
ନୂଆଦିଲ୍ଲୀ: ଦେଶରେ ଇନ୍ଧନ ଦର ବୃଦ୍ଧି ପାଉଛି ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଏହି ସମୟରେ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗ୍ରୀନ୍ ହାଇଡ୍ରୋଜେନ କାରରେ ଚାଲୁଥିବା କାରରେ ସଂସଦ ଗୃହରେ ପହଞ୍ଚିଛନ୍ତି। ଭାରତରେ ଏହା ହେଉଛି ପ୍ରଥମ କାର, ଯାହା ଗ୍ରୀନ ହାଇଡ୍ରୋଜେନ ଉପରେ ଚାଲିବ। ପାଇଲଟ୍ ପ୍ରକଳ୍ପ ଅଧୀନରେ ମନ୍ତ୍ରୀ ଆଜି ସକାଳେ ଏକ କାରରେ ତାଙ୍କ ବାସଭବନରୁ ସଂସଦ ଗୃହରେ ପହଞ୍ଚିଥିଲେ। ଏଥିରେ ଟାଙ୍କି ପୂର୍ଣ୍ଣ ହେବା ପରେ ୬୦୦ କିଲୋମିଟର ଯାତ୍ରା କରାଯାଇପାରିବ, ଯାହାର କିଲୋମିଟର ପ୍ରତି ୨ ଟଙ୍କା ଖର୍ଚ୍ଚ ହେବ। ପାଏହାର ଟ୍ୟାଙ୍କ 5 ମିନିଟ ମଧ୍ୟରେ ପୂର୍ଣ୍ଣ ହୁଏ ।
ଏ ସମ୍ପର୍କରେ ନିତିନ ଗାଡକରୀ କହିଛନ୍ତି ଯେ, ଭାରତର ପ୍ରଥମ ହାଇଡ୍ରୋଜେନ ଭିତ୍ତିକ ଇନ୍ଧନ ସେଲ ଇଲେକ୍ଟ୍ରିକ୍ ଯାନ (FCEV) ଟୟୋଟା ମିରାଇ ଚଳିତ ମାସ ଆରମ୍ଭରେ ଲଞ୍ଚ କରାଯାଇଥିଲା। ଏକ କାରକୁ ଗ୍ରୀନ ହାଇଡ୍ରୋଜେନ କିପରି ଶକ୍ତି ଦେଇପାରେ ସେ ବିଷୟରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭାରତର ଶକ୍ତି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଗ୍ରୀନ୍ ହାଇଡ୍ରୋଜେନ୍ କାର୍ଯ୍ୟକ୍ଷମ ଏବଂ ପରିବେଶ ଅନୁକୂଳ ହେବ ବୋଲି ସେ କହିଛନ୍ତି।