Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫସଲ ଉତ୍ପାଦନର ଅଗ୍ରୀମ ଆକଳନ ଜାରି: ମକା ଓ ଆଖୁର ରେକର୍ଡ ପରିମାଣର ଉତ୍ପାଦନ ଅନୁମାନ
ଆଜିର ଖବର

ଫସଲ ଉତ୍ପାଦନର ଅଗ୍ରୀମ ଆକଳନ ଜାରି: ମକା ଓ ଆଖୁର ରେକର୍ଡ ପରିମାଣର ଉତ୍ପାଦନ ଅନୁମାନ

September 22, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୃଷି ଏବଂ କୃଷକ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୨୨- ୨୩ ମସିହା ନିମନ୍ତେ ମୁଖ୍ୟ ଖରିଫ ଫସଲମାନଙ୍କ ଉତ୍ପାଦନର ପ୍ରଥମ ଅଗ୍ରୀମ ଆକଳନ ଜାରି କରାଯାଇଛି। କେନ୍ଦ୍ର କୃଷି ଏବଂ କୃଷକ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହି ସୂଚନା ଦେଇ କହିଛନ୍ତିଯେ ଖରିଫ ଋତୁରେ ୧୪୯.୯୨ ନିୟୁତ ଟନ୍ ଖାଦ୍ୟାନ୍ନ ଉତ୍ପାଦନ ହେବାର ପୂର୍ବାନୁମାନ କରାଯାଇଛି। ସେ କହିଲେ ଯେ, କୃଷି କ୍ଷେତ୍ରରେ ପ୍ରତି ଦିନ କୃଷକମାନେ କରୁଥିବା କଠିନ ପରିଶ୍ରମ, ବୈଜ୍ଞାନିକମାନଙ୍କ କୁଶଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ କୃଷକ ହିତୈଷୀ ନୀତିଗୁଡ଼ିକ କାରଣରୁ ଏଭଳି ବିକାଶ ହୋଇଚାଲିଛି।

ପ୍ରଥମ ଅଗ୍ରୀମ ଅନୁମାନ ଅନୁସାରେ, ୨୦୨୨- ୨୩ରେ ମୁଖ୍ୟ ଖରିଫ ଫସଲଗୁଡ଼ିକର ଅନୁମାନିତ ଉତ୍ପାଦନ ନିମ୍ନମତେ ହେବ:

-ଖାଦ୍ୟାନ୍ନ – ୧୪୯.୯୨ ନିୟୁତ ଟନ୍‌
-ଧାନ – ୧୦୪.୯୯ ନିୟୁତ ଟନ୍‌
-ପୋଷକ/ ମୋଟା ଶସ୍ୟ – ୩୬.୫୬ ନିୟୁତ ଟନ୍‌
-ମକା – ୨୩.୧୦ ନିୟୁତ ଟନ୍ (ରେକର୍ଡ)
-ଡାଲିଜାତୀୟ ଶସ୍ୟ – ୮.୩୭ ନିୟୁତ ଟନ୍‌
– ଟୁର – ୩.୮୯ ନିୟୁତ ଟନ୍‌
-ତୈଳବୀଜ – ୨୩.୫୭ ନିୟୁତ ଟନ୍‌
-ଚିନାବାଦାମ- ୮.୩୭ ନିୟୁତ ଟନ୍‌
-ସୋୟାବିନ୍ – ୧୨.୮୯ ନିୟୁତ ଟନ୍‌
-କପା- ୩୪.୧୯ ନିୟୁତ ଗାଣ୍ଠିଲି ( ପ୍ରତି ଗାଣ୍ଠିଲି ୧୭୦ କିଲୋଗ୍ରାମ୍‌)
-ଝୋଟ ଓ ମେସ୍ତା – ୧୦.୦୯ ନିୟୁତ ଗାଣ୍ଠିଲି ( ପ୍ରତି ଗାଣ୍ଠିଲି ୧୮୦ କିଲୋଗ୍ରାମ)
ଆଖୁ – ୪୬୫.୦୫ ନିୟୁତ ଟନ୍ (ରେକର୍ଡ)

୨୦୨୨- ୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରଥମ ଅଗ୍ରୀମ ଅନୁମାନ ( କେବଳ ଖରିଫ) ଅନୁସାରେ, ଦେଶରେ ମୋଟ ଖାଦ୍ୟାନ୍ନ ଉତ୍ପାଦନ ୧୪୯.୯୨ ନିୟୁତ ହେବାର ଅନୁମାନ କରାଯାଇଛି ଯାହା ବିଗତ ପାଞ୍ଚ ବର୍ଷ (୨୦୧୬-୧୭ ଠାରୁ ୨୦୨୦-୨୧) ହାରାହାରି ଖାଦ୍ୟାନ୍ନ ଉତ୍ପାଦନର ତୁଳନାରେ ୬.୯୮ ନିୟୁତ ଟନ୍ ଅଧିକ।

ବର୍ଷ ୨୦୨୨-୨୩ରେ ଖରିଫ ଧାନର ମୋଟ ଉତ୍ପାଦନ ୧୦୪.୯୯ ନିୟୁତ ଟନ୍ ହେବାର ଅନୁମାନ କରାଯାଇଛି। ଏହା ବିଗତ ପାଞ୍ଚ ବର୍ଷ (୨୦୧୬-୧୭ ଠାରୁ ୨୦୨୦- ୨୧)ର ୧୦୦.୫୯ ନିୟୁତ ଟନ୍ ହାରାହାରି ଧାନ ଉତ୍ପାଦନ ତୁଳନାରେ ୪.୪୦ ନିୟୁତ ଟନ୍ ଅଧିକ।
ବର୍ଷ ୨୦୨୨- ୨୩ରେ ଦେଶରେ ମକା ଉତ୍ପାଦନ ରେକର୍ଡ ୨୩.୧୦ ନିୟୁତ ଟନ୍ ହେବାର ପୂର୍ବାନୁମାନ କରାଯାଇଛି ଯାହା ହାରାହାରି ବାର୍ଷିକ ୧୯.୮୯ ନିୟୁତ ଟନ୍ ମକା ଉତ୍ପାଦନ ତୁଳନାରେ ୩.୨୧ ନିୟୁତ ଟନ୍ ଅଧିକ।

ଖରିଫ ପୋଷକ/ ମୋଟା ଶସ୍ୟର ଉତ୍ପାଦନ ୩୬.୫୬ ନିୟୁତ ଟନ୍ ହେବାର ଆକଳନ କରାଯାଇଛି ଯାହାକି ହାରାହାରି ବାର୍ଷିକ ୩୩.୬୪ ନିୟୁତ ଟନ୍ ଉତ୍ପାଦନ ତୁଳନାରେ ୨.୯୨ ନିୟୁତ ଟନ୍ ଅଧିକ। ବର୍ଷ ୨୦୨୨- ୨୩ରେ ମୋଟ ଖରିଫ ଡାଲିଜାତୀୟ ଶସ୍ୟ ଉତ୍ପାଦନ ୮.୩୭ ନିୟୁତ ଟନ୍ ହେବାର ଅନୁମାନ କରାଯାଇଛି।

ଇର୍ଷ ୨୦୨୨- ୨୩ରେ ଦେଶରେ ମୋଟ ଖରିଫ ତୈଳବୀଜ ଉତ୍ପାଦନ ୨୩. ୫୭ ନିୟୁତ ଟନ୍ ହେବାର ପୂର୍ବାନୁମାନ ଲଗାଯାଇଛି ଯାହାକି ବାର୍ଷିକ ହାରାହାରି ଉତ୍ପାଦନ ତୁଳନାରେ ୧.୭୪ ନିୟୁତ ଟନ୍ ଅଧିକ। ବର୍ଷ ୨୦୨୨- ୨୩ରେ ଦେଶରେ ଆଖୁ ଉତ୍ପାଦନ ରେକର୍ଡ ୪୬୫.୦୫ ନିୟୁତ ଟନ୍ ହେବାର ଆକଳନ କରାଯାଇଛି। ୨୦୨୨-୨୩ରେ ଆଖୁ ଉତ୍ପାଦନ ୩୭୩.୪୬ ନିୟୁତ ଟନ୍ ବାର୍ଷିକ ଉତ୍ପାଦନ ତୁଳନାରେ ୯୧.୫୯ ନିୟୁତ ଟନ୍ ଅଧିକ।
କପା ଉତ୍ପାଦନ ୩୪.୧୯ ନିୟୁତ ଗାଣ୍ଠିଲି (ପ୍ରତି ଗାଣ୍ଠିଲି ୧୭୦ କିଲୋଗ୍ରାମ) ତଥା ଝୋଟ ଓ ମେସ୍ତାର ଉତ୍ପାଦନ ୧୦.୦୯ ନିୟୁତ ଗାଣ୍ଠିଲି ( ପ୍ରତି ଗାଣ୍ଠିଲି ୧୮୦ କିଲୋଗ୍ରାମ) ହେବାର ଅନୁମାନ କରାଯାଇଛି।

ବର୍ଷ ୨୦୦୮- ୦୯ଠାରୁ ଆଗାମୀ ବର୍ଷମାନଙ୍କ ତୁଳନାତ୍ମକ ଅନୁମାନ ସହିତ ବର୍ଷ ୨୦୨୨-୨୩ ନିମନ୍ତେ ପ୍ରଥମ ଅଗ୍ରୀମ ଅନୁମାନ ଅନୁସାରେ ବିଭିନ୍ନ ଫସଲମାନଙ୍କର (କେବଳ ଖରିଫ)ର ଅନୁମାନିତ ଉତ୍ପାଦନର ଆକଳନ ସଂଲଗ୍ନ ରହିଛି। ବର୍ଷ ୨୦୨୨- ୨୩ରେ ଖରିଫ ଫସଲଗୁଡ଼ିକର ଉତ୍ପାଦନ ସଂପର୍କରେ ବିସ୍ତୃତ ପ୍ରଥମ ଅଗ୍ରୀମ ଅନୁମାନ ଦେଖିବା ନିମନ୍ତେ ଏଠାରେ କ୍ଲିକ୍ କରନ୍ତୁ।

ଆଖୁ ନରେନ୍ଦ୍ର ସିଂହ ତୋମର ମକା
Share. Facebook Twitter LinkedIn Email WhatsApp Copy Link

Related Posts

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025
Latest News

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.