Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାନଫ୍ରାନ୍ସିସ୍କୋ ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ସାନଫ୍ରାନ୍ସିସ୍କୋ ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ

September 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ
ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ

ଦିଲ୍ଲୀ: ଭାରତର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍ ସାନଫାନ୍ସିସ୍କୋ ଉପସାଗରୀୟ କ୍ଷେତ୍ର ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁ – ଉଦ୍ୟମୀ ମାନଙ୍କୁ ପରିବର୍ତନ ନିମନ୍ତେ ସମର୍ଥନ ଏବଂ ସେମାନଙ୍କ ଦକ୍ଷତାକୁ ଉନ୍ନତକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଭାରତୀୟ ଷ୍ଟାର୍ଟଅପ୍, ଆମେରିକାର ନିବେଶକ ଏବଂ ଅଗ୍ରଣୀ ଷ୍ଟାର୍ଟଅପ୍ ମାନଙ୍କୁ ପାଣ୍ଠି ଯୋଗାଡ କରିବା, ବଜାର ପହଂଚ ଏବଂ ବ୍ୟବସାୟୀକରଣ ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମ ଭାରତରେ ରହିଥିବା ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ସହିତ ସମ୍ପର୍କିତ ବିଶେଷ ସମସ୍ୟା ଗୁଡିକ ଉପରେ କେନ୍ଦ୍ରୀଭୂତ ହୋଇଥିବା ଏକ ବାର୍ତାଳାପ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରା ଯାଇଥିଲା। ଏହି ବୈଠକରେ ଘରୋଇ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ପ୍ରାଥମିକ ଅବସ୍ଥାରେ ଥିବା ଭାରତୀୟ ଷ୍ଟାର୍ଟଅପ୍ର ଉପସାଗରୀୟ କ୍ଷେତ୍ରରେ ରହିଥିବା ସଫଳ ପ୍ରବାସୀ ସଦସ୍ୟ ମାନଙ୍କ ସହିତ ମେଂଟରସିପ୍କୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ଗୁରତ୍ୱାରୋପ କରା ଯାଇଥିଲା।

ସେତୁ ଆମେରିକାରେ ଥିବା ମେଂଟର/ ପରାମର୍ଶଦାତା , ଯେଉଁମାନେ ଭାରତର ଉଦ୍ୟୋଗ ଗୁଡିକରେ ଏବଂ ଉଦୀୟମାନ ଷ୍ଟାଟଅପ୍ ଗୁଡିକରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କ ପାଇଁ ଭୌଗୋଳିକ ପ୍ରତିବନ୍ଧକକୁ ଭାଙ୍ଗିବା ନିମନ୍ତେ ପ୍ରସ୍ତୁତ କରା ଯାଇଛି। ଭାରତୀୟ ଷ୍ଟାଟଅପ୍ ନିମନ୍ତେ ନିଆଯାଇଥିବା ପଦକ୍ଷେପ ମେଂଟରସିପ୍ ପୋର୍ଟାଲ୍ ମାର୍ଗ ଯାହା ଭାରତୀୟ ଷ୍ଟାଟଅପ୍ ଗୁଡିକ ପାଇଁ ମେଂଟରସିପ୍, ପରାମର୍ଶ, ସହାୟତା, ନମନୀୟତା ଏବଂ ଅଭିବୃଦ୍ଧି କାର୍ଯ୍ୟକ୍ରମର ସମନ୍ୱିତ ସହାୟତା କେନ୍ଦ୍ର ଅଟେ ତାହା ମାଧ୍ୟମରେ ଏହି ବାର୍ତାଳାପକୁ ସମର୍ଥନ କରାଯିବ। ଏହି ପୋର୍ଟାଲ୍ ଏଭଳି ଭାବେ ବିକଶିତ କରା ଯାଇଛି ଯେ, ଦେଶର ଯେକୌଣସି ସ୍ଥାନରୁ ଜଣେ ମେଂଟର/ପରାମର୍ଶଦାତାଙ୍କ ସହିତ ଯୋଗାଯୋଗ କରି ପାରିବ । ଜଣେ ପରାମର୍ଶଦାତା ଷ୍ଟାଟଅପ୍ ଗୁଡିକୁ ମାର୍ଗଦର୍ଶନ କରିବା ନିମନ୍ତେ ମାନବୀୟ ଜ୍ଞାନ ପ୍ରଦାନ କରିବେ। ଏହା ଉଲ୍ଲେଖ କରା ଯାଇପାରେ ଯେ ବର୍ତମାନ ସୁଦ୍ଧା, ବିଶ୍ୱ ସ୍ତରରେ ୨୦୦ରୁ ଅଧିକ ପରାମର୍ଶଦାତା ମାନଙ୍କୁ ସଫଳତାର ସହିତ ଏଥିରେ ଯୋଡି ହୋଇ ସାରିଛନ୍ତି।

ମାର୍ଗର ମୁଖ୍ୟ କାର୍ଯ୍ୟ ଗୁଡିକ ହେଉଛି ପ୍ରବେଶର ସହଜତାକୁ ଉନ୍ନତ କରିବା, ମ୍ୟାଚ୍ମେକିଂ ପାଇଁ କୃତ୍ରିମ ଜ୍ଞାନର ବ୍ୟବହାର କରିବା, ସଭା ଗୁଡିକର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା, ମାଷ୍ଟରକ୍ଲାସ୍ ଆୟୋଜନ କରିବା, ପ୍ରାସଙ୍ଗିକ ସୂଚନା ପ୍ରଦାନ, ଆନାଲିଟିକ୍ସ ଏବଂ ବୈଶିଷ୍ଟ୍ୟ ଇତ୍ୟାଦି ପାଇଁ ଏକ କଷ୍ଟମ୍ ଡ୍ୟାସ୍ ବୋର୍ଡ ପ୍ରଦାନ କରିବା, ହୋଷ୍ଟ କୋହେର୍ଟ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରିବା ଯାହା କାର୍ଯ୍ୟକ୍ରମର ଅଂଶ ବିଶେଷ ହେବା ପାଇଁ ଏବଂ ପରିଣାମ ସଂଚାଳିତ କାର୍ଯ୍ୟକଳାପକୁ ସକ୍ଷମ କରିବା ପାଇଁ ଷ୍ଟାଟଅପ୍ ପାରିବେଶିକ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିଥାଏ।

ଉପସାଗରୀୟ କ୍ଷେତ୍ରରେ ଆୟୋଜିତ ଅନେକ ବୈଠକ ଅବସରରେ ମନ୍ତ୍ରୀ ଏହି କ୍ଷେତ୍ରର ଉଦ୍ୟମୀ ପୁଞ୍ଜିପତି ମାନଙ୍କୁ ଏବଂ ଅନ୍ୟ ଅଗ୍ରଣୀ ନିବେଶକ ମାନଙ୍କ ସହିତ ଖୋଲାଖୋଲି ଭାବେ ଫଳପ୍ରଦ ଆଲୋଚନା କରିଥିଲେ। ଭାରତରେ ବ୍ୟବସାୟ ଦୃଷ୍ଟିକୋଣ ସମ୍ପର୍କରେ ପୁଞ୍ଜିପତି ମାନେ ଏବଂ ଅନ୍ୟ ନିବେଶକ ମାନେ ଆଶାବାଦୀ ବୋଲି କହିଥିଲେ।
“ଏକ ମହତ୍ୱପୂର୍ଣ୍ଣ ନିଷ୍କର୍ଷ ଏହା ଯେ ଉପସାଗରୀୟ କ୍ଷେତ୍ର ଭାରତକୁ ନେଇ ବହୁତ ଉତ୍ସାହିତ ଅଛି। ଭାରତ, ଭାରତୀୟ ମାନଙ୍କୁ ନେଇ, ଭାରତୀୟ ଷ୍ଟାଟଅପ୍ ଗୁଡିକୁ ନେଇ ଏବଂ ଭାରତୀୟ ବ୍ୟବସାୟ ଗୁଡିକର କ୍ଷମତା ସମ୍ପର୍କରେ ବହୁତ ଉତ୍ସାହିତ ଅଛି। ଭାରତରେ ଉପଲବ୍ଧ ପ୍ରତିଭା ମାନଙ୍କୁ ନେଇ ବହୁତ ଉତ୍ସାହିତ ଅଛି । ସେମାନେ ବଡ ବଜାର, ଅର୍ଥାତ୍ ଭାରତରେ ଯେଉଁଠି ୧.୩ ବିଲିୟନ୍ ଆକାଂକ୍ଷୀ ଭାରତୀୟ ଅଛନ୍ତି ସେଠାରେ ବୃହତ୍ ସମ୍ଭାବନା ଦେଖୁଛନ୍ତି” ବୋଲି ଶ୍ରୀ ଗୋଏଲ୍ ବୈଠକ ଶେଷ ହେବା ପରେ କହିଥିଲେ।

“ପରାମର୍ଶ/ ମେଂଟରସିପ୍କୁ ନେଇ ମଧ୍ୟ ପରାମର୍ଶ ଥିଲା । ଆମେ ସେତୁ କାର୍ଯ୍ୟକ୍ରମ ଆରମ୍ଭ କରିଛୁ, ଯେଉଁଠାରେ ଆମେ ପରିବର୍ତନ ମାଧ୍ୟମରେ ଏବଂ ଅଧିକ ଦକ୍ଷ ପଦକ୍ଷେପ ଜରିଆରେ ଉଦ୍ୟମୀ ମାନଙ୍କୁ ସମର୍ଥନ କରିବାକୁ ଚାହୁଁଛୁ। ଆମେ ଏମିତି ଏକ କାର୍ଯ୍ୟକ୍ରମ ଉପରେ ମଧ୍ୟ ବିଚାର କରୁଛୁ, ଯାହାକୁ ଷ୍ଟାଟଅପ୍ ପରାମର୍ଶଦାତା ପରିଷଦ ଭାରତରେ ଆରମ୍ଭ କରିଥିଲା, ଯେଉଁଥିରେ ବିଶେଷ ରୂପରେ ଟାୟର – ୨, ଟାୟର – ୩ ଏବଂ ଟାୟର – ୪ ସହର ଏବଂ ତଳିଆ ଅଂଚଳରେ ମେଂଟରସିପ୍ ଆରମ୍ଭ କରା ଯାଉଛି। ବହୁତ ପ୍ରକାରର ଉତମ ପରାମର୍ଶ ଆଲୋଚନା ଭିତରକୁ ଆସିଥିଲା ବୋଲି ସେ କହିଥିଲେ।”

ଏହା ଅନୁମାନ କରା ଯାଉଛି ଯେ ପ୍ରାୟ ୯୦% ଷ୍ଟାଟଅପ୍ ଗୁଡିକ ଏବଂ ଉତ୍ତମ ପାଣ୍ଠି ପାଇଥିବା ଷ୍ଟାଟଅପ୍ ଗୁଡିକ ମଧ୍ୟରୁ ପ୍ରାୟ ଅଧା ଷ୍ଟାଟଅପ୍ ପ୍ରାରମ୍ଭିକ ଅବସ୍ଥାରେ ବନ୍ଦ ହୋଇ ଯାଇଛି। ବ୍ୟବସାୟକୁ ସମ୍ଭାଳିବା କ୍ଷେତ୍ରରେ ଅଭିଜ୍ଞତାର ଅଭାବ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଏବଂ ପ୍ରତିଷ୍ଠାତା ମାନେ ନିଷ୍ପତ୍ତି ନେବା ନିମନ୍ତେ ଏବଂ ନୈତିକ ସମର୍ଥନ ପାଇଁ ଉଚିତ୍ ମାର୍ଗଦର୍ଶନର ଆବଶ୍ୟକ କରନ୍ତି।

ଯେହେତୁ ଭାରତ ଏକ ଶ୍ରେଷ୍ଠ ଷ୍ଟାଟଅପ୍ ଲକ୍ଷ୍ୟସ୍ଥଳୀ ହେବା ଆଡକୁ ଅଗ୍ରସର ହେଉଛି, ତେଣୁ ଉଚିତ୍ ସମୟରେ ଉଚିତ୍ ମାର୍ଗଦର୍ଶନ ନିହାତି ଆବଶ୍ୟକ। ଭାରତ ସରକାର ଷ୍ଟାଟଅପ୍ ଯାତ୍ରାରେ ମୂଲ୍ୟ ଯୋଗ କରି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ଅନୁଭବୀ ବିଶେଷଜ୍ଞ ମାନଙ୍କୁ ଏବଂ ଉଦ୍ୟୋଗ ଜଗତର ଅଗ୍ରଣୀ ମାନଙ୍କୁ ଆମନ୍ତ୍ରିତ କରୁଛନ୍ତି।

ମାର୍ଗ ସାରା ବିଶ୍ୱର ମେଂଟର ମାନଙ୍କ ଠାରୁ ଆବେଦନ ଆମନ୍ତ୍ରିତ କରୁଛି। ଏବେ ପର୍ଯ୍ୟନ୍ତ ସାରା ବିଶ୍ୱରେ ୨୦୦ରୁ ଅଧିକ ମେଂଟର୍ସ ମାର୍ଗ ସହିତ ଯୋଡି ହୋଇ ସାରିଛନ୍ତି। ଆବେଦନ ଗୁଡିକ ଉଦ୍ୟୋଗ ଏବଂ ଷ୍ଟାଟଅପ୍ ପାରିବେଶିକ ବ୍ୟବସ୍ଥାକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଠାରୁ ଆସିଛି।

ପିୟୁଷ ଗୋଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.