Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ବିଦ୍ୟୁତ ଯାନ ସବ୍‌ସିଡ଼ି ପୋର୍ଟାଲର ଶୁଭାରମ୍ଭ
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ବିଦ୍ୟୁତ ଯାନ ସବ୍‌ସିଡ଼ି ପୋର୍ଟାଲର ଶୁଭାରମ୍ଭ

April 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ପରିବେଶ  ଅନୁକୂଳ ବିଦ୍ୟୁତ  ଯାନ  ବ୍ୟବହାରକୁ ପ୍ରୋତ୍ସାହିତ  କରିବା ନିମନ୍ତେ  ଉଦ୍ଧିଷ୍ଟ ବିଦ୍ୟୁତ ଯାନ  ନିୟାମକ-୨୦୨୧ ର ତ୍ୱରାନିତ୍ୱ କାର୍ଯ୍ୟାନ୍ୱୟନ  ନିମନ୍ତେ  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ବିଦ୍ୟୁତ ଯାନ  ସବ୍‌ସିଡ଼ି  ପୋର୍ଟାଲ​‌ର ଶୁଭାରମ୍ଭ  କରିଛନ୍ତି।

ଲୋକସେବା  ଭବନରେ ଆୟୋଜିତ ଏକ  ସଭାରେ ବାଣିଜ୍ୟ ଓ ପରିବହନ ବିଭାଗ  ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବୈଦ୍ୟୁତିକ  ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ  ଶାସନ ସଚିବ ମନୋଜ  କୁମାର ମିଶ୍ର ଏବଂ  ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ  ଉପସ୍ଥିତିରେ  ମୁଖ୍ୟ ଶାସନ ସଚିବ ରାଜ୍ୟ ଲୋକସେବା ଭବନରୁ  ଆଜି ଏହି ପୋର୍ଟାଲର  ଶୁଭାରମ୍ଭ କରିଛନ୍ତି।

ପୋର୍ଟାଲକୁ ବ୍ୟାଙ୍କ୍‌ମାନଙ୍କର ଅନ୍‌ଲାଇନ୍‌ ପେମେଣ୍ଟ୍‌ ବ୍ୟବସ୍ଥା ସହ ସଂଯୋଗ କରି ପୂର୍ଣ୍ଣମାତ୍ରାରେ ସ୍ୱୟଂକ୍ରୀୟ କରିବାକୁ ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ। ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ପ୍ରଥମଥର  ଭୁବନେଶ୍ୱର ଆର୍‌.ଟି.ଓ-୨ ରେ  ପଞ୍ଜୀକୃତ ୨ ଚକିଆ  ବିଦ୍ୟୁତ ଯାନ

https://thesamikhsya.com/odia/wp-content/uploads/2022/04/WhatsApp-Video-2022-04-01-at-21.15.02.mp4

ମାଲିକ ତ୍ରିଲୋଚନ ବେହେରାଙ୍କୁ  ସବ୍‌ସିଡ଼ି  ପ୍ରଦାନର ମଞ୍ଜୁରୀ ଦେଇଥିଲେ।

ପୋର୍ଟାଲ ବିଷୟରେ ସୂଚନା ଦେଇ  ପ୍ରମୁଖ ଶାସନ ସଚିବ  ଶ୍ରୀ ସେଠୀ  କହିଥିଲେ ଯେ  ଓଡ଼ିଶାର ବିଦ୍ୟୁତ ଯାନ  ନିୟାମକ  ଏକ ପ୍ରଗତିଶୀଳ ଏବଂ ଆଗୁଆ ନିୟମ ଏହାର ସରଳ ଓ ସୁବିଧାଜନକ କାର୍ଯ୍ୟାନ୍ୱୟନ  ନିମନ୍ତେ  ଏନ୍‌.ଆଇ.ସି.ଙ୍କ ବୈଷୟିକ  ସହାୟତାରେ ପ୍ରସ୍ତୁତ  ୱେବ୍‌ ପୋର୍ଟାଲ ମଧ୍ୟ ଦେଶରେ ସର୍ବ ପ୍ରଥମ।

ପରିବହନ ଆୟୁକ୍ତ ଶ୍ରୀ ବୋଥ୍ରା କହିଥିଲେ ଯେ  ବିଦ୍ୟୁତ ଯାନ  ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ  ସବ୍‌ସିଡ଼ି  ସିଧାସଳଖଭାବେ  ଏହି  ପୋର୍ଟାଲ ମାଧ୍ୟମରେ  ପ୍ରଦାନ କରାଯିବ।  ଏଥି ପାଇଁ  ସେମାନଙ୍କୁ  ଆର୍‌.ଟି.ଓ ଅଫିସକୁ ଦୌଡିବାକୁ  ପଡିବ ନାହିଁ। ଶ୍ରୀ ବୋଥ୍ରା ଆହୁରି ମଧ୍ୟ  କହିଥିଲେ ଯେ  ୧.୯.୨୦୨୧ ପରଠାରୁ କିଣା ଯାଇଥିବା  ସମସ୍ତ  ବିଦ୍ୟୁତ-ଯାନ ଏହି ସବ୍‌ସିଡ଼ି  ପାଇବେ। ନିୟାମକ ଅନୁସାରେ ଏହି ବ୍ୟବସ୍ଥା  ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

ନିୟାମକ ବ୍ୟବସ୍ଥା ଅନୁଯାୟୀ ୨ ଚକିଆ ଯାନ  ସର୍ବାଧିକ  ୫ ହଜାର, ତିନି ଚକିଆ ଯାନ ସର୍ବାଧିକ  ୧୦ ହଜାର, ଏବଂ ଚାରି ଚକିଆ ଯାନ ସର୍ବାଧିକ ୫୦ ହଜାର ସବ୍‌ସିଡ଼ି ପାଇବେ। ତେବେ  ୨ ଚକିଆ ଯାନ  ସବ୍‌ସିଡ଼ି  ପାଇବା ନିମନ୍ତେ   ‘‘ ଫା​‌ଷ୍ଟର ଆଡପ୍‌ସନ୍‌ ଆଣ୍ଡ୍‌  ମାନୁଫାକ୍‌ଚରିଂ ଅଫ୍ ଇଲେକ୍‌ଟ୍ରିକ୍‌ ଭେଇକିଲ ସ୍କିମ୍‌ ’’ ର ନିର୍ଦ୍ଧାରିତ  ସର୍ତ୍ତ ପୁରଣ କରିବା ଆବଶ୍ୟକ।

ସୂଚନା ଯୋଗ୍ୟ, ବିଦ୍ୟୁତ ଯାନ ପାଇଁ ରାଜ୍ୟ ସରକାର ଗାଡ଼ି ପଞ୍ଜୀକରଣ ଦେୟ ସଂପୂର୍ଣ୍ଣ ଛାଡ କରିଛନ୍ତି। ବର୍ତ୍ତମାନ  ବିଦ୍ୟୁତ ଗାଡିର ମାଲିକମାନେ  ଏହି ସୁବିଧା  ପାଉଛନ୍ତି। ଏହା ସହ ସବ୍‌ସିଡ଼ି ପାଇବା ପାଇଁ ସଂପୃକ୍ତ ଗାଡି ମାଲିକ  ଓଡ଼ିଶାଟ୍ରାନ୍‌ସ୍‌ପୋର୍ଟ .ଗଭ୍‌.ଇନ୍‌ ପୋର୍ଟାଲ୍‌ରେ  ଲଗ୍‌ଇନ୍‌ କରି  ଆବଶ୍ୟକୀୟ  ତଥ୍ୟ  ଦେବେ।  ଦରଖାସ୍ତର ସତ୍ୟାରୋପନ ବାହାନ ପୋର୍ଟାଲ୍‌ରେ  ପଞ୍ଚୀକୃତ  ତଥ୍ୟ ଅନୁଯାୟୀ  ସ୍ୱୟଂକ୍ରିୟ ଉପାୟରେ  ହେବ ।  ଗାଡି ମାଲିକ  ନିଜର  ବ୍ୟାଙ୍କ୍‌ ଆକାଉଣ୍ଟ୍‌ ତଥ୍ୟ  ଦେଲେ  ସବ୍‌ସିଡ଼ି ରାଶି ସିଧାସଳଖ ତାଙ୍କ  ଆକାଉଣ୍ଟ୍‌କୁ  ଯିବ ଏବଂ ସବ୍‌ସିଡ଼ି  ପ୍ରଦାନ ବିଷୟରେ ତାଙ୍କୁ ଏସ୍‌.ଏମ୍‌.ଏସ୍‌. ମାଧ୍ୟମରେ ସୂଚନା ପଠାଇ ଦିଆଯିବ।

ଏନ୍‌.ଆଇ.ସି.ର ଉପ ମହା ନିର୍ଦ୍ଦେଶକ  କବିତା ରାୟ, ପରିବହନ କର୍ତ୍ତୃପକ୍ଷ ସଚିବ ବ୍ରଜବନ୍ଧୁ ଭୋଳ, ବିଭାଗୀୟ ଅତିରିକ୍ତ  ଶାସନ ସଚିବ  କିଶୋର ଦାସଙ୍କ  ସମେତ ବାଣିଜ୍ୟ ଓ  ପରିବହନ ବିଭାଗ  ଏବଂ  ଏନ୍‌.ଆଇ.ସି.ର ବରିଷ୍ଠ ଅଧିକାରୀମାନେ  ଏହି ପୋର୍ଟାଲ୍‌ ଶୁଭାରମ୍ଭ  ବୈଠକରେ ଅଂଶଗ୍ରହଣ  କରିଥିଲେ।

ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026
Latest News

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.