ଓଡିଶା ବଜାରରେ ପ୍ରବେଶ କଲା ସାନି ଲିମିଟେଡ୍‌

Published: Sep 7, 2022, 5:37 pm IST

ଭୁବନେଶ୍ବର: ଓଡିଶା କନଷ୍ଟ୍ରକସନ ବଜାରରେ ପ୍ରବେସ କଲା ସାନି ହେଭି ଇଣ୍ଡଷ୍ଟ୍ରି ଲିମିଟେଡ। ଆଜି ଏହାର ଲଞ୍ଚିଙ୍ଗ ଅନୁଷ୍ଠିତ ହୋଇଛି। ଡ. ଉପେନ୍ଦ୍ର ନାୟକ, ଶଶାଙ୍କ ପାଣ୍ଡେ, ଧୀରଜ ପଣ୍ଡା, ରଘୁନାଥ, ସୁଶିଲ ପାତ୍ର, ସଞ୍ଜୀବ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସାନି ଲିମିଟେଡର ଓଡିଶା ମୁଖ୍ୟ ଦୁର୍ଜ୍ୟନ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କୋଠାବାଡି ନିର୍ମାଣ ଓ କନଷ୍ଟ୍ରକସନ ବଜାରରେ ସାନିର ବହୁତ ବଡ ନାଁ ରହିଛି । ନିର୍ମାଣ ସମ୍ପର୍କିତ ଯନ୍ତ୍ରପାତିରେ ସାନିର ନାଁ ରହିଛି। ଏହା ଏକ ଚାଇନା ବହୁସ୍ଥରୀୟ କମ୍ପାନୀ ହୋଇଥିବା ବେଳେ ଭାରତୀୟ ବିଶ୍ୱ ବଜାରରେ ଏହାର ବେଶ ଚାହିଦା ରହିଛି। ପୁନେରେ କମ୍ପାନୀର ୮୦ ଏକର ଜମିରେ ଫ୍ୟାକ୍ଟ୍ରି ରହିଛି। ଯେଉଁଠାରେ ମେସିନ ସପ୍ଳାଇ ହୁଏ। କଂକ୍ରିଟ ମେସିନାରୀ ଯଥା ସିମେଣ୍ଟ ଫେଣ୍ଟା ମେସିନ ଓ ଜେସିବି ଭଳି ମେସିନ କିଣା ବିକାରେ ଏହା ଭାରତ ଓ ଦକ୍ଷିଣ ଏସିଆରେ କାର୍ଯ୍ୟକରୁଛି। ପଡୋଶୀ ଦେଶ ନେପାଳ, ଭୁଟ୍ଟାନ, ବାଲାଂଦେଶ ଓ ଶ୍ରୀଲଙ୍କାକୁ ବି ସାନି ନିଜର ମେସିନ ସପ୍ଳାଇ କରୁଛି। ଭୁବନେଶ୍ୱରରେ ଏହାର ଲଂଚିଙ୍ଗ କରାଇବା ସହ ସେଲ୍ସ ଓ ସର୍ଭିସ ଯୋଗାଇ ଦେବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ପୂର୍ବ ଭାରତରେ ବ୍ୟବସାୟ ବଢ଼ାଇବାକୁ କମ୍ପାନୀ ଓଡିଶାକୁ ଟାର୍ଗେଟ କରିଛି। ଚାରିଘଣ୍ଟା ଭିତରେ ପାର୍ଟସ ଓ ମେସିନାରୀ ଗ୍ରାହକଙ୍କ ପାଖରେ ପହଂଚାଇବା କମ୍ପାନୀର ଉଦ୍ଦେଶ୍ୟ ରହିଛି। ସେହିଭଳି ଓଡିଶାରେ ମାତ୍ର କମ ଦିନରେ ୧୦୦୦ ପାଖାପାଖି ମେସିନ ଗ୍ରାହକଙ୍କ ପାଖରେ ପହଂଚିଥିବା ବେଳେ ଏହି ସଂଖ୍ୟା ବଢ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

୧୯୯୪ରେ ସାନି ଗ୍ରୁଫ ଓ ସାନି ହେଭି ଇଣ୍ଡଷ୍ଟ୍ରୁିଜ ନିର୍ମାଣ ହୋଇଥିଲା। ଏବେ ଏଥିରେ ୯୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ରହିଛନ୍ତି। ଏହା ଆଗାମୀ ଦିନରେ ଓଡିଶା ବଜାରରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

Related posts