Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାହକମାନଙ୍କୁ ନିମ୍ନମାନର ପ୍ରେସର କୁକର ବିକିବା ହେତୁ ଫ୍ଲିପକାର୍ଟ ଉପରେ ଜରିମାନା ଲାଗୁ
ଆଜିର ଖବର

ଗ୍ରାହକମାନଙ୍କୁ ନିମ୍ନମାନର ପ୍ରେସର କୁକର ବିକିବା ହେତୁ ଫ୍ଲିପକାର୍ଟ ଉପରେ ଜରିମାନା ଲାଗୁ

August 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ-ସିସିପିଏ ବାଧ୍ୟତାମୂଳକ ମାନକକୁ ଉଲଂଘନ କରି ଘରୋଇ ପ୍ରେସର କୁକରର ବିକ୍ରି ପାଇଁ ଅନୁମତି ଦେବା ହେତୁ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପକାର୍ଟ’ ଦ୍ବାରା ଗ୍ରାହକ ଅଧିକାରର ଉଲଙ୍ଘନ ମାମଲାରେ ଏକ ଆଦେଶ ପାରିତ କରିଛନ୍ତି। ମୁଖ୍ୟ ଆୟୁକ୍ତ ନିଧି ଖରେଙ୍କ ଅଧ୍ୟକ୍ଷତାରେ, ସିପିପିଏ ଫ୍ଲିପକାର୍ଟକୁ ନିଜର ପ୍ଲାଟଫର୍ମରେ ବିକ୍ରି ହେଉଥିବା ସମସ୍ତ 598 ପ୍ରେସର କୁକର ବିଷୟରେ ଗ୍ରାହକମାନଙ୍କୁ ସୂଚୀତ କରିବା, ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟର ଭରଣା କରିବା ଏବଂ 45 ଦିନ ମଧ୍ୟରେ ଏହାର ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀକୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକର ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ 100,000 ଟଙ୍କାର ଜରିମାନା ପ୍ରଦାନ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର, ସମୟକୁ ସମୟ, ଗୁଣବତ୍ତା ନିୟନ୍ତ୍ରଣ ଆଦେଶ (କ୍ୟୁସିଓ) କୁ ଅଧିସୂଚୀତ କରିଥାଏ, ଯାହା ଗ୍ରାହକଙ୍କ କ୍ଷତି ଏବଂ ହାନୀର ଆପଦରୁ ସୁରକ୍ଷା ପ୍ରଦାନ କରିବା ଏବଂ ଅଧିକ ମାତ୍ରାରେ ସାଧାରଣ ଲୋକଙ୍କ ହିତରେ ଉତ୍ପାଦ ପାଇଁ ମାନକ ଚିହ୍ନର ଉପଯୋଗ ଏବଂ ମାନକ ପାଇଁ ଅନିର୍ବାର୍ଯ୍ୟ ଅନୁରୂପତା ନିର୍ଦ୍ଦିଷ୍ଟ କରିଥାଏ। 01.02.2021 ରେ ଲାଗୁ ହୋଇଥିବା ଘରୋଇ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ଆଦେଶ, ସମସ୍ତ ଘରୋଇ ପ୍ରେସର କୁକର ପାଇଁ ଆଇଏସ୍ 2347:2017 ଅନୁରୂପ ହେବା ଅନିର୍ବାର୍ଯ୍ୟ ଅଟେ। ଏଥିପାଇଁ 01.02.2021 ଠାରୁ ସମସ୍ତ ପ୍ରେସର କୁକର, ତାହା ଅନଲାଇନ୍ ବା ଅଫଲାଇନରେ ବିକ୍ରି କରାଯାଉ ନା କାହିଁକି, ଏହାକୁ ଆଇଏସ୍ 2347:2017 ର ଅନୁରୂପ ହେବା ଆବଶ୍ୟକ ଏବଂ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସିସିପିଏ ଜାଣିବାକୁ ପାଇଛନ୍ତି ଯେ ‘ଫ୍ଲିପକାର୍ଟର ଉପଯୋଗର ସର୍ତ୍ତ’ ର ବ୍ୟବସ୍ଥା ଉତ୍ପାଦର ପ୍ରତ୍ୟେକ ଚାଲାଣରେ ‘ପାୱାର୍ଡ ବାଏ ଫ୍ଲିପକାର୍ଟ’ ପରି ଶବ୍ଦର ବାଧ୍ୟତାମୂଳକ ଉପଯୋଗ ଏବଂ ବିଭିନ୍ନ ଲାଭର ବିତରଣ ପାଇଁ ବିକ୍ରେତାମାନଙ୍କୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ପ୍ରେସର କୁକରର ବିକ୍ରିରେ ସୁନା, ରୂପା ଏବଂ କାଂସ୍ୟ ଭାବରେ ପ୍ରତିଷ୍ଠିତ କରିବା ଫ୍ଲିପକାର୍ଟ ଦ୍ବାରା କରା ଯାଇଥିବା ଭୂମିକା ଆଡ଼କୁ ସୂଚୀତ କରୁଛି।

ଫ୍ଲିପକାର୍ଟ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକରର ବିକ୍ରି ମାଧ୍ୟମରେ ସମୁଦାୟ 1,84,263 ଟଙ୍କା ପ୍ରାପ୍ତ କରିଛି। ସିସିପିଏ ଦ୍ବାରା ଏହା ଜଣାଯାଇଛି ଯେ ଯେତେବେଳେ ଫ୍ଲିପକାର୍ଟକୁ ଏପରି ପ୍ରେସର କୁକର ବିକ୍ରି ଦ୍ବାରା ବ୍ୟାବସାୟିକ ଭାବରେ ଲାଭ ହୋଇଛି, ତେବେ ସେ ଉପଭୋକ୍ତାଙ୍କୁ ତାଙ୍କର ବିକ୍ରିରେ ସୃଷ୍ଟି ହୋଇଥିବା ଭୂମିକା ଓ ଦାୟୀତ୍ବରୁ ନିଜକୁ ମୁକ୍ତ କରିପାରିବ ନାହିଁ। ଗ୍ରାହକଙ୍କ ମଧ୍ୟରେ ସଚେତନତା ଏବଂ ଗୁଣବତ୍ତାର ଜ୍ଞାନ ବଢ଼ାଇବା ପାଇଁ ସିସିପିଏ କେନ୍ଦ୍ର ସରକାର ଦ୍ବାରା ପ୍ରକାଶିତ କ୍ୟୁସିଓର ଉଲଙ୍ଘନ କରୁଥିବା ନକଲି ଏବଂ ଜାଲିଆତି ସାମଗ୍ରୀର ବିକ୍ରିକୁ ବନ୍ଦ କରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନର ଆରମ୍ଭ କରିଛି। ଅଭିଯାନର ଅଂଶ ଭାବରେ ଚିହ୍ନଟ କରାଯାଉଥିବା ଦୈନିକ ବ୍ୟବହାର ହେଉଥିବା ଉତ୍ପାଦରେ ହେଲମେଟ, ଘରୋଇ ପ୍ରେସର କୁକର ଓ ରୋଷେଇ ଗ୍ୟାସ ସିଲିଣ୍ଡର ସାମିଲ୍ ରହିଛି। ସିସିପିଏ ଦେଶ ବ୍ୟାପି ଜିଲ୍ଲା କଲେକ୍ଟରଙ୍କୁ ଏପରି ଉତ୍ପାଦର ନିର୍ମାଣ ବା ବିକ୍ରି ସମ୍ବନ୍ଧିତ ଅନୁଚିତ ବ୍ୟବସାୟ କାର୍ଯ୍ୟ ଏବଂ ଗ୍ରାହକ ଅଧିକାରକୁ ଉଲଂଘନର ଯାଞ୍ଚ କରିବା ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଲେଖିଛନ୍ତି। ଅଭିଯାନ ଅନ୍ତର୍ଗତ, ବିଆଇଏସ୍ ଅନେକ ଅଣ-ମାନକ ହେଲମେଟ ଏବଂ ପ୍ରେସର କୁକରକୁ ବାହାର କରି ଜବତ କରିଛି। 1435 ପ୍ରେସର କୁକର ଏବଂ 1088 ହେଲମେଟ୍ ଯାହା ଅନିର୍ବାର୍ଯ୍ୟ ମାନକ ଅନୁରୂପ ନଥିଲେ, ତାହାକୁ ବିଆଇଏସ୍ ଦ୍ବାରା ଜବତ କରାଯାଇଛି। ସିସିପିଏ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଆଇନ ଅନ୍ତର୍ଗତ ପ୍ରଯୁଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବାଧ୍ୟତାମୂଳକ ଉପଯୋଗ ପାଇଁ ନିର୍ଦ୍ଦେଶିତ ମାନକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପତ୍ର ଲେଖିଛନ୍ତି।

ଏହା ବ୍ୟତୀତ, ସିସିପିଏ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ର ମହାନିର୍ଦ୍ଦେଶକଙ୍କୁ ବିଆଇଏସ୍ ଅଧିନିୟମ 2016 ର ବ୍ୟବସ୍ଥା ଅନ୍ତର୍ଗତ ଅନିର୍ବାର୍ଯ୍ୟ ମାନକର ଉଲଂଘନ ଅପରାଧକୁ ତତ୍କାଳ ଗ୍ରହଣ କରିବା ପାଇଁ ବିଆଇଏସର ସମସ୍ତ କ୍ଷେତ୍ରୀୟ ଶାଖା ଗୁଡ଼ିକୁ ବିଧିବଦ୍ଧ ଭାବରେ ଅଧିସୂଚୀତ କରିବା ପାଇଁ ଲେଖିଛନ୍ତି। ଗ୍ରାହକ କାର୍ଯ୍ୟ ବିଭାଗ ଦ୍ବାରା ନୂତନ ସର୍ଟ କୋଡ୍ ’1915’ କୁ ଜାରି କରାଯିବା ପର ଠାରୁ, ଅଧିକରୁ ଅଧିକ ଗ୍ରାହକ ଜାତୀୟ ଗ୍ରାହକ ହେଲ୍ପଲାଇନ୍ ରେ ନିଜର ଅଭିଯୋଗ ଦାଖଲ କରୁଛନ୍ତି। ଏହା ଧ୍ୟାନ ରଖିବା ପ୍ରାସଙ୍ଗିକ ଯେ ଏନସିଏଚ ରେ ପଞ୍ଜୀକୃତ ସମସ୍ତ ଅଭିଯୋଗ ଅନୁପାତରେ ଇ-କମର୍ସ ସର୍ବାଧିକ ଅଟେ। ଜୁଲାଇ 2022 ରେ, ଏନସିଏଚ ରେ ସମସ୍ତ ଅଭିଯୋଗର 38 ପ୍ରତିଶତ ଅଂଶ ଇ-କମର୍ସ ସମ୍ବନ୍ଧିତ ଥିଲା। ଇ-କର୍ମସରେ ଗ୍ରାହକ ଅଭିଯୋଗର ପ୍ରମୁଖ ଶ୍ରେଣୀରେ ତ୍ରୁଟିଯୁକ୍ତ ଉତ୍ପାଦର ଡେଲିଭରି, ପଇଠ କରାଯାଇଥିବା ପରିମାଣର ଫେରସ୍ତରେ ବିଫଳତା, ଉତ୍ପାଦର ଡେଲିଭରିରେ ବିଳମ୍ବ ଆଦି ସାମିଲ୍ ରହିଛି।

ସିସିପିଏର ଅଧିନିୟମର ଧାରା 18 (2) (ଜେ) ଅନ୍ତର୍ଗତ ସୁରକ୍ଷା ନୋଟିସ୍ ମଧ୍ୟ ଜାରି କରିଛନ୍ତି ଯଦ୍ବାରା ଗ୍ରାହକଙ୍କୁ ଏପରି ସାମଗ୍ରୀ କ୍ରୟ କରିବା ସମୟରେ ସଚେତନ ଓ ସାବଧାନ କରାଯାଇପାରିବ ଯେଉଁଥିରେ ବୈଧ ଆଇଏସଆଇ ମାର୍କ ନାହିଁ ଓ ବାଧ୍ୟତାମୂଳକ ବିଆଇଏସ୍ ମାନକର ଉଲଂଘନ କରୁଛନ୍ତି। ଯେତେବେଳେକି ପ୍ରଥମ ସୁରକ୍ଷା ନୋଟିସ୍ ହେଲମେଟ, ପ୍ରେସର କୁକର ଏବଂ ରନ୍ଧନ ଗ୍ୟାସ ଉତ୍ପାଦ ସମ୍ବନ୍ଧରେ ଜାରି କରାଯାଇଥିଲା ଯେଉଁଥିରେ ଇଲେକ୍ଟ୍ରିକ୍ ଇମର୍ସନ ୱାଟର ହିଟର, ସିଲାଇ ମେସିନ୍, ମାଇକ୍ରୋୱଭ୍ ଓଭନ, ଏଲପିଜି ସହିତ ଘରୋଇ ଗ୍ୟାସ ଷ୍ଟୋଭ ଆଦି ମଧ୍ୟ ସାମିଲ୍ ରହିଛି। (ପିଆଇବି)

ଇ-କମର୍ସ ଫ୍ଲିପକାର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.