Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୁବ ଶିଘ୍ର ଓଡିଶା ସହ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ କରିବ ରିଲାଏନ୍ସ ଜିଓ
ଜାତୀୟ ଖବର

ଖୁବ ଶିଘ୍ର ଓଡିଶା ସହ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ କରିବ ରିଲାଏନ୍ସ ଜିଓ

August 2, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ
ଟ୍ରାଇର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ଜିଓର ସର୍ବାଧିକ ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶନ

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ ଜିଓ, ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ପରିଚାଳିତ ନିଲାମରେ ଭାଗନେଇଥିଲା। ଏଥିରେ କଂପାନୀ ୨୦୨୨ ଅଗଷ୍ଟ ୧ ତାରିଖରେ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସର୍ବାଧିକ ସ୍ପେକ୍ଟ୍ରମ ଅଧିଗ୍ରହଣ ଘୋଷଣା କରିଛି ।

ଜିଓ ପକ୍ଷରୁ ଉପରୋକ୍ତ ସ୍ପେକ୍ଟ୍ରମର ୨୦ ବର୍ଷ ନିମନ୍ତେ ବ୍ୟବହାର ଅଧିକାର ହାସଲ ଲାଗି ୮୮,୦୭୮ କୋଟି ଟଙ୍କା ପ୍ରଦାନ କରାଯିବ। ସ୍ପେକ୍ଟ୍ରମ ନିଲାମ ସର୍ତାବଳୀ ଅନୁଯାୟୀ ସ୍ପେକ୍ଟ୍ରମ ବାବଦ ଦେୟ ସୁଧ ସମେତ ୨୦ଟି ସମାନ ବାର୍ଷିକ କିସ୍ତିରେ ଦାଖଲ କରିବାକୁ ହେବ।

ଏହି ସ୍ପେକ୍ଟ୍ରମ ବ୍ୟବହାର ଅଧିକାର ହାସଲ ଦ୍ୱାରା ଜିଓ ବିଶ୍ୱର ସର୍ବାଧୁନିକ ୫ଜି ନେଟୱର୍କ ନିର୍ମାଣ ଦିଗରେ ସମର୍ଥ ହେବ ଏବଂ ଓୟାରଲେସ୍ ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ସ୍ଥାନକୁ ଅଧିକ ମଜଭୁତ କରିବ। ଜିଓର ୫ଜି ନେଟୱର୍କ ପରବର୍ତୀ ପିଢିର ଡିଜିଟାଲ ସଲ୍ୟୁସନ୍ସକୁ ସମର୍ଥ କରାଇବ ଯାହା ଏକ ୫ ଟ୍ରିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଭାରତର ଏଆଇ-ପରିଚାଳିତ ଅଭିଯାନକୁ ତ୍ୱରାନ୍ୱିତ କରିବ।

ଜିଓ ଲୋ-ବ୍ୟାଣ୍ଡ୍‌, ମିଡ୍‌-ବ୍ୟାଣ୍ଡ୍ ଏବଂ ଏମଏମ୍‌ୱେଭ ସ୍ପେକ୍ଟ୍ରମର ଏକ ଅନନ୍ୟ ସମ୍ମିଶ୍ରଣ ଅଧିଗ୍ରହଣ କରିଛି, ଯାହା ଏହାର ପରିବ୍ୟାପ୍ତ ଫାଇବର ନେଟୱର୍କ ଏବଂ ସ୍ୱଦେଶୀ ପ୍ରଯୁକ୍ତି ପ୍ଲାଟଫର୍ମ ସହିତ ମିଶି ସର୍ବତ୍ର ୫ଜି ସେବା ସମସ୍ତଙ୍କ ପାଇଁ (ଉପଭୋକ୍ତା ଓ ଉଦ୍ୟୋଗ) ଯୋଗାଇଦେବ। ଏହାର ଅତୁଳନୀୟ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମ ଉପସ୍ଥିତି ସହିତ ଜିଓ ଦ୍ରୁତ ଗତି, କମ୍ ଲାଟେନ୍ସି ଏବଂ ବ୍ୟାପକ ସଂଯୋଗ ସହିତ ସର୍ବଭାରତୀୟ ସ୍ତରରେ ବାସ୍ତବ ୫ଜି ସେବା ଯୋଗାଇବାରେ ଏକମାତ୍ର ଅପରେଟର ହେବ।

ଏହି ଅଧିଗ୍ରହଣ ଜରିଆରେ ଜିଓ ମାଲିକାନାରେ ଥିବା ମୋଟ ସ୍ପେକ୍ଟ୍ରମ ଉପସ୍ଥିତି ଉଲ୍ଲେଖନୀୟ ଭାବରେ ବୃଦ୍ଧିପାଇ ୨୬,୭୭୨ ମେଗାହର୍ଜ ହୋଇଛି , ଯାହା ଭାରତରେ ସର୍ବାଧିକ। ଶ୍ରୀ ଆକାଶ ଏମ୍ ଅମ୍ବାନି, ଅଧ୍ୟକ୍ଷ, ରିଲାଏନ୍ସ ଜିଓ ଇନ୍‌ଫୋକମ୍ କହିଛନ୍ତି, “ଆମେ ସର୍ବଦା ବିଶ୍ୱାସ କରିଆସିଛୁ ଯେ ଯୁଗାନ୍ତକାରୀ ପ୍ରଯୁକ୍ତିର ସାମର୍ଥ୍ୟକୁ ଲାଗୁ କରାଗଲେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ହୋଇପାରିବ।

ଏହି ସୁଦୂରପ୍ରସାରୀ ଲକ୍ଷ୍ୟ ଏବଂ ଏକନିଷ୍ଠତା ଜିଓକୁ ଜନ୍ମ ଦେଇଛି। ଜିଓର ୪ଜି ସେବାର ବେଗ, ପରିମାଣ ଏବଂ ସାମାଜିକ ପ୍ରଭାବ ବିଶ୍ୱର ଯେକୌଣସି ସ୍ଥାନ ତୁଳନାରେ ଅତୁଳନୀୟ। ସମ୍ପ୍ରତି ଏକ ବୃହତର ଲକ୍ଷ୍ୟ ଏବଂ ମଜଭୁତ ନିର୍ଣ୍ଣୟ ସହିତ ଜିଓ ୫ଜି ଯୁଗକୁ ଭାରତ ଅଗ୍ରସର ହେବା ଦିଗରେ ନେତୃତ୍ୱ ନେବାକୁ ଯାଉଛି।

ସର୍ବଭାରତୀୟ ସ୍ତରରେ ୫ଜି ସେବା ପ୍ରଚଳନ ସହିତ ଆମେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରିବୁ। ଜିଓ ବିଶ୍ୱ ଶ୍ରେଣୀର, ସୁଲଭ ୫ଜି ଏବଂ ୫ଜି ସମର୍ଥିତ ସେବାଗୁଡିକ ପ୍ରଚଳନ କରିବାକୁ ପ୍ରତିବଦ୍ଧ ରହିଛି। ଆମେ ସେବା, ପ୍ଲାଟଫର୍ମ ଏବଂ ସମାଧାନ ଯୋଗାଇଦେବୁ ଯାହା ଭାରତର ଡିଜିଟାଲ ବିପ୍ଳବ, ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମାନୁଫାକ୍‌ଚରିଂ ଏବଂ ଇ-ପ୍ରଶାସନ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ଅଭିଯାନ ପ୍ରତି ଆଉ ଏକ ଗର୍ବ କଲାଭଳି ଅବଦାନ ରଖିବ।”

ପରିବର୍ଦ୍ଧିତ ନେଟୱର୍କ କ୍ଷମତା ଜିଓ ନେଟୱର୍କରେ ଦ୍ରୁତ ଅଭିବୃଦ୍ଧିଶୀଳ ଡାଟା ଚାହିଦା ପୂରଣ କରିବ ଯାହା ସମ୍ପ୍ରତି ବିଶ୍ୱରେ ଅନ୍ୟତମ ସର୍ବାଧିକ ଓୟାରଲେସ୍ ଡାଟା ଟ୍ରାଫିକ ପରିବହନ କରୁଛି। ଜିଓର ବ୍ୟାପକ ଫାଇବର-ଭିତିକ ସେବା ସହିତ ଏବେ ଓୟାରଲେସ୍ ବାସଗୃହକୁ ସେବାଗୁଡିକ ସମ୍ମିଳିତ ହେବାଦ୍ୱାରା ତାହା ବାସଗୃହକୁ ବ୍ରଡବ୍ୟାଣ୍ଡ୍ ସେବାସମୂହ କ୍ଷେତ୍ରରେ ଭାରତର ନେତୃତ୍ୱରେ ନିର୍ଣ୍ଣାୟକ ଭୂମିକା ନେବ, ଠିକ୍ ଯେମିତି ଜିଓ ମୋବିଲିଟି ସେବା କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ନେତୃତ୍ୱ ସ୍ଥାନକୁ ନେଇଥିଲା।

ମାତ୍ର ଛଅବର୍ଷ ତଳେ ପ୍ରଚଳନ କରାଯାଇଥିବା ଜିଓ ଅତି ସ୍ୱଳ୍ପ ସମୟ ମଧ୍ୟରେ ତାହାର ସର୍ବବୃହତ ୪ଜି ନେଟୱର୍କ ପ୍ରଚଳନ ଅବଧିରେ ଏକାଧିକ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା। ଜିଓର ୪ଜି ନେଟୱର୍କ ସର୍ବୋତମ ମାନ ତଥା ସବୁଠାରୁ ସୁଲଭ ଡିଜିଟାଲ ସେବା ୪୦୦ ନିୟୁତରୁ ଅଧିକ ନିଷ୍ଠାବାନ ଏବଂ ଆନନ୍ଦିତ ଗ୍ରାହକଙ୍କୁ ଯୋଗାଇ ଦେଉଛି। ଜିଓ ସମ୍ପ୍ରତି ୫ଜି ସେବା ସହିତ ଏହି ସ୍ତର ଅଧିକ ଉପରକୁ ନେବ।

ଭବିଷ୍ୟତର ପ୍ରଯୁକ୍ତିଗୁଡିକୁ ଗ୍ରହଣ କରିବା ଏବଂ ଭାରତ ତଥା ଭାରତୀୟ ବ୍ୟବସାୟ ଜଗତର ଲାଭ ନିମନ୍ତେ ସେଗୁଡିକର ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରିବା କ୍ଷେତ୍ରରେ ଜିଓ ସମ୍ମୁଖ ଭାଗରେ ରହିଛି। ଭାରତ ୫ଜି ଯୁଗକୁ ପ୍ରବେଶ କରୁଥିବା ଅବସରରେ ଜିଓ ଏହାର ଦୂରଦୃଷ୍ଟିସମ୍ପନ୍ନ ପ୍ରତିବଦ୍ଧତାକୁ ପୁନଃ ପ୍ରଦର୍ଶିତ କରିଛି।

ଜିଓ ଯେଭଳି ଭାରତ ଓ ଇଣ୍ଡିଆ ମଧ୍ୟରେ ରହିଥବା ତାରତମ୍ୟକୁ ଲିଭାଇ ଦେଇଥିଲା ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ସର୍ବୋତମ ସଂଯୋଗ ବିଶ୍ୱସ୍ତରରେ ସର୍ବାଧିକ ସୁଲମ ମୂଲ୍ୟରେ ଯୋଗାଇ ଦେଇଥିଲା, ଜିଓ ୫ଜି ସେହିଭଳି ପ୍ରତ୍ୟେକ ଭାରତୀୟ ଏହି ସର୍ବାଧିକ ରୂପାନ୍ତରଣକ୍ଷମ ଡିଜିଟାଲ ସେବା ଓ ପ୍ଲାଟଫର୍ମର ସୁଯୋଗ ବିଶ୍ୱର ଯେକୌଣସି ସ୍ଥାନରେ ଯେଭଳି ନେଇପାରିବେ, ତାହା ସୁନିଶ୍ଚିତ କରିବ।

ଜିଓର ୫ଜି ସମାଧାନଗୁଡିକ ଭାରତରେ ପ୍ରସ୍ତୁତ, ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆବଶ୍ୟକତା ପୂରଣ ନିମନ୍ତେ ପୂର୍ଣ୍ଣ ଉପଯୋଗୀ । ଜିଓ ସର୍ବନିମ୍ନ ସମୟ ମଧ୍ୟରେ ୫ଜି ସେବା ପ୍ରଚଳନ ପାଇଁ ପୂର୍ଣ୍ଣ ପ୍ରସ୍ତୁତ କାରଣ ଏହାର ରାଷ୍ଟ୍ରବ୍ୟାପୀ ଫାଇବର ଉପସ୍ଥିତି, ପରମ୍ପରାଗତ ଭିତିଭୂମି ସମସ୍ୟା ନଥିବା ପୂର୍ଣ୍ଣ ଆଇପିି ନେଟୱର୍କ, ସ୍ୱଦେଶୀ ୫ଜି ଷ୍ଟାକ୍ ଏବଂ ସମଗ୍ର ପ୍ରଯୁକ୍ତି ପରିବ୍ୟବସ୍ଥାରେ ମଜଭୁତ ବିଶ୍ୱସ୍ତରୀୟ ସହଭାଗିତା ରହିଛି।

୫ଜି ସ୍ପେକ୍ଟ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ବାତିଲ ହେଲା ଏହି ସବୁ ଟ୍ରେନ

January 30, 2026

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

January 30, 2026

ବହୁଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟାକାଣ୍ଡ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

January 30, 2026

T20 ବିଶ୍ୱକପ୍ ପୂର୍ବରୁ ଭାରତ ବିରୁଦ୍ଧରେ ଅପପ୍ରଚାର ଆରମ୍ଭ କରିଛି ପାକିସ୍ତାନ: ମିଥ୍ୟା କାହାଣୀର ପର୍ଦ୍ଦାଫାସ

January 30, 2026
Latest News

ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ବାତିଲ ହେଲା ଏହି ସବୁ ଟ୍ରେନ

January 30, 2026

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

January 30, 2026

ବହୁଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟାକାଣ୍ଡ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

January 30, 2026

T20 ବିଶ୍ୱକପ୍ ପୂର୍ବରୁ ଭାରତ ବିରୁଦ୍ଧରେ ଅପପ୍ରଚାର ଆରମ୍ଭ କରିଛି ପାକିସ୍ତାନ: ମିଥ୍ୟା କାହାଣୀର ପର୍ଦ୍ଦାଫାସ

January 30, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.