Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଜ୍ୟବସ୍ତୁରୁ ଖେଳଣା ତିଆରି ଡିଜାଇନ ପ୍ରସ୍ତୁତ କରିବା ପ୍ରତିଯୋଗିତା “ସ୍ୱଚ୍ଛ ଟଏକାଥନ” ଆରମ୍ଭ
ଆଜିର ଖବର

ବର୍ଜ୍ୟବସ୍ତୁରୁ ଖେଳଣା ତିଆରି ଡିଜାଇନ ପ୍ରସ୍ତୁତ କରିବା ପ୍ରତିଯୋଗିତା “ସ୍ୱଚ୍ଛ ଟଏକାଥନ” ଆରମ୍ଭ

September 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଖେଳଣା ଉଦ୍ୟୋଗକୁ ପରିବେଶ ଅନୁକୂଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର  ମନ୍ତ୍ରଣାଳୟ କେତେକ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀର ଉପଯୋଗୀ କରି ପୁନଃ ଚକ୍ରଣ  ବ୍ୟବସ୍ଥାରେ ଏହା ବ୍ୟବହାର କରିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଜାତୀୟ ଖେଳଣା କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏହି ମନ୍ତ୍ରଣାଳୟ ପକ୍ଷରୁ ଏକ “ସ୍ୱଚ୍ଛ ଟଏକାଥନ” ଆରମ୍ଭ କରାଯାଇଛି। ଆବର୍ଜନାରୁ କଣ୍ଢେଇ ତିଆରି କରିବାରେ ନୂଆ ବିଚାର, ନକ୍ସା ଓ ଉପାୟ ବାହାର କରିବା ପାଇଁ ଏହା ଏକ ଜାତୀୟ ପ୍ରତିଯୋଗିତା। ‘ସ୍ୱଚ୍ଛ ଅମୃତ ମହୋତ୍ସବ’ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ୨୦୨୨ ସେପ୍ଟେମ୍ବର ୧୭  ସେବା ଦିବସରୁ ଆରମ୍ଭ ହୋଇଛି ଏବଂ ୨୦୨୨ ଅକ୍ଟୋବର ୨ତାରିଖ ସ୍ୱଚ୍ଛତା ଦିବସ ପର୍ଯ୍ୟନ୍ତ ପନ୍ଦର ଦିନ ଚାଲିବ।

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଜୋଷୀ ଏହି ‘ସ୍ୱଚ୍ଚ ଟଏକାଥନ’କୁ ମାଇ ଗଭ୍ ପୋର୍ଟାଲରେ ଅନ୍‌ଲାଇନ ପ୍ଲାଟଫର୍ମରେ ଶୁଭାରମ୍ଭ କରିଛନ୍ତି। ଏଥିସହିତ ଟୁଲକିଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ଆବର୍ଜନାକୁ ଖେଳନାରେ ପରିଣତ କରିବା ପାଇଁ ନୂଆ କୌଶଳ ଓ ବୁଦ୍ଧି ବାହାର କରିବାକୁ ପ୍ରତିଭାଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବା।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଜୋଷୀ କହିଛନ୍ତି ଯେ ସର୍ଜନାତ୍ମକ ପ୍ରତିଭାର ଅଧିକାରୀ ବ୍ୟକ୍ତିବିଶେଷ ଏ କ୍ଷେତ୍ରରେ ଆଗେଇ ଆସି କଠିନ ବଜ୍ୟବସ୍ତୁକୁ କିପରି ସୁନ୍ଦର ଖେଳଣାରେ ରୂପାନ୍ତରିତ କରାଯାଇପାରିବ ତାହାର ଉପାୟ ବାହାର କରିବା ଆବଶ୍ୟକ। ଏହାଦ୍ୱାରା ଦେଶରେ ଖେଳଣାର ଚାହିଦା ପୂରଣ କରାଯାଇପାରିବ। ନୂଆ ପ୍ରୟାସରେ ଦେଶର ଖେଳଣା ଉଦ୍ୟୋଗ ପ୍ରଦୂଷଣମୁକ୍ତ ହେବା ସହିତ ବର୍ଜ୍ୟବସ୍ତୁର ସୁବିନିଯୋଗ ହୋଇପାରିବ। ଅତଏବ ଏହି ପ୍ରତିଯୋଗିତାରେ ସୁଯୋଗ ନେବାକୁ ସୃଜନାତ୍ମକ ବ୍ୟକ୍ତି ବିଶେଷ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି।

ପ୍ରଫେସର ଉଦୟ ଅଠ୍ୱଣକର, ଆଇଆଇଟି ଗାନ୍ଧୀନଗରର ପ୍ରଫେସର ମନୀଷ ଜୈନ ଏବଂ ‘ଟଏ ବ୍ୟାଙ୍କ’ର ବିଦ୍ୟୁନ ଗୋଏଲ ଏହି ଅବସରରେ ଟଏ-ଗେମ୍ସ ଡିଜାଇନ, କଗ୍‌ନିଟିଭ ସାଇନ୍ସ ଆଦିର ପ୍ରୟୋଗ ଖେଳଣା ଉଦ୍ୟୋଗକୁ କିପରି ବଦଳାଇ ପାରିବ ସେ ସମ୍ପର୍କରେ କହିଥିଲେ।

ପ୍ରଫେସର ଅଠ୍ୱଣକର ଆଇଆଇଟି, ବମ୍ବେର ଇଣ୍ଡଷ୍ଟ୍ରିଆଲ ଡିଜାଇନ ସେଣ୍ଟରର ଅବସାରପ୍ରାପ୍ତ ମୁଖ୍ୟ ପ୍ରଫେସର। ସେ କହିଥିଲେ ଖେଳ ଖେଳିବା ମାଧ୍ୟମରେ ପିଲାନଙ୍କ ମଧ୍ୟରେ କଗ୍‌ନିଟିଭ ବା ଜ୍ଞାନଭିତ୍ତିକ ପ୍ରକ୍ରିୟା ବୃଦ୍ଧି  କରିବା ଉପରେ ଜୋର ଦିଆଯିବା ଉଚିତ। ଟେକ୍‌ନୋଲୋଜିର ବିକାଶ ସହିତ ଆମେ ପିଲାଙ୍କୁ ଯେଉଁ ଧାରା ଓ ଶୈଳୀରେ ଶିକ୍ଷା ଦେଇଛୁ, ତାହାର ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଆଇଆଇଟି ଗାନ୍ଧୀନଗରର ସେଣ୍ଟର ଫର କ୍ରିଏଟିଭ ଲର୍ଣ୍ଣିଂର ପ୍ରିନ୍ସପାଲ କୋଅର୍ଡିନେଟର ପ୍ରଫେସର ମନୀଷ ଜୈନ କହିଥିଲେ ଯେ ଖେଳଣା ସର୍ବଦା ପିଲାଙ୍କ ପାଇଁ ଉଭୟ ଆଶ୍ଚର୍ଯ୍ୟ ଓ ଆନନ୍ଦର ବିଷୟ ହୋଇ ରହିବା ଉଚିତ। ଏହା ମାଧ୍ୟମରେ ପିଲାଙ୍କ କଳ୍ପନା ଶକ୍ତି  କିପରି ବଢି ପାରିବ ସେଥି ପ୍ରତି ଉପଯୁକ୍ତ ଦୃଷ୍ଟି ଦିଆଯିବା ଆବଶ୍ୟକ। ଘରର ଅଦରକାରୀ ଓ ବର୍ଜ୍ୟବସ୍ତୁକୁ କିପରି ସୁନ୍ଦର ଖେଳଣାରେ ପରିବର୍ତ୍ତନ କରିବ ହେବ ସେ ତାହାର କେତେକ ଉଦାହାରଣ ପ୍ରଦର୍ଶନ କରିଥିଲେ। ଏଥିରେ ପିଲାଙ୍କୁ ବିଜ୍ଞାନର ମୌଳିକ ନୀତି ଶିକ୍ଷା ଦେବାର ବାର୍ତ୍ତା ଥିଲା।

ଟଏ ବ୍ୟାଙ୍କର ପ୍ରତିଷ୍ଠାତା ବିଦ୍ୟୁନ ଗୋଏଲ ତାଙ୍କ ଭାଷଣରେ ପୁରୁଣା ଓ ପରିତ୍ୟକ୍ତ କଣ୍ଢେଇକୁ ତାଙ୍କ ସଂସ୍ଥା କିପରି ପୁନଃ ବ୍ୟବହାର ଯୋଗ୍ୟ କରୁଛି ସେ ସମ୍ପର୍କରେ କହିଥିଲେ। ଏହି କଣ୍ଢେଇ ମାଧ୍ୟମରେ ବଂଚିତ ଓ ଅବହେଳିତ ବର୍ଗର ପିଲାମନାଙ୍କୁ ‘ଖେଳିବାର ଅଧିକାର’ପ୍ରଦାନ କରାଯାଉଥିବା ସେ ଉଲ୍ଲେଖ କରିଥିଲେ।

ସ୍ୱଚ୍ଛ ଟଏକାଥନ ସମ୍ପର୍କରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ସୂଚନା ପ୍ରଦାନ କରିବା ସହିତ ପ୍ରତିଯୋଗିତାର ନୀତି ନିୟମ ଓ ପଦ୍ଧତି ସମ୍ପର୍କରେ ଉଲ୍ଲେଖ କରି ପ୍ରତିଯୋଗିତାର ଟୁଲ କ୍ସିଟ୍‌କୁ ଉପସ୍ଥାପନ କରିଥିଲେ। ଏଥିରେ ପ୍ରତିଯୋଗିତାର ପଦ୍ଧତି ଓ ନୀତିନିୟମ ଆଦି ଉଲ୍ଲେଖ ଅଛି। ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଜ୍ଞାନ ଅଂଶୀଦାର ଭାବେ ଆଇଆଇଟି ଗାନ୍ଧୀନଗରର ସେଣ୍ଟର ପର କ୍ରିଏଟିଭ ଲର୍ଣ୍ଣିଂ କାମ କରୁଛି।

‘ସ୍ୱଚ୍ଛ ଟଏକାଥନ’ ଏକ ଜାତୀୟସ୍ତରର ପ୍ରତିଯୋଗିତା ଏବଂ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ/ଦଳଙ୍କ ପାଇଁ ଏହା ଉନ୍ମୁକ୍ତ। ଏହାର ତିନିଟି ପ୍ରମୁଖ ବିଷୟ ବା ଥିମ୍ ରହିଛି। ସେଗୁଡିକ ହେଲା-ଫନ୍ ଆଣ୍ଡ ଲର୍ଣ୍ଡିଂ (ମଜା ଉଠାଅ ଓ ଶିଖ),ବ୍ୟବହାର କର ଏବଂ ଉପଭୋଗ କର ଓ ନୂଆ ପୁରୁଣା -ଉଭୟରୁ କୌଶଳ ଓ ବିଚାର ଶିକ୍ଷା କର।

ଆବେଦନକାରୀ ୱେବସାଇଟ୍‌ https://innovateindia.mygov.in/swachh-toycathon/ ମାଧ୍ୟମରେ ୨୦୨୨ ସେପ୍ଟେମ୍ବର ୨୬ରୁ ନଭେମ୍ବର ୧୧ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିବାକୁ ଆବେଦନ କରି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଆବେଦନକାରୀଙ୍କୁ ତିନିଟି ଯାକ ଥିମ୍ ବା ଯେ କୌଣସି ଗୋଟିଏ ବିଷୟରେ ପ୍ରତିଯୋଗିତାରେ ଭାଗ ନେବାକୁ ଆବେଦନ କରିବାର ସୁଯୋଗ ପ୍ରଦାନ କରାଯାଇଛି।

ପ୍ରତିଯୋଗିତାର ତିନିଟିଯାକ ଥିମ୍‌ର ପ୍ରଥମ ତିନିଟିକୁ ପୁରସ୍କୃତ କରାଯିବ। କାନପୁର ଆଇଆଇଟି ବିଜୟୀ ପ୍ରତିଯୋଗୀଙ୍କୁ ଇନ୍‌କ୍ୟୁବେସନ ସହାୟତା ଯୋଗାଇବ। ଶ୍ରେଷ୍ଠ ଡିଜାଇନ ଆଧାରରେ ବର୍ଜ୍ୟବସ୍ତୁରୁ କଣ୍ଢେଇ ତିଆରି କରାଯିବ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ https://innovateindia.mygov.in/swachh-toycathon/

Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.