Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରସ୍ତ କରିବା ଲାଗି ମିଳିବ ୱାନ୍‌ ଟାଇମ୍‌ ୱିଣ୍ଡୋ ସୁବିଧା
ବିଶେଷ ଖବର

ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରସ୍ତ କରିବା ଲାଗି ମିଳିବ ୱାନ୍‌ ଟାଇମ୍‌ ୱିଣ୍ଡୋ ସୁବିଧା

April 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରାଇବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ୱାନ ଟାଇମ୍‌ ୱିଣ୍ଡୋ ସୁବିଧା ପ୍ରଦାନ କରାଯିବ। ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବା ଯେକୌଣସି କୋଇଲା ଖଣି ଫେରାଇଲେ ସରକାରୀ କମ୍ପାନୀଗୁଡ଼ିକର ବ୍ୟାଙ୍କ ଗ୍ୟାରେଣ୍ଟି ଜବତ କରାଯିବ ନାହିଁ। କେବଳ ସେତିକି ନୁହେଁ ସେମାନଙ୍କୁ ଏହାର କୌଣସି କାରଣ ମଧ୍ୟ ଦର୍ଶାଇବାକୁ ପଡ଼ିବ ନାହିଁ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିର ମଞ୍ଜୁରି ମିଳିଛି। ଏହି ନିଷ୍ପତ୍ତି ଫଳରେ ବହୁସଂଖ୍ୟକ କୋଇଲା ଖଣି ସରକାର ପୁଣିଥରେ ଫେରି ପାଇବେ। ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏସବୁ କୋଇଲା ଖଣିର ଆବଣ୍ଟନ ପାଇଛନ୍ତି ଯଦି ସେମାନେ ଏହାର ପରିଚାଳନା କରିବା ଭଳି ସ୍ଥିତିରେ ନାହାନ୍ତି କିମ୍ବା ଏହି କାର୍ଯ୍ୟରେ ସେମାନଙ୍କର କୌଣସି ଆଗ୍ରହ ନାହିଁ ତା’ହେଲେ ସେମାନେ ସରକାରଙ୍କ ଖଣି ଫେରାଇ ପାରିବେ। ଏହାପରେ ସରକାର ବର୍ତ୍ତମାନର ନୀଲାମୀ ନୀତି ଅନୁସାରେ ଏସବୁ କୋଇଲା ଖଣି ନିଲାମ କରିପାରିବେ। ଖଣି ଆବଣ୍ଟନ ପାଇଥିବା ସରକାରୀ କମ୍ପାନୀମାନଙ୍କୁ ଖଣି ଫେରାଇବା ଲାଗି ମଞ୍ଜୁରି ନୀତି ପ୍ରକାଶିତ ହେବା ତାରିଖ ଠାରୁ ତିନି ମାସ ମଧ୍ୟରେ କୋଇଲା ଖଣି ଫେରାଇବାକୁ ସମୟ ଦିଆଯିବ।

୨୦୧୪ରେ ସୁପ୍ରିମ୍‌କୋର୍ଟ କୋଇଲା ଖଣି ନିଲାମକୁ ରଦ୍ଦ କରିଦେବା ପରେ, ତାପଜ ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ କ୍ଷେତ୍ରରେ ତତ୍କାଳ ବ୍ୟବଧାନ ଦେଖା ଦେଇଥିଲା। ଏହାର ନିରାକରଣ ନିମନ୍ତେ ସରକାର ଆବଣ୍ଟନ ଜରିଆରେ ରାଜ୍ୟ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ଅନେକଗୁଡ଼ିଏ ରଦ୍ଦ କରାଯାଇଥିବା କୋଇଲା ଖଣି ଆବଣ୍ଟନ କରିଥିଲେ। ଦ୍ରୁତ ଗତିରେ ଆବଣ୍ଟନ କାର୍ଯ୍ୟ କରାଯାଇଥିଲା। ଏଥିରୁ ଆଶା କରାଯାଇଥିଲା ଯେ ରାଜ୍ୟ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କର କୋଇଲା ଆବଶ୍ୟକତା ଏସବୁ କୋଇଲା ଖଣିରୁ ପୂରଣ ହୋଇପାରିବ। ରାଜ୍ୟ/କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ଦ୍ବାରା ଦେୟ ରାଜସ୍ବର ଭାଗ, ଟନ୍‌ ପିଛା ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ, ଅନ୍ୟପଟେ ଘରୋଇ କ୍ଷେତ୍ରକୁ ଏଥିପାଇଁ ନିଲାମୀରେ ଭାଗ ନେବାକୁ ପଡ଼ିଥାଏ। ସେତେବେଳେ କୋଇଲା ଖଣି ଆବଣ୍ଟନ ସନ୍ଦର୍ଭରେ କୋଇଲା ବ୍ଲକର ପରିଚାଳନା ନିମନ୍ତେ ସମୟ ସୀମା ସର୍ତ୍ତ ଅତ୍ୟନ୍ତ କଠୋର ଥିଲା। ସଫଳ ଆଲଟୀ କିମ୍ବା ମନୋନିତ କର୍ତ୍ତୃପକ୍ଷଙ୍କ ପାଇଁ ରିହାତିର କୌଣସି ସମ୍ଭାବନା ଛଡ଼ାଯାଇ ନଥିଲା। କୋଇଲା ଖଣି ପରିଚାଳନାରେ ବିଳମ୍ବ କାରଣରୁ ଜୋରିମାନା ଲାଗୁ ହୋଇଥିଲା ଯାହାଫଳରେ ବିବାଦ ଦେଖା ଦେଇଥିଲା ଓ ଅଦାଲତରେ ମାମଲା ଗଡ଼ିଲା।

ଡିସେମ୍ବର-୨୦୨୧ ସୁଦ୍ଧା, ସରକାରୀ କମ୍ପାନୀମାନଙ୍କୁ ଆବଣ୍ଟିତ ୭୩ଟି କୋଇଲା ଖଣି ମଧ୍ୟରୁ ୪୫ଟି ଖଣି ଅଣ-କାର୍ଯ୍ୟକ୍ଷମ ଅବସ୍ଥାରେ ନିଷ୍କ୍ରିୟ ପଡ଼ି ରହିଛି ଏବଂ ୧୯ଟି ଖଣି କ୍ଷେତ୍ରରେ ଖନନ କାର୍ଯ୍ୟ ଆରମ୍ଭ କରିବାର ନିର୍ଦ୍ଧାରିତ ତାରିଖ ବହୁ ପୂର୍ବରୁ ଶେଷ ହୋଇ ପାରିଛି। ବିଳମ୍ବ କାରଣରୁ, ପରିସ୍ଥିତି ଆବଣ୍ଟନ ପାଇଥିବା ସଂସ୍ଥାମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଉଦାହରଣ ସ୍ବରୂପ ଆଇନ-ଶୃଙ୍ଖଳା ପ୍ରସଙ୍ଗ, ପୂର୍ବରୁ ଘୋଷଣା କରାଯାଇଥିବା କ୍ଷେତ୍ର ତୁଳନାରେ ଜଙ୍ଗଲ କ୍ଷେତ୍ରଫଳ ବୃଦ୍ଧି, ଜମି ଅଧିଗ୍ରହଣ ବିରୋଧରେ ଜମି ମାଲିକମାନଙ୍କର ବିରୋଧ, କୋଇଲା ସମ୍ବଳ ଉପଲବ୍ଧତା କ୍ଷେତ୍ରରେ ଭୂଗର୍ଭର ଅପ୍ରତ୍ୟାଶିତ ତଥ୍ୟ ଆଦି ସମସ୍ୟା ଦେଖାଦେଇଥିଲା।

କୋଇଲା କ୍ଷେତ୍ର ଦେଶର ଇନ୍ଧନ ସୁରକ୍ଷାର ଉତ୍ସ। ଅନୁମୋଦନ ଅଧୀନରେ, ପୂର୍ବରୁ ଆବଣ୍ଟିତ ହୋଇଥିବା ଉଚ୍ଚ ଗୁଣବତ୍ତାଯୁକ୍ତ କୋଇଲା ଖଣିଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇପାରିବ। ତେବେ ଏଥିପାଇଁ ବୈଷୟିକ ସମସ୍ୟା ଦୂର କରିବା ଏବଂ ସୀମା ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି। ଏହାପରେ ଏଗୁଡ଼ିକୁ ନିକଟରେ ଆରମ୍ଭ ହୋଇଥିବା ବାଣିଜ୍ୟିକ କୋଇଲା ଖଣି ନିଲାମୀ ନୀତି ଅନୁସାରେ ଇଚ୍ଛୁକ ପକ୍ଷଙ୍କୁ ପ୍ରଦାନ କରାଯାଇ ପାରିବ। କୋଇଲା ଖଣି ତୁରନ୍ତ କାର୍ଯ୍ୟକ୍ଷମ ହେବା ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନିବେଶକୁ ପ୍ରୋତ୍ସାହନ ମିଳିପାରିବ। ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ଦେଶର ଅଧିକାଂଶ ଅଞ୍ଚଳରେ ବିକାଶ ସମ୍ଭବ ହୋଇପାରିବ। ନ୍ୟାୟିକ ବିବାଦ ହ୍ରାସ ପାଇବା ସହିତ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିବ। ଦେଶର କୋଇଲା ଆମଦାନୀ ମଧ୍ୟ ହ୍ରାସ ପାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

West Asia Conflict: ଇସ୍ରାଇଲକୁ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

April 6, 2026

ବିଜେପି ପ୍ରତିଷ୍ଠା ଦିବସରେ ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ..

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026
Latest News

ରକ୍ତଚାପ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 6, 2026

୨୦୨୬ ଆଇପିଏଲ ସମୟରେ ଅମ୍ପାୟାରଙ୍କୁ ହତ୍ୟା: ରନ ଆଉଟ ବିବାଦକୁ ନେଇ ଛୁରୀରେ ଆକ୍ରମଣ

April 6, 2026

ସମ୍ବଲପୁର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଭାବେ ସୁଷମା ମୁଣ୍ଡା ମନୋନୀତ

April 6, 2026

ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ, ଜାଣନ୍ତୁ କଣ ଥିଲା ଘଟଣା

April 6, 2026

ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ ମିଳିବ ଚାଉଳ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.