Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉଦ୍ୟୋଗ ଗୁଡିକର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି
ଆଜିର ଖବର

କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉଦ୍ୟୋଗ ଗୁଡିକର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି

August 6, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ବର୍ଷର ଧାରା ଜାରି ରଖିବା ସହିତ ଚଳିତ ଆର୍ଥିକ ବର୍ଷ ୨୦୨୨- ୨୩ (ଏପ୍ରିଲ୍ – ଜୁନ୍‌) ର ପ୍ରଥମ ତିନି ମାସ ଗୁଡିକରେ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକର ରପ୍ତାନି କ୍ଷେତ୍ରରେ ୨୦୨୧- ୨୨ ଆର୍ଥିକ  ବର୍ଷର ଏହି ଅବଧି ତୁଳନାରେ ୩୧ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ବାଣିଜ୍ୟିକ ବୃଦ୍ଧି ଏବଂ ପରିସଂଖ୍ୟାନ ମହାନିର୍ଦ୍ଦେଶକ (ଡିଜିସିଆଇ ଏଣ୍ଡ୍ ଏସ୍‌) ଦ୍ୱାରା ପ୍ରକାଶ କରା ଯାଇଥିବା ତତ୍କାଳିକ ତଥ୍ୟ ଅନୁସାରେ, ଏପିଇଡିଏ ଉତ୍ପାଦ ଗୁଡିକର ସାମଗ୍ରିକ ରପ୍ତାନି ଏପ୍ରିଲ – ଜୁନ୍ ମାସ ୨୦୨୨ ମଧ୍ୟରେ ବୃଦ୍ଧି ପାଇ ୭୪୦୮ ମିଲିୟନ୍ ଆମେରିକୀୟ ଡଲାର ହୋଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୫୬୬୩ ମିଲିୟନ୍ ଆମେରିକୀୟ ଡଲାର ଥିଲା। ଏପ୍ରିଲ୍ – ଜୁନ୍ ୨୦୨୨ – ୨୩ ନିମନ୍ତେ ରପ୍ତାନୀ ଲକ୍ଷ୍ୟ ୫୮୯୦ ମିଲିୟନ୍ ଆମେରିକୀୟ ଡଲାର ଧାର୍ଯ୍ୟ କରା ଯାଇଥିଲା।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ଦ୍ୱାରା ନିଆ ଯାଇଥିବା ପଦକ୍ଷେପ ଗୁଡିକ ଦେଶର ଚଳିତ ଆର୍ôଥକ ବର୍ଷର ପ୍ରଥମ ତିନି ମାସରେ ମୋଟ୍ ରପ୍ତାନି ଲକ୍ଷ୍ୟର ୩୧ ପ୍ରତିଶତ ହାସଲ କରିବାରେ ସହାୟତା ପ୍ରଦାନ କରିଛନ୍ତି।

କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକର ବର୍ଗ ନିମନ୍ତେ ୨୦୨୨ – ୨୩ ବର୍ଷ ପାଇଁ, ଏପିଇଡିଏ ଦ୍ୱାରା ୨୩.୫୬ ବିଲିୟନ୍ ଆମେରିକୀୟ ଡଲାରର ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରିତ କରା ଯାଇଛି।

ଡିଜିସିଆଇ ଏଣ୍ଡ୍ ଏସ୍‌ ର ସାମୟିକ ତଥ୍ୟ ଅନୁସାରେ, ତାଜା ଫଳ ଏବଂ ପନିପରିବା ଗୁଡିକ ଚାରି ପ୍ରତିଶତ ବୃଦ୍ଧିକୁ ପରିଲକ୍ଷିତ କରିଛି, ଯେତେବେଳେ କି ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା କ୍ଷେତ୍ରରେ ଗତ ବର୍ଷ ଏହି ମାସ ତୁଳନାରେ ୫୯.୭୧ ପ୍ରତିଶତ (ଏପ୍ରିଲ୍ – ଜୁନ୍ ୨୦୨୨)ର ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ କରା ଯାଇଛି।

ଏହା ସହିତ, ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକ ଯେମିତିକି ଖାଦ୍ୟଶସ୍ୟ ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୃତ ବସ୍ତୁ ଗୁଡିକ କ୍ଷେତ୍ରରେ ଗତ ବର୍ଷର ପ୍ରଥମ ତିନି ମାସ ତୁଳନାରେ ୩୭.୬୬ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବିବରଣୀ ପ୍ରଦାନ କରା ଯାଇଛି।

ଏପ୍ରିଲ୍ – ଜୁନ୍‌, ୨୦୨୧ରେ, ତାଜା ଫଳ ଏବଂ ପନିପରିବାର ରପ୍ତାନି ୩୯୪ ମିଲିୟନ୍ ଆମେରିକୀୟ ଡଲାର ଥିଲା, ଯାହା ଚଳିତ ଆର୍ଥିକ ବର୍ଷର ଏହି ମାସରେ ବୃଦ୍ଧି ପାଇ ୪୦୯ ମିଲିୟନ୍ ଆମେରିକୀୟ ଡଲାରରେ ପହଂଚିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ପ୍ରକ୍ରିୟାକୃତ ଏଫ୍ ଆଣ୍ଡ ଭି ର ରପ୍ତାନି ବୃଦ୍ଧି ପାଇ ୪୯୦ ମିଲିୟନ୍ ଆମେରିକୀୟ ଡଲାରକୁ ଲମ୍ଫ ଦେଇଛି, ଯାହା ଗତ ବର୍ଷର ଏହି ମାସରେ ୩୦୭ ମିଲିୟନ୍ ଆମେରିକୀୟ ଡଲାର ଥିଲା।

୨୦୨୨- ୨୩ ଆର୍ଥିକ ବର୍ଷର ପ୍ରଥମ ତିନି ମଧ୍ୟରେ ବାସମତୀ ଚାଉଳର ରପ୍ତାନି କ୍ଷେତ୍ରରେ ୨୫.୫୪ ପ୍ରତିଶତ ବୃଦ୍ଧି ଦେଖା ଦେଇଛି, କାରଣ ଏହାର ରପ୍ତାନି ୯୨୨ ମିଲିୟନ୍ ଆମେରିକୀୟ ଡଲାର (ଏପ୍ରିଲ୍ – ଜୁନ୍ ୨୦୨୧)ରୁ ବୃଦ୍ଧି ପାଇ ୧୧୫୭ ମିଲିଅନ୍ ଆମେରିକୀୟ ଡଲାର (ଏପ୍ରିଲ – ଜୁନ୍ ୨୦୨୨)ରେ  ପହଂଚି ଥିଲା, ଯେତେବେଳେ କି  ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅଣ – ବାସମତୀ ଚାଉଳ କ୍ଷେତ୍ରରେ ୫ ପ୍ରତିଶତର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଅଣ – ବାସମତୀ ଚାଉଳର ରପ୍ତାନି ବୃଦ୍ଧି ପାଇ ୧୫୬୬ ମିଲିୟନ୍ ଆମେରିକୀୟ ଡଲାର ହୋଇ ଥିଲା, ଯାହା ଗତ ବର୍ଷର ଏହି ମାସ ଗୁଡ଼ିକରେ ୧୪୯୧ ମିଲିୟନ୍ ଆମେରିକୀୟ ଡଲାର ଥିଲା।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ମାଂସ, ଦୁଗ୍ଧ ଜାତୀୟ ଉତ୍ପାଦ ଏବଂ ପୋଲ୍‌ଟ୍ରି ଉତ୍ପାଦ ଗୁଡିକର ରପ୍ତାନି କ୍ଷେତ୍ରରେ ୯.୫ ପ୍ରତିଶତର ଅଭିବୃଦ୍ଧି ଘଟିଛି ଏବଂ ଅନ୍ୟ ଖାଦ୍ୟଶସ୍ୟ ଗୁଡିକର ରପ୍ତାନି କ୍ଷେତ୍ରରେ ୨୯ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କେବଳ ଦୁଗ୍ଧ ଜାତୀୟ ଉତ୍ପାଦ ଗୁଡିକରେ ୬୭.୧୫ ପ୍ରତିଶତର ଅଭିବୃଦ୍ଧି ଲକ୍ଷ୍ୟ କରା ଯାଇଛି, କାରଣ ଏହାର ରପ୍ତାନି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ବୃଦ୍ଧି ପାଇ ୧୯୧ ମିଲିୟନ୍ ଆମେରିକୀୟ ଡଲାର ହୋଇ ଥିଲା, ଯାହା ଗତ ବର୍ଷ ଏହି ମାସ ଗୁଡ଼ିକରେ ୧୧୪ ମିଲିୟନ୍ ଆମେରିକୀୟ ଡଲାର ଥିଲା।

ଅନ୍ୟାନ୍ୟ ଖାଦ୍ୟଶସ୍ୟ ଗୁଡିକର ରପ୍ତାନି ଏପ୍ରିଲ୍ – ଜୁନ୍ ୨୦୨୧ରେ ୨୩୭ ମିଲିୟନ୍ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ଏପ୍ରିଲ୍ – ଜୁନ୍ ୨୦୨୨ରେ ୩୦୬ ମିଲିୟନ୍ ଆମେରିକୀୟ ଡଲାରରେ ପହଂଚିଛି ଏବଂ ପଶୁଧନ ଉତ୍ପାଦ ଗୁଡିକର ରପ୍ତାନି ଏପ୍ରିଲ୍ – ଜୁନ୍ ୨୦୨୧ରେ ୧୦୨୨ ମିଲିୟନ୍ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ଏପ୍ରିଲ୍ – ଜୁନ୍ ୨୦୨୨ରେ ୧୧୨୦ ମିଲିୟନ୍ ଆମେରିକୀୟ ଡଲାର ହୋଇଛି।

‘ଆମେ ଦେଶର ଅଦ୍ୱିତୀୟ ଉତ୍ପାଦ ଗୁଡିକର ରପ୍ତାନିକୁ ପ୍ରୋତ୍ସାହିତ କରିବା ନିମନ୍ତେ କୃଷି ସାମଗ୍ରୀ ମୂଲ୍ୟ ଶୃଙ୍ଖଳାରେ ବିଭିନ୍ନ ହିତଧାରରକ ମାନଙ୍କୁ ବୈଷୟିକ ଏବଂ ବିତୀୟ ସହାୟତା ପ୍ରଦାନ କରିବା ଜାରି ରଖିଥାଉ’ ବୋଲି ଏପିଡିଇଏର ଅଧ୍ୟକ୍ଷ ଡଃ ଏମ୍ ଅଙ୍ଗମୁଥୁ କହିଛନ୍ତି।

ଡିଜିସିଆଇଆଣ୍ଡଏସ୍ ର ସଂଖ୍ୟା ଅନୁସାରେ ଦେଶରେ କୃଷି ଉତ୍ପାଦ ଗୁଡିକର ରପ୍ତାନୀ ୨୦୨୧ – ୨୨ ଅବଧିରେ ୧୯.୯୨ ପ୍ରତିଶତ ବୃଦ୍ଧି ପାଇ ୫୦.୨୧ ବିଲିୟନ୍ ଆମେରିକୀୟ ଡଲାର ହୋଇ ଯାଇଥିଲା । ବିକାଶ ହାର ମହତ୍ୱପୂର୍ଣ୍ଣ କାରଣ ଏହା ୨୦୨୦ – ୨୧ରେ ପ୍ରାପ୍ତ ହୋଇଥିବା ୪୧.୮୭ ବିଲିୟନ୍ ଆମେରିକୀୟ ଡଲାରର ୧୭.୬୬ ପ୍ରତିଶତ ବୃଦ୍ଧିରୁ ଅଧିକ ଏବଂ ଊର୍ଦ୍ଧ୍ୱରେ ଅଟେ ଏବଂ ମାଲ୍ ପରିବହନର ଅଧିକ ଦର ଏବଂ କଂଟେନର ଗୁଡିକର ସଂଖ୍ୟା କମ୍ ଇତ୍ୟାଦି ରୂପରେ ଅଭୂତପୂର୍ବ ଲଜିଷ୍ଟିକ୍ ଆହ୍ୱାନ ଗୁଡିକ ସତ୍ୱେ ହାସଲ କରା ଯାଇଛି ।

ଏପିଡିଇଏ ୨୦୨୧ -୨୨ରେ ୨୫.୬ ବିଲିୟନ୍ ଆମେରିକୀୟ ଡଲାରର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକର ରପ୍ତାନି କରି ଏକ ନୂତନ ଇତିହାସ ରଚିଥିଲା, ଯାହା ଭାରତର ମୋଟ କୃଷି ସାମଗ୍ରୀ ଗୁଡିକର ରପ୍ତାନିର ପ୍ରାୟ ୫୧ ପ୍ରତିଶତ ଏବଂ ୫୦ ବିଲିୟନ୍ ଆମେରିକୀୟ ଡଲାରରୁ ଅଧିକ ଥିଲା ।

ଅଙ୍ଗମୁଥୁ କହିଥିଲେ ଯେ, “କୃଷି – ରପ୍ତାନି ମୂଲ୍ୟ ଶୃଙ୍ଖଳା ଗୁଡିକରେ ପ୍ରମୁଖ ହିତଧାରକ ମାନଙ୍କର ସହଯୋଗ ସହିତ ରପ୍ତାନି ନିମନ୍ତେ ଆବଶ୍ୟକ ପାରିବେଶିକ – ବ୍ୟବସ୍ଥା ନିର୍ମାଣ ମାଧ୍ୟମରେ, ଆମେ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନିରେ ବୃଦ୍ଧିକୁ ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଛୁ ।’

କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକର ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଏପିଡିଇଏର ବିଭିନ୍ନ ପଦକ୍ଷେପ ଗୁଡିକର ପରିଣାମ ହେଉଛି, ଯେମିତି ବିଭିନ୍ନ ଦେଶ ଗୁଡିକରେ ବି ୨ ବି ପ୍ରଦର୍ଶନୀ ଗୁଡିକର ଆୟୋଜନ, ଉତ୍ପାଦ  – ନିର୍ଦ୍ଦିଷ୍ଟ ଏବଂ ସାଧାରଣ ବିପଣନ ଅଭିଯାନ ଗୁଡିକ ମାଧ୍ୟମରେ ଭାରତୀୟ ଦୂତାବାସର ସକ୍ରିୟ ଭାଗିଦାରୀରେ ନୂତନ ସମ୍ଭାବ୍ୟ ବଜାରକୁ ଖୋଜି ବାହାର କରିବା ।

ଏପିଇଡିଏ ସଂଯୁକ୍ତ ଆରବ ଏମିରେଟସ୍ ସହିତ କୃଷି ଏବଂ ଖାଦ୍ୟ ଉତ୍ପାଦ ଗୁଡିକ ଉପରେ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ହସ୍ତଶିଳ୍ପ ସମେତ ଜିଆଇ ଉତ୍ପାଦ ଗୁଡିକ ଉପରେ ଭର୍ଚୁଆଲ୍ (ଆଭାସୀ) କ୍ରେତା – ବିକ୍ରେତା ବୈଠକ ଆୟୋଜିତ କରି ଭାରତରେ ପଞ୍ଜୀକୃତ ଭୌଗୋଳିକ ସଙ୍କେତ (ଜିଆଇ) ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛି ।

ଭାରତୀୟ ମଦର ରପ୍ତାନିକୁ ପ୍ରୋତ୍ସାହିତ କରିବା ନିମନ୍ତେ, ଏପିଇଡିଏ ୭- ୯ ଜୁନ୍‌, ୨୦୨୨ ମଧ୍ୟରେ ଆୟୋଜିତ ଲଣ୍ଡନ ୱାଇନ୍ ଫେୟାରରେ ୧୦ ଗୋଟି ମଦ ରପ୍ତାନୀକାରୀଙ୍କୁ ଅଂଶଗ୍ରହଣ କରିବାର ସୁବିଧା ପ୍ରଦାନ କରିଛି ।

ଏପିଡିଇଡିଏ ନିକଟରେ ଆସାମର ଗୌହାଟୀ ଠାରେ, ଉତର – ପୂର୍ବ ରାଜ୍ୟ ଗୁଡିକରେ ପ୍ରାକୃତିକ, ଜୈବିକ ଏବଂ ଜିଆଇ – କୃଷି ଉତ୍ପାଦ ଗୁଡିକର ରପ୍ତାନିକୁ ପ୍ରୋତ୍ସାହିତ କରିବା ଉପରେ ଏକ ସମ୍ମିଳନୀର ଆୟୋଜନ କରିଥିଲା । ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ଅନ୍ତର୍ଜାତୀୟ ବଜାର ସହିତ ସମ୍ପର୍କ ସୃଷ୍ଟି କରି ଆସାମ ଏବଂ ପଡୋଶୀ ରାଜ୍ୟ ଗୁଡିକରେ ଉତ୍ପାଦିତ ହେଉଥିବା ପ୍ରାକୃତିକ, ଜୈବିକ ଏବଂ ଜିଆଇ କୃଷିଜାତ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ।

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ସହଯୋଗରେ, ଏପିଡିଇଡିଏ ନିକଟରେ ଏକ ଅର୍ନ୍ତରାଷ୍ଟ୍ରୀୟ କ୍ରେତା ବିକ୍ରେତା ବୈଠକ ଆୟୋଜନ କରିଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଲଦାଖରୁ ଆପ୍ରିକଟ୍ ଏବଂ ଅନ୍ୟ କୃଷି ଉତ୍ପାଦ ଗୁଡିକର ରପ୍ତାନିକୁ ପ୍ରୋତ୍ସାହିତ କରିବା । କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଏବଂ ଜାମ୍ମୁ ଏବଂ କାଶ୍ମୀରର ଅଠର ଜଣ ଉଦ୍ୟମୀ ଆପ୍ରିକଟ୍ ଏବଂ ଅନ୍ୟ କୃଷି ଜାତ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ । ଏହି ଆୟୋଜନରେ ଭାରତ, ଆମେରିକା, ବାଙ୍ଗଲାଦେଶ, ଓମାନ, ଦୁବାଇର କୋଡିଏ ଜଣ କ୍ରେତା ଅଂଶ ଗ୍ରହଣ କରିଥିଲେ ।

ଏପିଡିଇଏ ୧୩ ଜୁନ୍‌ରେ କିଙ୍ଗଡମ୍ ଅଫ୍ ବାହାରିନ୍‌ରେ ଆଠ ଦିବସୀୟ ଆମ୍ବ ଉତ୍ସବର ଶୁଭାରମ୍ଭ କରିଥିଲା । ଏହି ପ୍ରଦର୍ଶନୀରେ  ପଶ୍ଚିମ ବଙ୍ଗ, ବିହାର , ଝାଡଖଣ୍ଡ ଏବଂ ଓଡିଶା ସମେତ ପୂର୍ବାଂଚଳର ରାଜ୍ୟ ଗୁଡିକର ୩୪ ପ୍ରକାରର ଆମ୍ବ ବାହାରିନ୍‌ର ଅଲ୍ ଜଜିରା ଗ୍ରୁପ୍ ସୁପରମାର୍କେଟ୍‌ରେ ପ୍ରଦର୍ଶିତ କରା ଯାଇଥିଲା ।

ବାହାରିନ୍ ଠାରେ ଆମ୍ଭ ଉତ୍ସବ ‘ମେଗା ଫେଷ୍ଟିଭାଲ୍ ୨୦୨୨’ ଅଧୀନରେ ଭାରତୀୟ ଆମ୍ବ ସମ୍ପର୍କରେ ଅର୍ନ୍ତରାଷ୍ଟ୍ରୀୟ ବଜାର ଗୁଡିକ ଜାଣିବା ପାଇଁ ଏପିଇଡିଏର ନୂତନ ପଦକ୍ଷେପର ଅଂଶ ବିଶେଷ ଅଟେ । ଏହା ଭାରତୀୟ ଆମ୍ବ ପାଇଁ ବିଶ୍ୱ ସ୍ତରୀୟ ମଂଚ ପ୍ରଦାନ କରିବା ନିମନ୍ତେ ଏପିଇଡିଏର ପ୍ରତିବଦ୍ଧତାର ପରିଣାମ ହେଉଛି, ଯେ ପୂର୍ବାଂଚଳ ରାଜ୍ୟ ଗୁଡିକର ୩୪ ଟି କିସମର ଆମ୍ବ ବାହାରିନ୍‌ରେ ପ୍ରଦର୍ଶିତ କରା ଯାଇଛି । ପୂର୍ବରୁ ଯେଉଁ ଉତ୍ସବ ହେଉଥିଲା ସେଠାରେ ବିଶ୍ୱ ସ୍ତରୀୟ ପ୍ରଦର୍ଶନୀରେ ଦକ୍ଷିଣ ଅଂଚଳ ରାଜ୍ୟ ଗୁଡିକର ଆମ୍ବ, ଯେମିତି ଆଲଫାନ୍‌ସୋ, କେସର, ବାଇଗଣପଲ୍ଲୀ ଇତ୍ୟାଦି ଆମ୍ବର କିସମ ଗୁଡିକୁ ପ୍ରଦର୍ଶିତ କରା ଯାଉଥିଲା ।  ରପ୍ତାନି ନିମନ୍ତେ କରା ଯାଉଥିବା ଉତ୍ପାଦ ଗୁଡିକର ବାଧାହୀନ ଗୁଣବତା ପ୍ରମାଣନକୁ ସୁନିଶ୍ଚିତ କରିବା ନିମନ୍ତେ, ଏପିଇଡିଏ ଉତ୍ପାଦ ଗୁଡିକର ଏବଂ ରପ୍ତାନିକାରୀ ମାନଙ୍କର ଏକ ବ୍ୟାପକ ଶୃଙ୍ଖଳାକୁ ପରୀକ୍ଷଣର ସେବା ଯୋଗାଇ ଦେବା ନିମନ୍ତେ ସମଗ୍ର ଭାରତରେ ୨୨୦ ପ୍ରୟୋଗ ଶାଳା ଗୁଡିକୁ ମାନ୍ୟତା ପ୍ରଦାନ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025
Latest News

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025

ଏୟାର ଇଣ୍ଡିଆର ବଡ଼ ଘୋଷଣା, ସେବା ଅଭାବ ହେଲେ ଯାତ୍ରୀମାନଙ୍କୁ ମିଳିବ ଏହି ଉପହାର

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.