Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ୍‌ ପାଇଁ ସିଡବ୍ଲୁ୍ୟସିର ଅନୁମୋଦନ ଲାଭ
ଆଜିର ଖବର

ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ୍‌ ପାଇଁ ସିଡବ୍ଲୁ୍ୟସିର ଅନୁମୋଦନ ଲାଭ

September 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ୍‌ ପାଇଁ ସିଡବ୍ଲୁ୍ୟସିର ଅନୁମୋଦନ ଲାଭ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାସ୍ଥିତ ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି। ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍‌ କ୍ଷମତାସଂପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାଠାରେ ୫୦୦ ମେଗାୱାଟ୍‌ର ଷ୍ଟୋରେଜ ପମ୍ପ ସକାଶେ ପ୍ରସ୍ତାବ ରଖିଥିଲା।

କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍‌ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି। ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ଅନୁମୋଦନ ସକାଶେ ଓଏଚ୍‌ପିସି କେନ୍ଦ୍ର ବିଦୁ୍ୟତ ପ୍ରାଧିକରଣ ନିକଟରେ ଆବେଦନ କରିବ। ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ।

କଳାହାଣ୍ଡିର ଅଗମ୍ୟ ଅଞ୍ଚଳସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ୍‌ ରହିଛି। ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ପ୍ରତ୍ୟେକ ଟର୍‌ବାଇନ୍‌ରୁ ୧୫୦ ମେଗାୱାଟ୍‌ ବିଦୁ୍ୟତ ଉତ୍ପନ୍ନ ହେବ ଏବଂ ଏହା ଓଡ଼ିଶା ଶକ୍ତି ଗ୍ରୀଡ଼୍‌କୁ ବାର୍ଷିକ ୧୦୪୦ ମିଳିୟନ୍‌ ୟୁନିଟ୍‌ ବିଦୁ୍ୟତ ଯୋଗାଇବ । ସବୁଠାରୁ ଖୁସିର ବିଷୟ ଯେ, ଏହି ପ୍ରକଳ୍ପ ନିମନ୍ତେ କାହାରିକୁ ବାସଚୁ୍ୟତ ହେବାକୁ ପଡ଼ିବ ନାହିଁ।

ଏହା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୀତିର ବିକାଶରେ ସହଯୋଗ କରିବ। କେନ୍ଦ୍ରୀୟ ଜଳ କମିଶନର ଏହି ମଞ୍ଜୁରୀ ପ୍ରଦାନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି। ଗ୍ଲାସ୍‌ଗୋଠାରେ ଆୟୋଜିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ୍‌-୨୬ ଅନୁସାରେ କାର୍ବନ୍‌ ଡାଇଅକ୍‌ସାଇଡ୍‌ ନିଗର୍ମନ ଓ କାର୍ବନ ହଟାଇବା ସହ ୨୦୪୭ ସୁଦ୍ଧା ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଓଡ଼ିଶା ରଖିଥିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି।

ଅପର ଇନ୍ଦ୍ରାବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବାନ ଗଣେଶଙ୍କ ବିସର୍ଜନ ବେଳେ କେବେ ବି ଏହି ଭୁଲ କରନ୍ତୁ ନାହିଁ, କ୍ରୋଧିତ ହେବେ ବାପ୍ପା

September 4, 2025

ଗୋ ହତ୍ୟା ରୋକିବାକୁ କାମ କରିବେ ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ: ଡ଼. ତୋଗାଡ଼ିଆ

September 4, 2025

ICC ଟି-୨୦ ରାଙ୍କିଂ: ଜାଣନ୍ତୁ ଏସିଆ କପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳର ସ୍ଥିତି

September 4, 2025

GST ହ୍ରାସ ଦ୍ଵାରା କେତେ ଶସ୍ତା ହେବ କର୍କଟ ଚିକିତ୍ସା?, ଜାଣନ୍ତୁ

September 4, 2025
Latest News

ଭଗବାନ ଗଣେଶଙ୍କ ବିସର୍ଜନ ବେଳେ କେବେ ବି ଏହି ଭୁଲ କରନ୍ତୁ ନାହିଁ, କ୍ରୋଧିତ ହେବେ ବାପ୍ପା

September 4, 2025

ଗୋ ହତ୍ୟା ରୋକିବାକୁ କାମ କରିବେ ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ: ଡ଼. ତୋଗାଡ଼ିଆ

September 4, 2025

ICC ଟି-୨୦ ରାଙ୍କିଂ: ଜାଣନ୍ତୁ ଏସିଆ କପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳର ସ୍ଥିତି

September 4, 2025

GST ହ୍ରାସ ଦ୍ଵାରା କେତେ ଶସ୍ତା ହେବ କର୍କଟ ଚିକିତ୍ସା?, ଜାଣନ୍ତୁ

September 4, 2025

ଚୋରି ହନୁମାନ ଗଦା ଉଦ୍ଧାର, ଦୁଇ ଗିରଫ

September 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.