Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ମାଲାକାନଗିରିର ଦୁର୍ଗମ ପଞ୍ଚାୟତରେ ୪ଜି ମୋବାଇଲ୍ ସଂଯୋଗ
ଆଜିର ଖବର

ଜିଓ ପକ୍ଷରୁ ମାଲାକାନଗିରିର ଦୁର୍ଗମ ପଞ୍ଚାୟତରେ ୪ଜି ମୋବାଇଲ୍ ସଂଯୋଗ

July 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାରା ଦେଶର ଦୁର୍ଗମ ଅଂଚଳରେ ୪ଜି ଡିଜିଟାଲ୍ ସଂଯୋଗ ପ୍ରଦାନ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ମାଲକାନାଗିରି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ମାଥିଲି ବ୍ଲକ୍‌ର ୧୮ରୁ ଉର୍ଦ୍ଧ୍ୱ ଦୁର୍ଗମ ଗ୍ରାମ ଓ ପଲ୍ଲୀରେ ଡିଜିଟାଲ୍ ରୂପାନ୍ତରଣର ଶୁଭାରମ୍ଭ କରାଯାଇଛି। ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ୪ଜି ନେଟ୍‌ୱର୍କ ଟାୱାର କାର୍ଯ୍ୟକ୍ଷମ ହେବା ସହ ଜିଓ ଆଖପାଖ ଗ୍ରାମ ଓ ପଲ୍ଲୀଗୁଡିକରେ ବାସକରୁଥିବା ୧୨,୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ଯେଉଁମାନେ ଏବେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ସୁବିଧା ପାଇପାରୁଛନ୍ତି।

ଜିଓ ପକ୍ଷରୁ ଏହି ତିନୋଟି ୪ଜି ନେଟ୍‌ୱର୍କ ଟାୱାର ସ୍ଥାପନ କରାଯିବା କାର୍ଯ୍ୟ ହାତକୁ ନିଆଯିବା ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ସୀମା ନିକଟବର୍ତୀ ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୮୦ କିମି ଦୂର ଓ ମାଥିଲି ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୩୫ କିମି ଦୂରରେ ଥିବା ଏହି ତିନି ଗ୍ରାମ ପଂଚାୟତ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ଉପଯୁକ୍ତ ମୋବାଇଲ୍ ତଥା ଇଂଟରନେଟ୍ ସଂଯୋଗ ଉପଲବ୍ଧ ନଥିଲା।

ମୋବାଇଲ୍ ନେଟ୍‌ୱର୍କ ଓ ୪ଜି ଇଂଟରନେଟ୍ ସଂଯୋଗର ଅଭାବରୁ ଏହି ଅଂଚଳର ବାସିନ୍ଦା ତଥା ଏଠାରେ କାମ କରୁଥିବା ପ୍ରଶାସନିକ ଅଧିକାରୀମାନେ ବାହ୍ୟ ଦୁନିଆ ସହ ଯୋଗଯୋଗ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯୋଗଯୋଗ କଷ୍ଟକର ହୋଇପଡୁଥିଲା। ଗତ ଦୁଇ ବର୍ଷର କୋଭିଡ୍‌୧୯ ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍‌ରେ ଯୋଡ଼ି ହେବା ଲାଗି ଏହି ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ନେଟ୍‌ୱର୍କ ଓ ଇଟଂରନେଟ୍ ସଂଯୋଗ ହାସଲ କରିବା ଲାଗି ମାଇଲ ମାଇଲ ଦୂର ଯାତ୍ରା କରିବାକୁ ପଡୁଥିଲା।

ତେବେ ନିକଟରେ ମହୁପଦର, କୁଟୁନିପାଲ୍ଲୀ ଓ ତେମୁରୁପାଲ୍ଲୀରେ ତିନିଟି ନୂଆ ଜିଓ ୪ଜି ନେଟ୍‌ୱର୍କ ଟାୱାର କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ଏବେ ଦୂର ହେବା ସହିତ ମହୁପଦର, କୁରୁମପାଲ୍ଲୀ, ମୁଣ୍ଡାଗୁଡ଼ା, କମରପାଲ୍ଲୀ, ଗାଲିଆଗୁଡ଼ା, ଧକଡରାସି, ତେମୁରୁପାଲ୍ଲୀ, କୁକୁରକୁ୍‌ଣ୍ଡ, ତୁଳସୀ, କାଟିଗୁଡ଼ା, ସାରିଗୁଡ଼ା, କୁୁଟୁନିପାଲ୍ଲୀ, କଡାପଦର, ନେତଲଗାନ୍ଧୀ ସମେତ ୧୮ରୁ ଉର୍ଦ୍ଧ୍ୱ ଗ୍ରାମ, ପଲ୍ଲୀ ଓ ଆଖପାଖ ଅଂଚଳର ଜନସାଧାରଣଙ୍କ ପାଖରେ ୪ଜି ଡିଜିଟାଲ ରୁପାନ୍ତରଣର ଲାଭ ପହଂଚିପାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ରହିଥିବା ଅନ୍ତରକୂ ଦୂର କରିବା ଲକ୍ଷ୍ୟରେ ରିଲାଏନ୍ସ ଜିଓ ସାରା ଦେଶର ଦୁର୍ଗମ ଓ ଗ୍ରାମୀଣ ଅଂଚଳରେ ୪ଜି ଡିଜିଟାଲ୍ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରିବା ସହ ଡିଜିଟାଲ ସଂଯୋଗ ବାହାରେ ରହିଥିବା ଏହିସବୁ ଅଂଚଳର ନିୟୁତାଧିକ ନାଗରିକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ନିକଟରେ, ଜିଓ ପକ୍ଷରୁ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ସହର ଓ ଏହାର ଆଖପାଖ ପାହାଡ଼ିଆ ଗ୍ରାମଗୁଡିକରେ ଏହାର ସମ୍ପୂର୍ଣ୍ଣ ୪ଜି ନେଟ୍‌ୱର୍କ ସ୍ଥାପନ କରାଯାଇଥିଲା ଯାହା ହଜାର ହଜାର ବାସିନ୍ଦାଙ୍କ ପାଇଁ ଡିଜିଟାଲ୍ ବିପ୍ଳବର ଶୁଭାରମ୍ଭ କରିଥିଲା ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଜୀବନରେ ପ୍ରଥମ ଥର ପାଇଁ ୪ଜି ଇଟଂରନେଟ୍ ଲାଭର ଅନୁଭୂତି ହାସଲ କରିଥିଲେ।

ଏଥିସହିତ, ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ଅତ୍ୟନ୍ତ ସୁଲଭ, ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ସ୍ମାର୍ଟଫୋନ୍‌, ଜିଓଫୋନ୍ ନେକ୍ସଟ୍ ହଜାର ହଜାର ମୋବାଇଲ୍ ବ୍ୟବହାରକାରୀ, ବିଶେଷ କରି ଓଡ଼ିଶାର ଦୁର୍ଗମ ଅଂଚଳରେ ବାସ କରୁଥିବା ସବୁ ବୟସ ବର୍ଗର ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ସ୍ମାର୍ଟଫୋନ୍ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି।

ମାତ୍ର ୪୪୯୯ ଟଙ୍କାର ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‌ରେ ହାଇ-ଏଣ୍ଡ୍ ସ୍ମାର୍ଟଫୋନ୍ ଭଳି ସଦ୍ୟତମ ବୈଷିଷ୍ଟ୍ୟ ସହ ସମସ୍ତ ଗୁଗୁଲ୍ ଆପ୍ ପରିବ୍ୟବସ୍ଥା, ଜିଓର ପ୍ରିମିୟମ୍ ଆପ୍ଲିକେସନ ସମୂହ, ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବା ବ୍ୟାକ୍ ଓ ଫ୍ରଂଟ୍ ସେଲ୍‌ଫି କ୍ୟାମେରା ରହିଥିବା ବେଳେ ଏହା ଫିଚର ଫୋନ୍‌ରୁ ସ୍ମାର୍ଟଫୋନ୍ କୁ ଉନ୍ନୀତ ହେଉଥିବା ବ୍ୟବହାରକାରୀମାନଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରୁଛି।

ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026

ଭାରତ ଆସିବ କି ନାହିଁ?, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନିଅ, ନଚେତ…: ବାଂଲାଦେଶକୁ ଚେତାବନୀ ଦେଲା ଆଇସିସି

January 21, 2026

ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

January 21, 2026
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026

ଭାରତ ଆସିବ କି ନାହିଁ?, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନିଅ, ନଚେତ…: ବାଂଲାଦେଶକୁ ଚେତାବନୀ ଦେଲା ଆଇସିସି

January 21, 2026

ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

January 21, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଦେଖନ୍ତୁ ଉଭୟ ଦଳର ସମ୍ଭାବ୍ୟ ଏକାଦଶ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.