Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନୁଚିନ୍ତା: ପ୍ରଶ୍ନ ଉଠେ, ଚଳଚ୍ଚିତ୍ର କଳାକାରମାନେ କାହିଁକି କୋଟି କୋଟି ଟଙ୍କା ପାରିଶ୍ରମିକ ପାଆନ୍ତି !!!
ବିଶେଷ ଖବର

ଅନୁଚିନ୍ତା: ପ୍ରଶ୍ନ ଉଠେ, ଚଳଚ୍ଚିତ୍ର କଳାକାରମାନେ କାହିଁକି କୋଟି କୋଟି ଟଙ୍କା ପାରିଶ୍ରମିକ ପାଆନ୍ତି !!!

March 13, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅନୁଚିନ୍ତା: ପ୍ରଶ୍ନ ଉଠେ, ଚଳଚିତ୍ର କଳାକାରମାନେ କାହିଁକି କୋଟିକୋଟି ଟଙ୍କା ପାରିଶ୍ରମିକ ପାଆନ୍ତି !!!

ଭୁବନେଶ୍ବର: ସବୁବେଳେ ସାଧାରଣରେ ପ୍ରଶ୍ନ ଉଠେ ଯେ, ଚଳଚ୍ଚିତ୍ର ଅଭିନେତା ବା ଅଭିନେତ୍ରୀମାନେ ଏମିତି କ’ଣ କରନ୍ତି ଯେ ଏକ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ ୫୦ କୋଟି କିମ୍ବା ୧୦୦ କୋଟି ଟଙ୍କା ପାଇଥାନ୍ତି ? ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏହାକୁ ନେଇ ଆଲୋଚନା ହୋଇଥିଲା। ଯେତେବେଳେ ସେ ଏକ ଇଞ୍ଜିନିୟରିଂ ଟପ୍ପର ଥିଲେ ସେ କାହିଁକି ଫିଲ୍ମ ଫିଲ୍ଡ ବାଛିଲେ ?

ଯେଉଁ ଦେଶରେ ବିଶିଷ୍ଟ ବୈଜ୍ଞାନିକ,ଡାକ୍ତର,ଇଞ୍ଜିନିୟର, ପ୍ରଫେସର ଓ ଅଧିକାରୀ ମାନଙ୍କୁ ବର୍ଷକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମିଳିଥାଏ, ଯେଉଁ ଦେଶର ରାଷ୍ଟ୍ରପତି ବାର୍ଷିକ ୧ କୋଟିରୁ କମ୍ ରୋଜଗାର କରିଥାନ୍ତି । ସେହି ଦେଶରେ ଜଣେ ଚଳଚ୍ଚିତ୍ର ଅଭିନେତା ପ୍ରତି ବର୍ଷ୧୦ କୋଟିରୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିଥାନ୍ତି। ବାସ୍ତବରେ, ସେମାନେ କ’ଣ କରନ୍ତି ? ଦେଶର ବିକାଶରେ ସେମାନଙ୍କର ଅବଦାନ କ’ଣ ? ଶେଷରେ, ସେମାନେ ଏପରି ଭାବରେ କ’ଣ କରିଥାନ୍ତି ଯେ ବର୍ଷଟିଏ ରେ ଏତେ କମେଇ ଥାନ୍ତି ଯାହାକୁ ଦେଶର ସର୍ବୋଚ୍ଚ ବୈଜ୍ଞାନିକ ସେତିକି ରୋଜଗାର କରିବାକୁ ହୁଏତ ୧୦୦ବର୍ଷ ଲାଗିପାରେ ?

ଆଜି ଦେଶର ନୂତନ ପିଢି କୁ ଆକର୍ଷିତ କରି ରଖିଥିବା ତିନୋଟି କ୍ଷେତ୍ର ହେଉଛି ସିନେମା, କ୍ରିକେଟ୍ ଏବଂ ରାଜନୀତି। ଏହି ତିନୋଟି କ୍ଷେତ୍ରର ଲୋକଙ୍କର ରୋଜଗାର ଏବଂ ପ୍ରତିଷ୍ଠା ସବୁ ସୀମାରୁ ବାହାରେ। ଏହି ତିନୋଟି କ୍ଷେତ୍ର ହେଉଛି ଆଧୁନିକ ଯୁବକମାନଙ୍କର ଆଦର୍ଶ। ବର୍ତ୍ତମାନ ସେମାନଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ମନେ ରଖିବା ଉଚିତ୍ ଯେ ବିଶ୍ୱସନୀୟତାର ଅନୁପସ୍ଥିତିରେ ଜିନିଷଗୁଡ଼ିକ ପ୍ରାସଙ୍ଗିକ ରହେ ନାହିଁ।

ଯେତେବେଳେ ଜିନିଷ ମହଙ୍ଗା ହୁଏ, ଅବିଶ୍ୱାସନୀୟ ହୁଏ, ଅପ୍ରାସଙ୍ଗିକ ହୁଏ,ସେତେବେଳେ ତାହା ଦେଶ ଏବଂ ସମାଜ ପାଇଁ ଅର୍ଥହୀନ ତଥା ବେଳେବେଳେ ଆତ୍ମଘାତୀ ମଧ୍ୟ ହୋଇଥାଏ। ଭାବନ୍ତୁ ସୁଶାନ୍ତ କିମ୍ବା ଅନ୍ୟ କୌଣସି ଯୁବକ କିମ୍ବା ଯୁବତୀ ଏହି କ୍ଷେତ୍ର ପ୍ରତି ଆକର୍ଷିତ ହୁଅନ୍ତି,ତେବେ ଏହା ସମ୍ପୂର୍ଣ୍ଣ ଅସ୍ୱାଭାବିକ କି ? ମୁଁ ସେପରି ଭାବୁନାହିଁ ଯେ କୌଣସି ସାଧାରଣ ବ୍ୟକ୍ତି ଧନ, ଲୋକପ୍ରିୟତା ଏବଂ ଥାଟବାଟ ପ୍ରତି ପ୍ରଭାବିତ ହୋଇ ଯାଇଥାନ୍ତି।
ବଲିଉଡରେ ଡ୍ରଗସ୍ କିମ୍ବା ବେଶ୍ୟାବୃତ୍ତି। କ୍ରିକେଟ୍ ରେ ମ୍ୟାଚ୍ ଫିକ୍ସିଂ, ରାଜନୀତିରେ ଗୁଣ୍ଡାଗର୍ଦି – ଦୁର୍ନୀତି। ଏସବୁ ପଛରେ ମୁଖ୍ୟ କାରଣ ହେଉଛି ଅର୍ଥ ଏବଂ ଏହି ସମ୍ପତ୍ତିକୁ ସେମାନଙ୍କ ନିକଟକୁ ଆମେ ହିଁ ପହୁଞ୍ଚାଇ ଥାଉ ।ଆମରି ଟଙ୍କା କୁ ଆମେ ହିଁ ନିଆଁ ଲଗାଉଛୁ ଓ ଆମର କ୍ଷତି କରୁଛୁ। ଏହା ହେଉଛି ମୂର୍ଖତାର ପରାକାଷ୍ଠା।

୭୦-୮୦ ବର୍ଷ ପୂର୍ବେ ପ୍ରସିଦ୍ଧ ଅଭିନେତାମାନଙ୍କୁ ସାଧାରଣ ଦରମା ମିଳୁଥିଲା। ୩୦-୪୦ ବର୍ଷ ପୂର୍ବେ କ୍ରିକେଟରଙ୍କ ରୋଜଗାର ମଧ୍ୟ ବିଶେଷ କିଛି ନଥିଲା। ୩୦-୪୦ ବର୍ଷ ପୂର୍ବେ ମଧ୍ୟ ରାଜନୀତି ଏତେ ଅଶାନ୍ତ ନଥିଲା। ଧୀରେ ଧୀରେ ସେମାନେ ଆମକୁ ଲୁଟିବା ଆରମ୍ଭ କଲେ ଏବଂ ଆମେ ମଧ୍ୟ ଖୁସିରେ ଲୁଣ୍ଠିତ ହୋଇ ଚାଲିଲୁ ।

ଆମେ ଏହି ମାଫିଆର କବଳରେ ଫସି ରହି ଆମ ପିଲାମାନଙ୍କର ଭବିଷ୍ୟତ, ଆମ ଦେଶର ଭବିଷ୍ୟତ କୁ ନଷ୍ଟ କରି ଚାଲିଲେ। ୫୦ ବର୍ଷ ପୂର୍ବେ, ଚଳଚ୍ଚିତ୍ରଗୁଡିକ ଏତେ ଅଶ୍ଳୀଳ ଏବଂ ବାଜେ ନଥିଲା। କ୍ରିକେଟର ଏବଂ ରାଜନେତାମାନେ ଏତେ ଅହଂକାରୀ ନଥିଲେ । ଆଜି ତ ଏମାନେ ଆମର ଭଗବାନ ହୋଇଯାଇଛନ୍ତି। ବର୍ତ୍ତମାନ ସେମାନଙ୍କୁ ମୁଣ୍ଡରୁ ଉଠାଇ କଚାଡି ଦେବାର ଆବଶ୍ୟକତା ଅଛି। ଯାହା ଦ୍ଵାରା ସେମାନେ ନିଜର ସ୍ଥିତିକୁ ଚିହ୍ନି ପାରିବେ।

ଥରେ ଭିଏତନାମ ରାଷ୍ଟ୍ରପତି ହୋ-ଚି-ମିନି ଭାରତକୁ ଆସିଥିଲେ। ଭାରତୀୟ ମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ସେ ପଚାରିଥିଲେ -“ତୁମେମାନେ କଣ କର ?”ସେମାନେ କହିଥିଲେ – “ଆମ୍ଭେମାନେ ରାଜନୀତି କରୁଛୁ। ” ସେ ଏହି ଉତ୍ତର କୁ ବୁଝିପାରିଲେ ନାହିଁ। ସେ ପୁଣି ପଚାରିଲେ-” ତୁମର ବୃତ୍ତି କ’ଣ ?” ମନ୍ତ୍ରୀ ମାନେ କହିଥିଲେ “ରାଜନୀତି ଆମର ବୃତ୍ତି।” ଟିକିଏ ବିରକ୍ତ ହୋଇ ହୋ ଚି ମିନ୍ କହିଲେ – “ବୋଧହୁଏ ଆପଣ ମାନେ ମୋର ପଚାରିବାର ଅର୍ଥ ବୁଝିଲେ ନାହିଁ , ମୁଁ କଣ ଜାଣିବାକୁ ଚାହୁଁଥିଲି। ରାଜନୀତି ତ ମୁଁ ମଧ୍ୟ କରେ;କିନ୍ତୁ ମୁଁ ବୃତ୍ତି ରେ ଜଣେ କୃଷକ,ମୁଁ ଚାଷ କରେ,ଚାଷ କରି ମୋର ଜୀବିକା ନିର୍ବାହ କରେ ଜ୍ଝସକାଳ ଓ ସନ୍ଧ୍ୟାରେ ମୁଁ ଆମର କ୍ଷେତରେ କାମ କରେ। ଦିନରେ ଦେଶର ରାଷ୍ଟ୍ରପତି ଭାବରେ ମୁଁ ମୋର କର୍ତ୍ତବ୍ୟ କରେ।

“ଭାରତୀୟ ପ୍ରତିନିଧି ମାନେ ଚୁପ୍ ଥିଲେ,ସେମାନଙ୍କ ପାଖରେ କୌଣସି ଉତ୍ତର ନଥିଲା।ଯେତେବେଳେ ହୋ-ଚି-ମିନ୍ ପୁନର୍ବାର ସମାନ କଥା ପଚାରିଲେ, ପ୍ରତିନିଧିମଣ୍ଡଳର ଜଣେ ସଦସ୍ୟ ଲଜ୍ଜିତ ଭାବରେ କହିଲେ- “ରାଜନୀତି କରିବା ହିଁ ଆମ ସମସ୍ତଙ୍କର ବୃତ୍ତି। ”

ଏଥିରୁ ସ୍ପଷ୍ଟ ଯେ ଭାରତୀୟ ନେତାଙ୍କ ପାଖରେ ଏହାର କୌଣସି ଉତ୍ତର ନ ଥିଲା। ପରେ ଏକ ସର୍ଭେରୁ ଜଣାପଡିଲା ଯେ, ଭାରତରେ ୬ ଲକ୍ଷରୁ ଅଧିକ ଲୋକ ରାଜନୀତି କରି ଜୀବିକା ନିର୍ବାହ କରନ୍ତି । ଆଜି ଏହି ସଂଖ୍ୟା ଏକ କୋଟିରେ ଯାଇ ପହଞ୍ଚିଯାଇଛି। କିଛି ମାସ ପୂର୍ବରୁ, ଯେତେବେଳେ ୟୁରୋପ କରୋନା ଦ୍ୱାରା ଧ୍ୱଂସ ହେଉଥିଲା, ଡାକ୍ତରମାନଙ୍କୁ ଲଗାତାର ଅନେକ ମାସ ପର‌୍ୟ୍ୟନ୍ତ ଟିକେ ମଧ୍ୟ ବିରତି ମିଳୁନଥିଲା । ତା’ପରେ ପର୍ତ୍ତୁଗାଲର ଜଣେ ଡାକ୍ତରାଣୀ ବିତସ୍ପୃହ ହୋଇ କହିଲେ ,”ଏବେ ରୋନାଲଡୋ ପାଖକୁ ଯାଅନା,ଯାହାକୁ ତୁମେ ଲକ୍ଷ ଲକ୍ଷ ଟଙ୍କା ଦିଅ ।

ମୁଁ ତ କେବଳ କିଛି ହଜାର ଟଙ୍କା ପାଏ।

“ମୁଁ ଦୃଢ ଭାବରେ ବିଶ୍ଵାସ କରେ ଯେ ଯେଉଁ ଦେଶରେ ଯୁବ ପିଢି , ଛାତ୍ରମାନଙ୍କର ଆଦର୍ଶ ବୈଜ୍ଞାନିକ,ଡାକ୍ତର, ଗବେଷଣାକାରୀ, ଏକାଡେମିସିଆନ୍ ଇତ୍ୟାଦି ନ ହୋଇ,ଅଭିନେତା, ରାଜନେତା ଏବଂ କ୍ରୀଡ଼ାବିତ୍ ହେବେ,ସେତେବେଳେ ଯଦିଓ ସେମାନଙ୍କର ଆର୍ଥିକ ପ୍ରଗତି ହେବ,ଦେଶ କଦାପି ଅଗ୍ରଗତି କରିବ ନାହିଁ। ସାମାଜିକ, ବୌଦ୍ଧିକ,ସାଂସ୍କୃତିକ,ରଣନୀତି ଅନୁଯାୟୀ ଦେଶ ସର୍ବଦା ପଛୁଆ ରହିବ।

ଏପରିକି ଦେଶର ଏକତା ଏବଂ ଅଖଣ୍ଡତା ସର୍ବଦା ବିପଦରେ ରହିବ।ଯେଉଁ ଦେଶରେ ଅନାବଶ୍ୟକ ଏବଂ ଅପ୍ରାସଙ୍ଗିକ କ୍ଷେତ୍ରର ପ୍ରାଧାନ୍ୟତା ବୃଦ୍ଧି ପାଇବ , ସେହି ଦେଶ ଦିନକୁ ଦିନ ଦୁର୍ବଳ ହୋଇଯିବ।ଦେଶରେ ଦୁର୍ନୀତିଗ୍ରସ୍ତ ତଥା ଦେଶଦ୍ରୋହୀ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ, ସଚ୍ଚୋଟ ବ୍ୟକ୍ତିମାନେ ଧରାଶାୟୀ ହେବେ ଏବଂ ଜାତୀୟତାବାଦୀ ଲୋକମାନେ ଅତି କଷ୍ଟଦାୟକ ଜୀବନଯାପନ କରିବାକୁ ବାଧ୍ୟ ହେବେ।”

ସବୁ କ୍ଷେତ୍ରରେ କିଛି ଭଲ ଲୋକ ମଧ୍ୟ ରହିଥାନ୍ତି। ସେମାନଙ୍କଙ୍କ ବ୍ୟକ୍ତିତ୍ୱ ପାଇଁ ସର୍ବଦା ସମ୍ମାନ ରହିବ। ପ୍ରତିଭାବାନ, ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ସମାଜସେବୀ, ଦେଶପ୍ରେମୀ, ଜାତୀୟତାବାଦୀ, ଲଢୁଆ ତଥା ସାହସୀ ଲୋକଙ୍କୁ ଆମର ଆଦର୍ଶ କରିବା ଆବଶ୍ୟକ। ଆମକୁ ନାଟୁଆ , ନାଟୁଆଣୀ, ମଦୁଆ, ବେଧୁଆ, ଗୁଣ୍ଡା, ବଂଶବାଦୀ,ଜାତିବାଦୀ ତଥା ଦୁର୍ଦ୍ଦାନ୍ତ ଦେଶଦ୍ରୋହୀଙ୍କୁ ଭୂଲୁଣ୍ଠିତ ଅପମାନିତ କରି ତଥା ସାମାଜିକ, ଅର୍ଥନୀତିକ ଏବଂ ରାଜନୈତିକ ଦୃଷ୍ଟିରୁ ବଏକଟ୍ କରିବାର ପ୍ରବୃତ୍ତି କୁ ବିକାଶ କରିବାକୁ ପଡିବ।

ଯଦି ଆମେ ଏହା କରିପାରିବା ତେବେ ଏହା ଠିକ୍ ଅଛି, ନଚେତ୍ ଦେଶର ଅଧୋଗତି ମଧ୍ୟ ନିଶ୍ଚିତ। ଆପଣ ନିଜେ ସ୍ଥିର କରନ୍ତୁ ଯେ ସଲମାନ୍ ଖାନ୍ , ଆମୀର ଖାନ୍, ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଜିତେନ୍ଦ୍ର, ହେମା, ରେଖା, ଜୟା ଆମ ଦେଶର ବିକାଶରେ କ’ଣ ସହଯୋଗ କରିଛନ୍ତି? ଆମର ପିଲାମାନେ ମୂର୍ଖ ପରି, ସେମାନଙ୍କୁ ଆଦର୍ଶ କରି ରଖିଛେ ।

ଅନୁଚିନ୍ତା ଚଳଚ୍ଚିତ୍ର କଳାକାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.