୋରି ଲାଗି ସ୍ୱତନ୍ତ୍ର ସ୍ଲଟ୍‌, ସ୍ୱୟଂକ୍ରିୟ ସଫ୍ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍ ସୁବିଧା, ବ୍ଲୁଟୁଥ୍‌, ୱାଇ ଫାଇ, ହଟ୍‌ସ୍ପଟ୍‌, ଓଟିଜି ସହାୟତା, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଆଦି ସୁବିଧା ରହିଛି।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.