Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋଟେଲ୍ ଏବଂ ରେଷ୍ଟୁରାଂଟରେ ସେବା କର ନିୟମକୁ ଲାଗୁ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଆଜିର ଖବର

ହୋଟେଲ୍ ଏବଂ ରେଷ୍ଟୁରାଂଟରେ ସେବା କର ନିୟମକୁ ଲାଗୁ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

July 9, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜିଲ୍ଲାପାଳ ମାନଙ୍କୁ ହୋଟେଲ୍ ଏବଂ ରେଷ୍ଟୁରାଂଟ ଦ୍ୱାରା ସେବା କର ସମ୍ପର୍କିତ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଗୁଡିକୁ ଲାଗୁ କରିବା ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କିତ ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ସମ୍ପର୍କରେ ଯାଂଚ କରି ପାରିବେ ଏବଂ ୧୫ ଦିନ ଭିତରେ ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବେ।

ସିସିପିଏ ସାରା ଭାରତରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବ ଏବଂ ଜିଲ୍ଲାପାଳ ମାନଙ୍କୁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହାର ତତ୍କାଳ କାର୍ଯ୍ୟାନ୍ୱୟନ ସହିତ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର- ପ୍ରସାର ବ୍ୟବସ୍ଥା କରିବା ନିମନ୍ତେ ଚିଠି ଲେଖିଛନ୍ତି। ଏହି ଚିଠିରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆ ଯାଇଛି ଯେ, ସେବା ଶୁଳ୍କ ଲଗାଇବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଟେ ଏବଂ ଏହା ଅନୁଚିତ ବ୍ୟବସାୟ ପ୍ରଥା ସୃଷ୍ଟି କରିଥାଏ, ଯେଉଁଥିରେ ଏକ ଶ୍ରେଣୀର ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ପ୍ରଭାବିତ କରା ଯାଇଥାଏ ଏବଂ ଏଭଳି ଅଭିଯୋଗ ଗୁଡିକୁ ପ୍ରାଥମିକତା ଆଧାରରେ ଗ୍ରହଣ କରାଯିବ ଉଚିତ୍।

ସେବା ଶୁକ୍ଳ ଲାଗୁ କରିବା ସମ୍ପର୍କରେ ଅନେକ ଉପଭୋକ୍ତା ମାନେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ରେ ନିଜର ଅଭିଯୋଗ ଦାଖଲ କରିଛନ୍ତି। ୦୧.୦୪.୨୦୨୧ରୁ ୨୦.୦୬.୨୦୨୨ ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କ ଦ୍ୱାରା ସେବା ଶୁଳ୍କ ଲାଗୁ କରିବା ଉପରେ ୫୩୭ ଅଭିଯୋଗ ଦାଖଲ କରା ଯାଇଛି। ପ୍ରମୁଖ ଅଭିଯୋଗ ଗୁଡିକ ମଧ୍ୟରେ ହୋଟେଲ୍/ ରେଷ୍ଟୁରାଂଟରେ ସେବା କରକୁ ବାଧ୍ୟତାମୂଳକ କରିବା, ସେବା ଶୁଳ୍କ ପ୍ରଦାନକୁ ବିରୋଧ କରିବା ଯୋଗୁଁ ଉପଭୋକ୍ତା ମାନଙ୍କୁ ଲଜ୍ଜିତ କରିବା, କୌଣସି ଅନ୍ୟ ନାମରେ ସେବା ଶୁଳ୍କକୁ ଯୋଡିବା ଏବଂ ଉପଭୋକ୍ତା ମାନଙ୍କ ଠାରୁ ସେବା ଶୁଳ୍କ ଦେୟ ପ୍ରଦାନ ବୈକଳ୍ପିକ ଏବଂ ସ୍ୱେଚ୍ଛାକୃତ ବୋଲି ଲୁଚାଇବା ଇତ୍ୟାଦି ସାମିଲ୍ ଅଟେ।

୦୫.୦୭.୨୦୨୨ରୁ ୦୮.୦୭.୨୦୨୨ ପର୍ଯ୍ୟନ୍ତ ଅର୍ଥାତ୍ ସିସିପିଏ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି ହେବା ପରେ ଏନ୍ସିଏଚ୍ରେ ୮୫ଟି ଅଭିଯୋଗ ଦାଖଲ ହୋଇଛି। ସେବା ଶୁଳ୍କକୁ ନେଇ ଅଭିଯୋଗ ଆସିଥିବା ଶୀର୍ଷ ୫ଟି ସହର ଗୁଡିକ, ଯଥାକ୍ରମେ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଏବଂ ଗାଜିଆବାଦରେ କ୍ରମଶଃ ୧୮, ୧୫, ୧୧, ୪ ଏବଂ ୩ ଟି ଅଭିଯୋଗ ଦାଖଲ ହୋଇଛି।

ସିସିପିଏର ମୁଖ୍ୟ ଆୟୁକ୍ତ ନିଧି ଖାରେ, ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦେଶାବଳୀ ଗୁଡିକ ପରାମର୍ଶଭିତିକ ନୁହେଁ ଏବଂ ଆଇନ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ଯୋଗ୍ୟ ଅଟେ। ଖାଉଟି ସୁରକ୍ଷା ଅଧିନିୟମ, ୨୦୧୯ର ଧାରା ୧୮ (୨) (୧) ଅଧିନରେ ନିର୍ଦ୍ଦେଶାବଳୀ ଜାରି କରା ଯାଇଛି, ଯାହା ସିସିପିଏକୁ ଅନୁଚିତ୍ ବ୍ୟବସାୟ ପ୍ରଥା ଗୁଡିକୁ ରୋକିବା ପାଇଁ ଉପଭୋକ୍ତା ମାନଙ୍କର ସ୍ୱାର୍ଥର ସୁରକ୍ଷା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବା ପାଇଁ ଅଧିକାର ପ୍ରଦାନ କରିଥାଏ।

ଯଦି କୌଣସି ଉପଭୋକ୍ତା ଏହା ଜାଣିବାକୁ ପାଇଥାଏ ଯେ, କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଂଟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରି ସେବା ଶୁଳ୍କ ଲଗାଉଛି, ତେବେ ଉପଭୋକ୍ତା ସେହି ହୋଟେଲ୍ କିମ୍ବା ରେଷ୍ଟୁରାଂଟକୁ ସେବା ଶୁଳ୍କକୁ ବିଲ୍ ଅର୍ଥରୁ ହଟେଇ ଦେବା ପାଇଁ ଅନୁରୋଧ କରି ପାରିବେ। କିମ୍ବା ଉପଭୋକ୍ତା ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ରେ ୧୯୧୫ରେ କଲ୍ କରି କିମ୍ବା ଏନ୍ସିଏଚ୍ ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରି ପାରିବେ, ଯାହା ପ୍ରାକ୍ ବିବାଦ ସ୍ତରରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିଥାଏ।

ଉପଭୋକ୍ତା ଅନୁଚିତ ବ୍ୟବସାୟ ବ୍ୟବହାରର ବିରୋଧ କରି ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରି ପାରିବେ। ଏହାର ତ୍ୱରିତ ଏବଂ ପ୍ରଭାବୀ ନିବାରଣ ନିମନ୍ତେ ଇ – ଦାଖିଲ୍ ପୋର୍ଟାଲ୍ www.edaakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ୍ ରୂପରେ ମଧ୍ୟ ଅଭିଯୋଗ ଦାଖଲ କରା ଯାଇ ପାରିବ। ଏହା ସହିତ, ଉପଭୋକ୍ତା ସିସିପିଏ ଦ୍ୱାରା ଯାଂଚ ଏବଂ ଏହା ପରବର୍ତ୍ତୀ ପ୍ରକ୍ରିୟା ନିମନ୍ତେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିଯୋଗ ଦାଖଲ କରି ପାରିବ। ଅଭିଯୋଗ ସିସିପିଏକୁ com-ccpa@nic.in ମାଧ୍ୟମରେ ଇ- ମେଲ୍ ଦ୍ୱାରା ମଧ୍ୟ ପଠା ଯାଇ ପାରିବ।

ସିସିପିଏ ଦ୍ୱାରା ଜାରି କରା ଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଗୁଡିକ ଏବଂ ଖାଉଟି ବ୍ୟାପାର ବିଭାଗ ଦ୍ୱାରା ପୂର୍ବ ନିର୍ଦ୍ଦେଶାବଳୀ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ, ମଧ୍ୟବର୍ତ୍ତୀ ଅବଧିରେ ଖାଉଟି ସୁରକ୍ଷା ଅଧିନିୟମ, ୧୯୮୬କୁ ଉପଭୋକ୍ତା ସୁରକ୍ଷା ଅଧିନିୟମ ୨୦୧୯ରେ ପରିବର୍ତିତ କରି ଦିଆ ଯାଇଥିଲା, ଯାହା ଜୁଲାଇ ୨୦୨୦ରେ ଲାଗୁ ହୋଇ ଥିଲା। ଏହା ଏକ ନୂତନ ବିଧି ବ୍ୟବସ୍ଥା ସୃଷ୍ଟି କରିଛି, ଅର୍ଥାତ୍ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ ହୋଇଛି, ଯାହା ଅନୁଚିତ ବାଣିଜ୍ୟ ପ୍ରଥା ବିଷୟରେ ଜାଣିବା ପାଇଁ ସଂସଦ ଦ୍ୱାରା କ୍ଷମତା ପ୍ରାପ୍ତ ହୋଇଛି।

ଏଥିପାଇଁ, ନିର୍ଦ୍ଦେଶାବଳୀର କୌଣସି ପ୍ରକାରର ଉଲ୍ଲଂଘନକୁ ଗମ୍ଭୀରତାର ସହିତ ନିଆଯିବ ଏବଂ ଅନୁଚିତ ବ୍ୟବସାୟ ବ୍ୟବହାର ଏବଂ ଉପଭୋକ୍ତା ମାନଙ୍କର ଅଧିକାର ଗୁଡିକୁ ଉଲ୍ଲଂଘନ କରିବା କ୍ଷେତ୍ରରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ ଖାଉଟି ସୁରକ୍ଷା ଅଧିନିୟମ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରେଷ୍ଟୁରାଂଟ ସିସିପିଏ ସେବା କର ହୋଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025
Latest News

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.