Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିଲା ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହର ପରିମାଣ, ଆଶ୍ଚର୍ଯ୍ୟଜନକ ବୃଦ୍ଧି
ଜାତୀୟ ଖବର

ଆସିଲା ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହର ପରିମାଣ, ଆଶ୍ଚର୍ଯ୍ୟଜନକ ବୃଦ୍ଧି

September 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆସିଲା ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହର ପରିମାଣ, ଆଶ୍ଚର୍ଯ୍ୟଜନକ ବୃଦ୍ଧି

ଭୁବନେଶ୍ୱର: ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି। ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ ପହଞ୍ଚିଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନ ସଭା ଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ରାଜ୍ୟର ରାଜସ୍ୱ ସଂଗ୍ରହ ଏବଂ ବଜେଟ୍ ଅର୍ଥ ବିନିଯୋଗ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବିଭାଗୱାରୀ ସ୍ଥିତିର ସମୀକ୍ଷା କରି ବିଭିନ୍ନ ପ୍ରକଳ୍ପ ଓ ଯୋଜନା କ୍ଷେତ୍ରୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପର ଗୁଣାତ୍ମକମାନ ବଜାୟରଖିବା ସହ ବିନିଯୋଗ ହେଉଥିବା ଅର୍ଥରୁ ଯେପରି ଜନସାଧାରଣ ସର୍ବାଧିକ ସୁବିଧା ପାଇପାରିବେ ସେ ଦିଗ ଉପରେ ଲକ୍ଷ୍ୟଦେବା ପାଇଁ ବିଭାଗମାନଙ୍କୁ କୁହାଯାଇଥିଲା।
ଜିଲ୍ଲା ପରିଦର୍ଶନ ସମୟରେ ସଚିବ ଏବଂ ସ୍ୱତନ୍ତ୍ର ସଚିବମାନେ ସବୁ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କାର୍ଯ୍ୟକାରୀତା ସମୀକ୍ଷା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ବିଶେଷକରି ନୂଆଭାବେ ନିର୍ମିତ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ, ଉଠା ଜଳସେଚନ ପଏଣ୍ଟ୍, ବିଦ୍ୟୁତ ସବ୍ଷ୍ଟେସନ୍ ଓ ଯୋଗାଣ, ବିଦ୍ୟାଳୟ ରୂପାନ୍ତରଣରେ ସ୍ଥାପିତ ସୁବିଧା ସୁଯୋଗର ବ୍ୟବହାର ଆଦି ପ୍ରକଳ୍ପର କାର୍ଯ୍ୟକାରୀତା ସମୀକ୍ଷାକରି ସେଗୁଡିକୁ ପୂର୍ଣ୍ଣ କର୍ମକ୍ଷମ କରିବା ଦିଗରେ ଥିବା କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବର୍ଷାଋତୁ ଶେଷ ହେଉଥିବାରୁ ସମସ୍ତ ପ୍ରକଳ୍ପର ଟେଣ୍ଡର ଏବଂ ଠିକାଦାର ଚୁକ୍ତି ସାରି ଶିଘ୍ର କ୍ଷେତ୍ରାୟନ ଆରମ୍ଭ କରିବାକୁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଥିଲେ। ଆସନ୍ତା ଆର୍ଥିକ ବର୍ଷରେ ବଜେଟ୍ରେ ସମ୍ବାବ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଆଗୁଆ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରସ୍ତାବ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା।

ସମୀକ୍ଷାରୁ ଜଣାପଡିଥିଲା ଯେ ଗତ ବର୍ଷ ଅଗଷ୍ଟ ମାସ ଶେଷସୁଦ୍ଧା ରାଜ୍ୟ ଟିକସ୍-ରାଜସ୍ୱ ୧୪,୭୩୧ କୋଟି ଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ଏହା ୧୭,୭୨୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୦.୩୦ ଶତକଡା ଅଧିକ। ସେହିପରି ଅଣ-ଟିକସ୍ ରାଜସ୍ୱ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ୧୬,୮୧୭ କୋଟି ଥିବା ବେଳେ ୨୦୨୨ ଅଗଷ୍ଟ ଶେଷସୁଦ୍ଧା ଏହା ୧୮,୭୩୨.୬୭ କୋଟି ଟଙ୍କାରେ ପହଞ୍ଚିଛି । ଏ କ୍ଷେତ୍ରରେ ମଧ୍ୟ ପ୍ରାୟ ୧୧.୩୯ ପ୍ରତିଶତ ବୃଦ୍ଧି ଘଟିଛି। ଏହିପରି ସମୁଦାୟ ଟିକସ୍ ଓ ଅଣ-ଟିକସ୍ ରାଜସ୍ୱରେ ସାମଗ୍ରିକ ଭାବେ ହାରାହାରି ୧୫.୫୫ ପ୍ରତିଶତ ବୃଦ୍ଧି ହୋଇଛି।

ବଜେଟ୍ ବିନିଯୋଗ ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧ ଅଗଷ୍ଟମାସ ଶେଷସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଚଳିତ ବର୍ଷ ଏହି ବିନିଯୋଗ ୨୦,୨୧୧ କୋଟି ଟଙ୍କାରେ ପହଞ୍ଚିଛି। ଭିତ୍ତିଭୂମି ବିକାଶ, କୃଷି, ପାନୀୟଜଳ ଯୋଗାଣ, ଜଳସେଚନ, କୃଷକମାନଙ୍କ ଆୟବୃଦ୍ଧି ଏବଂ ମହିଳା ସଶକ୍ତିକରଣ ଆଦି ପ୍ରକଳ୍ପରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ବିନିଯୋଗ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ଉଦ୍ୟୋଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ କିଶୋର ସୁନ୍ଦରାୟ, ଜଳ ସଂପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସ୍ୱତନ୍ତ୍ର ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.