Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ
ବିଶେଷ ଖବର

୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ

March 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି। ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲିଟୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲିଟୀ ମିଳିଛି।

କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲିଟୀ ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି। ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍‌ ଉପରେ ରୟାଲିଟୀ ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧ୍ୟୟନ ଗୋଷ୍ଠୀ ବିଭିନ୍ନ ଅଂଶୀଦାର ରାଜ୍ୟମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। କୋଇଲା ଉତ୍ପାଦନକାରୀ ରାଜ୍ୟମାନେ କୋଇଲା ରୟାଲିଟୀ ଦରକୁ ବର୍ତ୍ତମାନର ୧୪ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିବା ଲାଗି ଦାବି କରୁଛନ୍ତି। ଅନ୍ୟପଟେ କୋଇଲା ଉପଯୋଗକାରୀ ରାଜ୍ୟମାନେ ରୟାଲିଟୀ ଦରକୁ ୧୪%ରୁ କମାଇ ଅତିବେଶୀରେ ୫-୬ ପ୍ରତିଶତ ମଧ୍ୟରେ ରଖିବା ପାଇଁ ଦାବି କରି ଆସୁଛନ୍ତି।

ଅଧ୍ୟୟନ ଗୋଷ୍ଠୀ ସବୁ ଦିଗରୁ ବିଚାର କରିବା ପରେ ରିପୋର୍ଟ ଦାଖଲ କରିଛି। ଏଥିରେ ରୟାଲିଟୀ ଦରରେ କୌଣସି ପରିବର୍ତ୍ତନ ନକରିବା ପାଇଁ ସୁପାରିସ କରାଯାଇଛି କାରଣ ରୟାଲିଟୀ ଉପରେ ୩୦ ପ୍ରତିଶତ ହାରରେ ଡିଏମଏଫ ଦର ଏବଂ ରୟାଲିଟୀ ଉପରେ ୨ପ୍ରତିଶତ ହାରରେ ଏନଏମଇଟି ଦର ଲାଗୁ ହେବା ପରେ ମୋଟ୍‌ ଲାଗୁ ପରିମାଣ ୧୮.୪୮%ରେ ଅର୍ଥାତ୍‌ {(୧୪%+ ୪.୨ (୧୪%ର 30%) + .୨୮ (୧୪% ର ୨%) ରେ } ପହଞ୍ଚି ଯାଉଛି।

ତଦନୁଯାୟୀ, ଅଧ୍ୟୟନ ଗୋଷ୍ଠୀ ନିମ୍ନମତେ ସୁପାରିସ କରିଛି:

ତା ୧୦.୦୫.୨୦୧୨ରିଖରେ ଜାରି ବିଧିବଦ୍ଧ ବିଜ୍ଞପ୍ତି ସଂଖ୍ୟା ଜି.ଏସ.ଆର ୩୪୯ ଅନୁଯାୟୀ ପ୍ରସ୍ତାବିତ ରୟାଲିଟୀରେ କୌଣସି ପରିବର୍ତ୍ତନର ପ୍ରସ୍ତାବ ନାହିଁ। ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଉତ୍ପାଦିତ କୋଇଲା ଉପରେ ରୟାଲିଟୀ ଦର ମୂଲ୍ୟାନୁସାରେ ୧୪%ରେ ଅପରିବର୍ତ୍ତିତ ରହିବ, ଟିକସ, ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କକୁ ବାଦ୍‌ ଦେଇ ଇନଭଏସରେ ପ୍ରତିଫଳିତ ଦର।

ତା ୧୦.୦୫.୨୦୧୨ରେ ଜାରି ବିଜ୍ଞପ୍ତି ଜି.ଏସ.ଆର ୩୪୯ (ଇ) ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରେ ଉତ୍ପାଦିତ କୋଇଲା ଉପରେ ଲାଗୁ ରୟାଲିଟୀ ପ୍ରତି ଟନ୍‌ ପିଛା ଟଙ୍କା ଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଅଧ୍ୟୟନ ଗୋଷ୍ଠୀର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି ଏବଂ ରୟାଲିଟୀ ଦର ବଢ଼ାଇବା ପାଇଁ ବର୍ତ୍ତମାନର ସରକାରଙ୍କର କୌଣସି ଯୋଜନା ନାହିଁ।

ଓଡିଶା ପ୍ରହ୍ଲାଦ ଯୋଶୀ ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.