Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ପ୍ରଥମ କଂପାନି ଭାବେ ବାର୍ଷିକ ରାଜସ୍ୱ ୧୦୦ ବିଲିଅନ ଡଲାର ଅତିକ୍ରମ କଲା ରିଲାଏନ୍ସ
ଆଜିର ଖବର

ଭାରତର ପ୍ରଥମ କଂପାନି ଭାବେ ବାର୍ଷିକ ରାଜସ୍ୱ ୧୦୦ ବିଲିଅନ ଡଲାର ଅତିକ୍ରମ କଲା ରିଲାଏନ୍ସ

May 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ପ୍ରକାଶ କରାଯାଇଛି ଯେ ତୈଳ ବିଶୋଧନରେ ବ୍ୟାପକ ମାର୍ଜିନ, ଟେଲିକମ୍ ଓ ଡିଜିଟାଲ୍ ସେବାରେ ଦ୍ରୁତ ଅଭିବୃଦ୍ଧି ଓ ରିଟେଲ୍ ବ୍ୟବସାୟରେ ଦୃଢ଼ ଗତିଶୀଳତା ଯୋଗୁଁ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୟମାସରେ ନିଟ୍ ଲାଭରେ ୨୨.୫% ବୃଦ୍ଧି ହୋଇଛି। ତୈଳରୁ ରିଟେଲ୍ ଓ ଟେଲିକମ୍ ପର୍ଯ୍ୟନ୍ତର ଏହି ବ୍ୟବସାୟ ସାମ୍ରାଜ୍ୟର ନିଟ୍ ଲାଭ ୧୩,୨୨୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୬,୨୦୩ କୋଟି ଟଙ୍କା ହୋଇଛି।

ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟାରେ ବୃଦ୍ଧି, ଅନଲାଇନ୍ ରିଟେଲ୍ କାରବାର ତ୍ୱରାନ୍ୱିତ ହେବା ଓ ନୂତନ ଶକ୍ତି ନିବେଶ ତୃଣମୂଳ ସ୍ତରରୁ ଆଗକୁ ବଢ଼ିଥିବା କାରଣରୁ କଂପାନିର ଆୟରେ ବୃଦ୍ଧି ଘଟିଛି। ବଜାର ମୂଲ୍ୟ ଅନୁସାରେ ଦେଶର ସର୍ବବୃହତ କଂପାନିର ଏକତ୍ରୀତ ରାଜସ୍ୱ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ବର୍ଷରୁ ବର୍ଷ ଭିତିରେ ୩୫% ବୃଦ୍ଧି ପାଇ ୨.୩୨ ଲକ୍ଷ କୋଟି ଟଙ୍କା ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷ ସାରା (୨୦୨୧ ଏପ୍ରଲ୍‌ରୁ ୨୦୨୨ ମାର୍ଚ୍ଚ)ରେ, ରିଲାଏନ୍ସ ନିଟ୍ ଲାଭ ୬୦,୭୦୫ କୋଟି ଟଙ୍କା ହୋଇଥିବା ବେଳେ ରାଜସ୍ୱ ୭.୯୨ ଲକ୍ଷ କୋଟି ଟଙ୍କା (୧୦୨ ବିଲିଅନ ଡଲାର) ରହିଛି। ଏହା ହେଉଛି ପ୍ରଥମ ଭାରତୀୟ କଂପାନି ଯାହା ଗୋଟିଏ ବର୍ଷରେ ୧୦୦ ବିଲିଅନ ଡଲାର ରାଜସ୍ୱ ଅତିକ୍ରମ କରିଛି।

କଂପାନି ସର୍ବକାଳୀନ ଶ୍ରେଷ୍ଠ ତ୍ରୟମାସ ଇବିଆଇଟିଡିଏ ହାସଲ କରିଛି ଯାହା ବର୍ଷରୁୁ ବର୍ଷ ଭିତିରେ ୨୮% ବୃଦ୍ଧି ପାଇ ୩୩,୯୬୮ କୋଟି ଟଙ୍କା ହୋଇଛି। ତୈଳରୁ ରସାୟନ (ଓ୨ସି) ବ୍ୟବସାୟର ଇବିଆଇଟିଡିଏ୨୫% ବୃଦ୍ଧି ପାଇ ୧୪,୨୧୪ କୋଟି ଟଙ୍କା ହୋଇଥିବା ବେଳେ ଡିଜିଟାଲ୍ ବ୍ୟବସାୟର ଟିକସ ପୂର୍ବବର୍ତୀ ଆୟ ଗତବର୍ଷ ତୁଳନାରେ ୨୫% ବୃଦ୍ଧି ପାଇ ୧୧,୨୦୯ କୋଟି ଟଙ୍କା ହୋଇଛି। ରିଟେଲ୍ ବ୍ୟବସାୟର ଇବିଆଇଟିଡିଏ ୨.୫% ବୃଦ୍ଧି ପାଇ ୩,୭୧୨ କୋଟି ଟଙ୍କା ହୋଇଛି ଓ କେଜି-ଡି୬ ବ୍ଲକ୍‌ର ସାଟେଲାଇଟ୍ ଫିଲ୍ଡରୁ ଗ୍ୟାସ୍ ଉତ୍ପାଦନ ଯୋଗୁଁ ତୈଳ ଓ ଗ୍ୟାସର ଇବିଆଇଟିଡିଏ ତିନି ଗୁଣା ବୃଦ୍ଧି ପାଇ ୧,୫୫୬ କୋଟି ଟଙ୍କା ହୋଇଛି। କ୍ଷେତ୍ର ଇବିଆଇଟିଡିଏରେ ଉପଭୋକ୍ତା ବ୍ୟବସାୟ ଅବଦାନ ପାଖାପାଖି ୪୫% ରହିଛି।

ବିବିଧ ଅଧିଗ୍ରହଣ, ଅଫଲାଇନ୍‌ରୁ ଅନଲାଇନ୍ ଭିତିଭୂମି ଗଠନ ପାଇଁ ନିବେଶ ଜାରି ରଖିବା ଓ କୋଭିଡ୍ ପରବର୍ତୀ ସୁଧାର ଗତିଶୀଳତା ଯୋଗୁଁ ରିଟେଲ୍ ଦୃଢ଼ରୁ ଆହୁରି ଦୃଢ଼ତର ହୋଇପାରିଛି। ରିଲାଏନ୍ସ ରିଟେଲ୍‌ର ଦକ୍ଷତା ବଢ଼ାଇବା ଓ ସଂପତି ଅଧିଗ୍ରହଣ ପାଇଁ କଂପାନି ୧ ବିଲିଅନ ଡଲାରରୁ ଅଧିକ ନିବେଶ କରିଛି ଏବଂ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଅଧିକ ଷ୍ଟୋର୍ ଖୋଲିଛି। ସବୁଜ ଶକ୍ତି ସମ୍ପର୍କିତ ଗିଗା ଫ୍ୟାକ୍ଟ୍ରି ଓ ଉତ୍ସାହଜନ ଅପ୍‌ଷ୍ଟ୍ରିମ୍ କ୍ଷେତ୍ର ୪-୫ ବର୍ଷ ମନ୍ଥର ରହିବା ପରେ ଆଗାମୀ ୨୪-୩୬ ମାସ ପାଇଁ ଦୃଢ଼ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିଛି।

ଆଲୋଚ୍ୟ ତ୍ରୟମାସରେ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ୭୯୩ ନୂଆ ଷ୍ଟୋର ଖୋଲିଛି ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ରେ ପହଂଚିଛି। ରିଫାଇନାରି ମାର୍ଜିନ ଓ ମୂଲ୍ୟରେ ଉନ୍ନତି ଯୋଗୁଁ ଲଗାତାର ସପ୍ତମ ତ୍ରୟମାସରେ ଓ୨ସି କ୍ଷେତ୍ରର ପରିଚାଳନା ଲାଭ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଗ୍ରାହକ ପିଛା ହାରାହାରି ରାଜସ୍ୱ (ଆର୍‌ପୁ) ୨୧.୩ ପ୍ରତିଶତ ବୃଦ୍ଧି ପାଇ ମାସିକ ୧୬୭.୬ ଟଙ୍କା ହୋଇଥିବାରୁ ଡିଜିଟାଲ୍ ଶାଖା ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ୨୩ ପ୍ରତିଶତ ବୃଦ୍ଧି ପାଇ ୪,୩୧୩ କୋଟି ଟଙ୍କା ହୋଇଛି।
ଫଳାପଳ ସମ୍ପର୍କରେ ମତ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିିମଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଡି ଅମ୍ବାନି କହିଛନ୍ତି ଯେ, “ମହାମାରୀ ପାଇଁ ଜାରି ରହିଥିବା ଆହ୍ୱାନ ଓ ଭୌଗୋଳିକ ରାଜନୈତିକ ଉତେଜନା ସତ୍ୱେ ରିଲାଏନ୍ସ ୨୦୨୧-୨୨ ଆର୍ଥିକ ବର୍ଷରେ ଦୃଢ଼ ପ୍ରଦର୍ଶନ ପ୍ରଦାନ କରିଛି।

ଡିଜିଟାଲ୍ ସେବା ଓ ରିଟେଲ୍ କ୍ଷେତ୍ର ଦୃଢ଼ ଅଭିବୃଦ୍ଧି ହାସଲ କରିଥିବା ବେଳେ ଓ୨ସି ବ୍ୟବସାୟ ଏହାର ସ୍ଥିରତାକୁ ପ୍ରମାଣିତ କରିଛି ଏବଂ ଶକ୍ତି ବଜାରରେ ଅସ୍ଥିରତା ରହିଥିବା ସତ୍ୱେ ଦୃଢ଼ ସୁଧାର ପ୍ରଦର୍ଶନ କରିଛି। ଗ୍ରାହକ ସନ୍ତୁଷ୍ଟି ଓ ସେବା ଉପରେ ଆମର ଗୁରୁତ୍ୱ ଯୋଗୁଁ ଅଧିକ ଗ୍ରାହକଙ୍କ ସଂପୃକ୍ତି ଓ ଷ୍ଟୋରକୁ ପ୍ରବେଶ ବଢ଼ିଛି ଯାହା ଆମର ସାରା ଉପଭୋକ୍ତା ବ୍ୟବସାୟରେ ରାଜସ୍ୱକୁ ଦୃଢ଼ କରିଛି ଓ ଆୟକୁ ବଢ଼ାଇଛି। ଏହି ବର୍ଷରେ ରିଲାଏନ୍ସ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହାର ସମଗ୍ର ବ୍ୟବସାୟରେ ୨.୧ ଲକ୍ଷରୁ ଅଧିକ ନୂଆ କର୍ମଚାରୀଙ୍କୁ ଯୋଡ଼ିଛି। ଆମର ଖୁଚୁରା ବ୍ୟବସାୟ ୧୫,୦୦୦ ଷ୍ଟୋର ସ୍ତର ଅତିକ୍ରମ କରିଛି। ଶୁଭାରମ୍ଭ ହେବାର ଦୁଇ ବର୍ଷ ଭିତରେ ଜିଓଫାଇବର୍ ଏବେ ଭାରତରେ ସର୍ବବୃହତ ବ୍ରଡବ୍ୟାଣ୍ଡ୍ ପ୍ରଦାନକାରୀ ହୋଇପାରିଛି। ସ୍ଥାନୀୟ ଗ୍ୟାସ୍ ଉତ୍ପାଦ ପ୍ରତି ତୈଳ ଓ ଗ୍ୟାସ ବ୍ୟବସାୟର ଅବଦାନ ଏବେ ୨୦ ପ୍ରତିଶତ ରହିଛି।’’

ନୂଆ ଶକ୍ତି ବ୍ୟବସାୟ ସମ୍ପର୍କରେ ସେ କହିଛନ୍ତି ଯେ ଜାମନଗରରେ ୫,୦୦୦ ଏକର ଜମିରେ ଗିଗା ଫ୍ୟାକ୍ଟ୍ରି ପରିସର ବିକଶିତ କରିବା ଦିଗରେ କଂପାନି ଆଗେଇ ଚାଲିଛି ଓ ୨୦୩୫ ସୁଦ୍ଧା ନେଟ୍ କାର୍ବନ ଜିରୋ ଲକ୍ଷ୍ୟ ହାସଲ ପଥରେ ରହିଛି। ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଉପଭୋକ୍ତା ବ୍ୟବସାୟର ମୋଟ ରାଜସ୍ୱ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଉପଭୋକ୍ତା ବ୍ୟବସାୟ ଇବିଆଇଟିଡିଏ ୫୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ରିଟେଲ୍ ବ୍ୟବସାୟରେ ରାଜସ୍ୱ ୧ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଇବିଆଇଟିଡିଏ ୪୦,୦୦୦ କୋଟି ଟଙ୍କା ରହିଛି। ୨୦୨୧-୨୨ ଆର୍ଥିକ ବର୍ଷର ବର୍ଦ୍ଧିତ ଇବିଆଇଟିଡିଏରେ ଓ୨ସିର ଅବଦାନ ୫୨% ରହିଛି। ଓ୨ସିର ଇବିଆଇଟିଡିଏ ବର୍ଷକୁ ପର ବର୍ଷ ଭିତିରେ ୩୮% ବୃଦ୍ଧି ପାଇ ୫୨,୭୨୨ କୋଟି ଟଙ୍କା ହୋଇଛି ଓ ପ୍ରାକ୍ କୋଭିଡ୍ ସ୍ତର ପାଖାପାଖି ପହଂଚିଛି।

ଭାରତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.