Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୬ ବର୍ଷରେ ୩୦,୧୬୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର
ବିଶେଷ ଖବର

ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୬ ବର୍ଷରେ ୩୦,୧୬୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର

April 5, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ଅର୍ଥମନ୍ତ୍ରୀ
୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆମେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଏ ପରିପ୍ରେକ୍ଷୀରେ ଏହି ଯୋଜନା ଉଦ୍ୟୋଗୀ, ବିଶେଷ କରି ମହିଳା ଏବଂ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟ ସହ ଜଡ଼ିତ ଲୋକମାନଙ୍କର ଆକାଂକ୍ଷାକୁ କିଭଳି ପୂରଣ କରିପାରିଛି ତାହା ଆକଳନ କରିବା ପ୍ରାସଙ୍ଗିକ ହୋଇପଡ଼ିଛି । ଏହି ଯୋଜନାର ଉପଲବ୍ଧି, ବିଶେଷତ୍ୱ ଏବଂ ଏହାର ବିସ୍ତାର ଉପରେ ମଧ୍ୟ ଆଲୋକପାତ କରିବାର ଆବଶ୍ୟକତା ରହିଛି।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖିନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୫ ଏପ୍ରିଲ ୨୦୧୬ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ପ୍ରାରମ୍ଭ ହୋଇଥିଲା। ଏହି ଯୋଜନାର କେନ୍ଦ୍ରରେ ରହିଛି – ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି। ୨୦୧୯-୨୦ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାକୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସମ୍ପୂର୍ଣ୍ଣ ଅବଧି ଅର୍ଥାତ୍‌ ୨୦୨୦-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆମେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରୁଛୁ।  ଖୁସିର ବିଷୟ ହେଉଛି, ବର୍ତ୍ତମାନ ସୁଦ୍ଧା ୧.୩୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଉଦ୍ୟୋଗୀମାନଙ୍କୁ ଏହି ଯୋଜନା ପ୍ରୋତ୍ସାହନ ଦେଇପାରିଛି।

ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ ଏହି ଯୋଜନା ଛଅ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ମହିଳା ସଂରକ୍ଷକ (ପ୍ରମୋଟର)ମାନଙ୍କୁ ଲାଭାନ୍ୱିତ କରିଛି । ଆର୍ଥିକ ବିକାଶକୁ ଗତିଶୀଳ କରିବା ଲାଗି ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କର ସାମର୍ଥ୍ୟକୁ ସରକାର ବୁଝିଛନ୍ତି । ଏହି ଉଦ୍ୟୋଗୀମାନେ ନିଜର ଭୂମିକା ବଳରେ କେବଳ ସମ୍ପତ୍ତି ସୃଷ୍ଟିକାରୀ ହୋଇପାରି ନାହାନ୍ତି, ବରଂ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି ।  ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାର ଲକ୍ଷ୍ୟ ଅଧୀନରେ ବିଭିନ୍ନ ପ୍ରକାର ସୁବିଧାରୁ ବଞ୍ଚିତ ଉଦ୍ୟୋଗୀ ବର୍ଗର ଅଧିକରୁ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯାଉଛି । ଫଳରେ ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛୁ ।

ଭାରତ ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏଥିସହିତ ଯୋଜନା ସମ୍ଭାବ୍ୟ ଉଦ୍ୟୋଗୀ, ବିଶେଷ କରି ମହିଳା ଏବଂ ଅନୁସୂଚୀତ ଜାତି (ଏସସି) ଓ  ଅନୁସୂଚିତ ଜନଜାତି (ଏସଟି) ସମୁଦାୟ ସହ ଜଡ଼ିତ ଲୋକମାନଙ୍କର ଆଶା, ଆକାଂକ୍ଷା ଓ ଅଭିଳାଷାକୁ ପୂରଣ କରି ଆଗକୁ ବଢ଼ୁଛି । ଏହି ଉଦ୍ୟୋଗୀମାନେ ନିଜର ଏକ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି ଯାହାଫଳରେ ସେମାନେ ସଫଳ ହୋଇପାରିବେ ଏବଂ ଆଗକୁ ବଢ଼ିପାରିବେ । ଏପରି ଉଦ୍ୟୋଗୀ ସାରା ଦେଶରେ ରହିଛନ୍ତି ଏବଂ ନିଜର ତଥା ନିଜ ପରିବାରର କଲ୍ୟାଣ ପାଇଁ କାର୍ଯ୍ୟ କରିବା ନିମନ୍ତେ ସେମାନେ ନୂଆ ନୂଆ ବିଚାର ସହିତ ଆଗକୁ ବଢ଼ୁଛନ୍ତି । ଏହି ଯୋଜନାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ଉଦ୍ୟୋଗୀମାନଙ୍କର ଉତ୍ସାହ ତଥା ଉଦ୍ୟମିତାକୁ ସମର୍ଥନ ଦିଆଯାଉଛି । ସେମାନଙ୍କ ମାର୍ଗରେ ଆସୁଥିବା ବିଭିନ୍ନ ବାଧାକୁ ଦୂର କରିବା ସହିତ ସେମାନଙ୍କର ସ୍ବପ୍ନକୁ ସାକାର କରିବାର ପରିକଳ୍ପନା କରାଯାଇଛି ।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ଲକ୍ଷ୍ୟ ହେଉଛି ମହିଳା, ଏସସି ଓ ଏସଟି ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟ କ୍ଷେତ୍ର ତଥା କୃଷି ସହ ଜଡ଼ିତ ଗତିବିଧି କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗ ଆରମ୍ଭ କରିବାରେ ସହାୟତା ପ୍ରଦାନ କରୁଛି ।

ଷ୍ଟାଣ୍ଡଅପ୍‌ ଇଣ୍ଡିଆର ଉଦ୍ଦେଶ୍ୟ :

  • ମହିଳା ଏବଂ ଏସସି ଓ ଏସଟି ସମୁଦାୟରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା :
  • ଉତ୍ପାଦନ, ସେବା ଓ ବ୍ୟବସାୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ ଗତିବିଧି କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗରେ ଋଣ ପ୍ରଦାନ କରିବା;
  • ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅତିକମରେ ଜଣେ ଏସସି/ଏସଟି ଏବଂ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ବ୍ୟାଙ୍କ ଋଣ ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଛି

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ କାହିଁକି?

ବ୍ୟବସାୟରେ ସଫଳ ହେବା ଲାଗି ଉଦ୍ୟୋଗ ପ୍ରତିଷ୍ଠା କରିବା, ଋଣ ହାସଲ କରିବା ଏବଂ ସମୟ ସମୟରେ ଅନ୍ୟ ସହାୟତା ହାସଲ କରିବାରେ ମହିଳା, ଏସସି/ଏସଟି ସମ୍ପ୍ରଦାୟଙ୍କ ପାଇଁ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଚିହ୍ନଟ କରିବା ଉପରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା; ଆଧାରିତ । ସେଥିପାଇଁ ଏହି ଯୋଜନା ଏପରି ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ପ୍ରୟାସ କରିଥାଏ, ଯାହା ବ୍ୟବସାୟ କରିବା ଲାଗି ସୁବିଧାଜନକ ତଥା ସହାୟକ ବାତାବରଣ ପ୍ରଦାନ କରିଥାଏ ଏବଂ ଏହାକୁ ବଜାୟ ରଖିଥାଏ। ଏହି ଯୋଜନା ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷମାନଙ୍କୁ ବ୍ୟାଙ୍କ ଶାଖାରୁ ଋଣ ହାସଲ କରିବାରେ ସହାୟତା କରିଥାଏ । ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସବୁ ଶାଖାରେ ଏହି ଯୋଜନାର ସୁବିଧା ଉପଲବ୍ଧ ରହିଛି । ନିମ୍ନ ତିନୋଟି ସମ୍ଭାବ୍ୟ ଉପାୟରେ ଏହି ଯୋଜନାର ଲାଭ ମିଳିପାରିବ ।

  • ସିଧାସଳଖ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା,
  • ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ପୋର୍ଟାଲ (standupmitra.in) ମାଧ୍ୟମରେ କିମ୍ବା,
  • ଅଗ୍ରଣୀ ଜିଲ୍ଲା ପରିଚାଳକ (ଏଲଡିଏମ)ଙ୍କ ମାଧ୍ୟମରେ ।

କେଉଁମାନେ ଋଣ ପାଇବା ଲାଗି ଯୋଗ୍ୟ?

  • ଅନୁସୂଚିତ ଜାତି/ଜନଜାତି ଏବଂ/କିମ୍ବା ମହିଳା ଉଦ୍ୟୋଗ, ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ;
  • ଯୋଜନା ଅଧୀନରେ ଋଣ କେବଳ ପ୍ରକଳ୍ପ ପାଇଁ ଉପଲବ୍ଧ । ଏ ସନ୍ଦର୍ଭରେ ଗ୍ରୀନଫିଲ୍ଡର ଅର୍ଥ ହେଉଛି : ଉତ୍ପାଦନ, ସେବା କିମ୍ବା ବ୍ୟବସାୟ କ୍ଷେତ୍ର ଏବଂ କୃଷି ସହ ଜଡ଼ିତ ଗତିବିଧରେ ହିତାଧିକାରୀଙ୍କର ପ୍ରଥମ ଉଦ୍ୟୋଗ;
  • ଅଣ ବ୍ୟକ୍ତିଗତ ଉଦ୍ୟୋଗ କ୍ଷେତ୍ରରେ, ୫୧ ପ୍ରତିଶତ ଅଂଶଧନ ଏବଂ ନିୟନ୍ତ୍ରଣ ଭାଗିଦାରୀ ଏସସି/ଏସଟି ବ୍ୟକ୍ତି ଏବଂ/କିମ୍ବା ମହିଳା ଉଦ୍ୟୋଗୀଙ୍କ ପାଖରେ ରହିବା ଉଚିତ୍;
  • ଋଣ ନେଉଥିବା ବ୍ୟକ୍ତି ଋଣ ପରିଶୋଧ ନକରିବା ପାଇଁ କୌଣସି ବ୍ୟାଙ୍କ/ଆର୍ଥିକ ସଂସ୍ଥାନରେ ଦୋଷୀ ହେବା ଉଚିତ୍‌ ନୁହେଁ ।
  • ଏହି ଯୋଜନାରେ କେନ୍ଦ୍ର/ରାଜ୍ୟ ଯୋଜନାର ବ୍ୟବସ୍ଥା ଅନୁରୂପ ପ୍ରକଳ୍ପ ବ୍ୟୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ମାର୍ଜିନ ମନି (ଅଗ୍ରୀମ ଜମା ଅର୍ଥରାଶି) ଜମା କରିବା ଲାଗି ପରିକଳ୍ପନା କରାଯାଇଛି । ଏପରି ଯୋଜନାର ଲାଭ ମଞ୍ଜୁରିପ୍ରାପ୍ତ ସବସିଡି ଲାଭ କରିବା କିମ୍ବା ଅଗ୍ରମୀ ଜମ ଅର୍ଥରାଶି ଆବଶ୍ୟକତାକୁ ପୂରଣ କରିବା ଲାଗି କରାଯାଇପାରିବ । କିନ୍ତୁ ସବୁ ଯୋଜନାର ଋଣ ନେଉଥିବା ବ୍ୟକ୍ତିଙ୍କୁ ନିଜ ଆଡ଼ୁ ପ୍ରକଳ୍ପ ବ୍ୟୟର ସର୍ବନିମ୍ନ ୧୦ ପ୍ରତିଶତ ବିନିଯୋଗ କରିବାକୁ ପଡ଼ିବ ।

ସମର୍ଥନ ଏବଂ ମାର୍ଗଦର୍ଶନ (ହ୍ୟାଣ୍ଡ ହୋଲ୍ଡିଂ ସହାୟତା)

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବୀ) ଦ୍ବାରା ଅନଲାଇନ୍‌ ପୋର୍ଟାଲ www.standupmitra.in  ବିକଶିତ କରାଯାଇଛି, ଯାହାକି ଋଣ ପାଇଁ ଇଚ୍ଛକୁ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ବ୍ୟତୀତ, ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଏହାର ପ୍ରୟାସରେ ମାର୍ଗଦର୍ଶନ ପ୍ରଦାନ କରିତାଏ । ଏଥିରେ ପ୍ରଶିକ୍ଷଣ ସୁବିଧା ଠାରୁ ଆରମ୍ଭ କରି ବ୍ୟାଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଆବେଦନ ପୂରଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି । ୮,୦୦୦ ଅଧିକ ସମର୍ଥନ ତଥା ମାର୍ଗଦର୍ଶନ (ହ୍ୟାଣ୍ଡହୋଲ୍ଡିଂ) ଏଜେନ୍ସିର ନେଟୱର୍କ ମାଧ୍ୟମରେ, ଏହି ପୋର୍ଟାଲ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିଶେଷଜ୍ଞ ଏଜେନ୍ସିମାନଙ୍କ ସହିତ ଯୋଡ଼ିବା ଲାଗି ପର୍ଯ୍ୟାୟ ଆଧାରିତ ମାର୍ଗଦର୍ଶନ ସୁବିଧା ପ୍ରଦାନ କରିଥାଏ। ଏଥିରେ କୌଶଳ ବିକାଶ କେନ୍ଦ୍ର, ସମର୍ଥନ ଏବଂ ମାର୍ଗଦର୍ଶନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ କେନ୍ଦ୍ର, ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଆଦିର ଠିକଣା ଓ ଫୋନନମ୍ବର ପ୍ରଦାନ କରିବା ଆଦି କାର୍ଯ୍ୟ ସାମିଲ ରହିଛି ।

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାରେ ପରିବର୍ତ୍ତନ

୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ ଭାଷଣରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଘୋଷଣା ଅନୁରୂପ, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାରେ ନିମ୍ନଲିଖିତ ପରିବର୍ତ୍ତନ କରାଯାଇଛି :-

  • ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତି ଋଣ ପ୍ରାପ୍ତି ନିମନ୍ତେ ବ୍ୟାଙ୍କରେ ଜମା କରିବାକୁ ଥିବା ଅଗ୍ରୀମ ଜମା ରାଶି ବା ମାର୍ଜିନ ମନି ପରିମାଣକୁ ୨୫ ପ୍ରତିଶତରୁ କମାଇ ୧୫ ପ୍ରତିଶତ କରି ଦିଆଯାଇଛି । ତେବେ ଋଣଗ୍ରହିତା ପ୍ରକଳ୍ପ ବ୍ୟୟର ଅତିକମରେ ୧୦ ପ୍ରତିଶତ ଅର୍ଥ ନିଜ ଆଡ଼କୁ ବିନଯୋଗ କରିବେ ।
  • ‘କୃଷି ଏବଂ ଆନୁସଙ୍ଗିକ ଗତିବିଧି’ ଉଦାହରଣ – ମତ୍ସ୍ୟ ପାଳନ, ମହୁମାଛି ପାଳନ, କୁକୁଡ଼ା ପାଳନ, ପଶୁସମ୍ପଦ ପାଳନ, ରେଅରିଂ, ଗ୍ରେଡିଂ, କୃଷି ଉଦ୍ୟୋଗ ଏକତ୍ରୀକରଣ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟପାଳନ, କୃଷି ଏବଂ କୃଷି ବ୍ୟବସାୟ କେନ୍ଦ୍ର, କୃଷି ଏବଂ କୃଷି ପ୍ରକ୍ରିୟାକରଣ (ଫସଲ ଋଣ ଏବଂ ନାଳ, ଜଳସେଚନ, କୂଅ ଖନନ ଭଳି ଭୂମି ଉନ୍ନୟନକୁ ଛାଡ଼ି) ଆଦି ସହ ଜଡ଼ିତ ଉଦ୍ୟୋଗ ଏବଂ ଏସବୁ ଉଦ୍ୟୋଗକୁ ସମର୍ଥନ କରୁଥିବା ସେବା, ଆଦି ପ୍ରକଳ୍ପକୁ ଯୋଜନା ପାଇଁ ଯୋଗ୍ୟ ଭାବେ ଗ୍ରହଣ କରାଯିବ ।

ବିନା କୌଣସି ବନ୍ଧକରେ ଋଣ ହାସଲ କରିବାର ସୁବିଧାକୁ ସମ୍ପ୍ରସାରଣ କରିବା କ୍ରମରେ, ଭାରତ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ (ସିଜିଏଫଏସଆଇ) ପାଇଁ ଋଣ ଗ୍ୟାରେଣ୍ଟୀ ପାଣ୍ଠି ପ୍ରତିଷ୍ଠା କରାଯାଇଛି । ଋଣ ସୁବିଧା ପ୍ରଦାନ କରିବା ବ୍ୟତୀତ, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାରେ ସମ୍ଭାବ୍ୟ ଋଣ ନେଉଥିବା ଲୋକମାନଙ୍କୁ ସମର୍ଥନ ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଛି । ଏଥିରେ କେନ୍ଦ୍ର/ରାଜ୍ୟ ସରକାରଙ୍କ ଯୋଜନା ସହ ତାଳମେଳ ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିଛି । ଏହି ଯୋଜନା ଅଧୀନରେ ଆବେଦନ ଅନଲାଇନ (www.standupmitra.in) ପୋର୍ଟାଲରେ ମଧ୍ୟ ଜମା କରାଯାଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏନ ଭାସ୍କର ରାଓ, ଗଠନ କଲେ ଏକ ନୂଆ ମଞ୍ଚ

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.