Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ
ଆଜିର ଖବର

ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ

June 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) ପକ୍ଷରୁ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଦେଶରେ ରୋ-ରୋ (ରୋଲ୍‌ – ଅନ୍‌, ରୋଲ୍‌ ଅଫ୍‌) ଫେରୀ ଏବଂ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଲାଗି ନିଷ୍ପତ୍ତି ନେଇଛି। ଏହି ପରିବହନ ସାଧନର ଅନେକ ଲାଭ ରହିଛି। ଉଦାହରଣ ସ୍ବରୂପ, ଏହାଦ୍ବାରା ଯାତ୍ରା ସମୟ ହ୍ରାସ ପାଇବ, ଲଜିଷ୍ଟିକ୍‌ ଖର୍ଚ୍ଚ କମିବ ଏବଂ ପରିବହନର ପାରମ୍ପରିକ ସାଧନ ତୁଳନାରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।

ଫେରୀ ସେବା କ୍ଷେତ୍ରରେ ଅପାର ସମ୍ଭାବନା ଏବଂ ବିଶେଷ ଲାଭକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ୪୫ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏସବୁର ମୋଟ୍‌ ପ୍ରକଳ୍ପରେ ୧୯୦୦ କୋଟି ଟଙ୍କା ବ୍ୟୟ କରାଯିବ। ସାଗରମାଳା କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁଜରାଟର ଘୋଘା-ହାଜିରା ଏବଂ ମହାରାଷ୍ଟ୍ରର ମୁମ୍ବାଇ-ମଣ୍ଡୱା ମଧ୍ୟରେ ରୋ ପ୍ୟାକ୍ସ ସେବା ଆରମ୍ଭ କରାଯାଇଛି। ଏ ଦୁଇଟି ସ୍ଥାନରେ ୭ ଲକ୍ଷରୁ ଅଧିକ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ ସମ୍ଭବ ହୋଇପାରୁଛି। ଫଳରେ ସ୍ବଚ୍ଛ ପରିବେଶ ଏବଂ ଲୋକ କଲ୍ୟାଣ ଦିଗରେ ଯୋଗଦାନ ହୋଇପାରୁଛି।

ଏସବୁ ପ୍ରକଳ୍ପର ସଫଳତା ଏବଂ ଅଧିକ ଚାହିଦା ଓ କ୍ଷମତାକୁ ଦେଖି ଗୁଜରାଟରେ ପିପାବାଓ ଓ ମୂଳଦ୍ବାରକା, ମହାରାଷ୍ଟ୍ରର ଘୋଡ଼ବନ୍ଦର, ୱେଲଦୁର, ୱସଇ, କାଶୀଦ, ରେୱାସ, ମନୋରୀ ଏବଂ ଜେଏନ୍‌ ପୋର୍ଟ ଆଦିରେ ଅତିରିକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଓଡ଼ିଶାରେ ଦୁଇଟି ପ୍ରକଳ୍ପ ଏବଂ ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।

ଅଂଶୀଦାରମାନଙ୍କ ଠାରୁ ପ୍ରାରମ୍ଭିକ ଇନପୁଟ୍‌ ବା ପରାମର୍ଶ ସାମିଲ କରିବା ପରେ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବାର ପରିଚାଳନା ପାଇଁ ମାର୍ଗଦର୍ଶିକା’’ର ଚିଠା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକାରେ ଫେରୀ ପରିଚାଳନାର ଦୁଇଟି ଦିଗକୁ ସାମିଲ କରାଯାଇଛି – ଟର୍ମିନାଲ ପରିଚାଳନା ଲାଗି ରିହାତି ଏବଂ ରୋ-ପ୍ୟାକ୍ସ ଜାହାଜ ପରିଚାଳନା ପାଇଁ ଲାଇସେନ୍ସ।

ଏହି ମାର୍ଗଦର୍ଶିକା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ଏକସମାନ ଏବଂ ସୁବ୍ୟବସ୍ଥିତ କରିବ। ଏଥିସହିତ, ଅନାବଶ୍ୟକ ବିଳମ୍ବ ଏବଂ ଅସହମତି ଦୂର ହେବ। ଗ୍ରାହକ ଇଣ୍ଟରଫେସରେ ଡିଜିଟାଲ ହସ୍ତକ୍ଷେପ ଆରମ୍ଭ କରାଯାଇ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ ହେବ। ଏହାବ୍ୟତୀତ ଏହି ମାର୍ଗଦର୍ଶିକା ପ୍ରକ୍ରିୟାର ମାନକୀକରଣ କରିବା ସହିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସହାୟକ ହେବ। ଅନୁରୂପ ଭାବେ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟରେ ବିଶ୍ବାସ ବଢ଼ାଇବାର ସହାୟତା କରିବ, ଯାହାଫଳରେ ସେମାନଙ୍କର ଭାଗିଦାରୀ ବଢ଼ିବ ଏବଂ ଏପରି ପ୍ରକଳ୍ପରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ।

ଏବେ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ନିମନ୍ତେ ଚିଠା ମାର୍ଗଦର୍ଶିକା’’ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଆହ୍ବାନ କରାଯାଇଛି। ଏଥିପାଇଁ ଆବଶ୍ୟକ ଦସ୍ତାବିଜ ମନ୍ତ୍ରଣାଳୟ ଏବଂ ସାଗରମାଳାର ୱେବସାଇଟ https://shipmin.gov.in/ ଏବଂ https://sagarmala.gov.in/ ରେ ଉପଲବ୍ଧ ରହିଛି। ପ୍ରକାଶନର ୨୧ ଦିନ ମଧ୍ୟରେ ମାର୍ଗଦର୍ଶିକାର ସଂଲଗ୍ନକ (ଆନେକ୍ସଚର) ୧ ରୂପରେ ସଂଲଗ୍ନ ପ୍ରୋଫର୍ମା ମାଧ୍ୟମରେ ଆବଶ୍ୟକ ପରାମର୍ଶ sagar.mala@gov.in କୁ ପଠାଇ ହେବ।

ଓଡିଶା ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025
Latest News

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.