Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶହରାରେ ଆରମ୍ଭ ହେବ ଜିଓର ଟ୍ରୁ-୫ଜି
ଆଜିର ଖବର

ଦଶହରାରେ ଆରମ୍ଭ ହେବ ଜିଓର ଟ୍ରୁ-୫ଜି

October 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି। ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ। ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ, ଅର୍ଥାତ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ।

ଗ୍ରାହକମାନଙ୍କୁ ଏହା ସହିତ ୱେଲକମ୍ ଅଫର ବି ମିଳିବ ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ। ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ।

“ଉଇ କେୟାର’ ଅର୍ଥାତ ଆମେ ଆପଣଙ୍କ ଯତ୍ନ ନେବୁ, ଜିଓ ଟ୍ରୁ-୫ଜି ସେହି ମୂଳ ମନ୍ତ୍ର ଉପରେ ତିଆରି ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, କୌଶଳ ବିକାଶ, କ୍ଷୁଦ୍ର, ମଧ୍ୟମ ଓ ବୃହତ଼ ଉଦ୍ୟୋଗ, ଆଇଓଟି, ସ୍ମାର୍ଟ ହୋମ୍ ଓ ଗେମିଂ ଭଳି କ୍ଷେତ୍ରକୁ ଏହା ସମ୍ପୂର୍ଣ୍ଣ ବଦଳାଇ ଦେବ ଏବଂ ୧୪୦ କୋଟି ଭାରତୀୟଙ୍କ ଉପରେ ତାହାର ସିଧାସଳଖ ପ୍ରଭାବ ପଡ଼ିବ।
ଜିଓ ୫ଜି ୱେଲକମ୍ ଅଫରକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆମନ୍ତ୍ରଣ ଜରିଆରେ ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ। ସେହି ଗ୍ରାହକମାନଙ୍କୁ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ସହ ଅସୀମିତ ୫ଜି ଡାଟା ମିଳିବ। ଯେତେବେଳେ ଅନ୍ୟ ସହରଗୁଡ଼ିକରେ ପ୍ରସ୍ତୁତି ଶେଷ ହେବ ସେହି ସହରଗୁଡ଼ିକୁ ବିଟା ପରୀକ୍ଷଣ ସେବାର ସମ୍ପ୍ରସାରଣ କରିବା ବିଷୟରେ ଘୋଷଣା କରାଯିବ। ସହରର ନେଟୱର୍କ ପର୍ଯ୍ୟାପ୍ତ ଭାବେ ସୁଦୃଢ଼ ନହେବା ପର୍ଯ୍ୟନ୍ତ ବ୍ୟବହାରକାରୀମାନେ ଏହି ବିଟା ପରୀକ୍ଷଣର ଲାଭ ଉଠାଇପାରିବେ। ଆମନ୍ତ୍ରିତ ଜିଓ ୱେଲକମ୍ ଅଫର ବ୍ୟବହାରକାରୀମାନଙ୍କୁ ନିଜ ଜିଓ ସିମ୍ ବଦଳାଇବାକୁ ପଡ଼ିବ ନାହିଁ। କେବଳ ସେମାନଙ୍କ ମୋବାଇଲ୍ ୫ଜି ହୋଇଥିବା ଦରକାର। ଜିଓ ଟ୍ରୁ-୫ଜି ସେବା ସ୍ୱୟଂକ୍ରିୟ ଭାବେ ଅପ୍‌ଗ୍ରେଡ୍ ହୋଇଯିବ। ଚୟନ କରିବା ନିମନ୍ତେ ଗ୍ରାହକମାନଙ୍କ ପାଇଁ ୫ଜି ଡିଭାଇସ୍‌ର ବ୍ୟାପକ ବର୍ଗମାଳା ଉପଲବ୍ଧ କରାଇବା ଲାଗି ସବୁ ହ୍ୟାଣ୍ଡ୍‌ସେଟ୍ ବ୍ରାଣ୍ଡ୍ ସହ ମିଶି ଜିଓ କାର୍ଯ୍ୟ କରୁଛି।

ଏହି ଅବସରରେ ରିଲାଏନ୍ସ ଜିଓ ଇନଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଆମ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତ ଭଳି ଏକ ବଡ଼ ଦେଶରେ ସବୁଠୁ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ପ୍ରସ୍ତୁତ କରିଛି। ଜିଓ ୫ଜି ଏକ ଟ୍ରୁ-୫ଜି ହେବ ଏବଂ ଆମେ ଭାବୁଛୁ ଯେ ଟ୍ରୁ-୫ଜି ଠାରୁ କମ୍ ପାଇଁ ଭାରତ ହକଦାର ନୁହେଁ। ଜିଓ ୫ଜି ଦୁନିଆର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ହେବ ଯାହାକୁ ଭାରତୀୟମାନେ ଭାରତୀୟମାନଙ୍କ ଲାଗି ପ୍ରସ୍ତୁତ କରିଛନ୍ତି। ୫ଜି ଏଭଳି ଏକ ସେବା ହେବ ଯାହା କେବଳ କିଛି ବିଶିଷ୍ଟ ଲୋକଙ୍କ ପାଇଁ କିମ୍ବା କିଛି ବଡ଼ ସହର ମଧ୍ୟରେ ଉପଲବ୍ଧ ହେବାରେ ସୀମିତ ରହିବ ନାହିଁ। ଏହା ସାରା ଦେଶର ସବୁ ନାଗରିକ, ସବୁ ଘର ଏବଂ ସବୁ ବ୍ୟବସାୟ ପାଇଁ ଉପଲବ୍ଧ ହେବା ଦରକାର। ତାହା ହେଲେ ଆମେ ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥାରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ପରିବର୍ତନ ଆଣିପାରିବା।’’

ଜିଓ ଟ୍ରୁ-୫ଜିର ତିନି ବଡ଼ ବୈଶିଷ୍ଟ୍ୟ:

ଷ୍ଟାଣ୍ଡ୍‌-ଏଲୋନ୍ ୫ଜି

ଷ୍ଟାଣ୍ଡ୍‌-ଏଲୋନ୍ ନେଟ୍‌ୱର୍କର ଅର୍ଥ ହେଉଛି ଏହି ଉନ୍ନତ ୫ଜି ନେଟୱର୍କର ୪ଜି ନେଟୱର୍କ ସହ କୌଣସି ସମ୍ପର୍କ ନାହିଁ। ଅନ୍ୟ ଅପରେଟରମାନେ କିନ୍ତୁ ୪ଜି-ଭିତିକ ନେଟ୍‌ୱର୍କ ଆରମ୍ଭ କରିବାକୁ ଉଦ୍ୟମ କରୁଛନ୍ତି। ଏହାର ସିଧା ଲାଭ ଜିଓର ଟ୍ରୁ-୫ଜିକୁ ମିଳିବ। ଏଥିରେ ଲୋ ଲାଟେନ୍‌ସି, ବଡ଼ ଧରଣର ମେସିନ୍‌ରୁ ମେସିନ୍ ଯୋଗାଯୋଗ, ୫ଜି ଭଏସ୍‌, ଏଜ୍ କମ୍ପ୍ୟୁଟିଂ ଏବଂ ନେଟୱର୍କ ଷ୍ଟାଇଲିଂ ଭଳି ଚମତ୍କାର ସୁବିଧା ସୁଯୋଗ ରହିିଛି।

ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଓ ଉନ୍ନତ ମିଶ୍ରଣ

୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ୫ଜି ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍‌ର ସବୁଠୁ ବଡ଼ ଏବଂ ସବୁଠୁ ଉପଯୁକ୍ତ ମିଶ୍ରଣ ଯାହା ଜିଓ ଟ୍ରୁ ୫ଜିକୁ ଅନ୍ୟ ଅପରେଟରମାନଙ୍କଠାରୁ ସ୍ୱତନ୍ତ୍ର କରିଛି। ଦ୍ୱିତୀୟତଃ ସବୁଠୁ ମହତ୍ୱପୂର୍ଣ୍ଣ ହେଉଛି ୭୦୦ ମେଗାହର୍ଜ ଲୋ-ବ୍ୟାଣ୍ଡ୍ ସ୍ପେକ୍ଟ୍ରମ୍ ରଖିଥିବା ଏକମାତ୍ର ଅପରେଟର ହେଉଛି ଜିଓ। ଏହା ଦ୍ୱାରା ବହୁତ ଭଲ ଇନଡୋର୍ କଭରେଜ୍ ମିଳିବ। ୟୁରୋପ, ଆମେରିକା ଓ ବ୍ରିଟେନ୍‌ରେ ଏହି ବ୍ୟାଣ୍ଡ୍‌କୁ ୫ଜି ପାଇଁ ପ୍ରିମିୟମ୍ ବ୍ୟାଣ୍ଡ୍ ବିଚାର କରାଯାଉଛି।

କ୍ୟାରିୟର ଏଗ୍ରିଗେସନ

କ୍ୟାରିୟର ଏଗ୍ରିଗ୍ରେସନ ନାମକ ଉନ୍ନତ ପ୍ରଯୁକ୍ତି ୫ଜିକୁ ଅଲଗା ଅଲଗା ଫ୍ରିକ୍ୟୁଏନ୍ସିର ଏକ ମଜଭୁତ “ଡାଟା ହାଇୱେ’ରେ ପରିଣତ କରୁଛି। ତାହା ବ୍ୟବହାରକାରୀମାନଙ୍କ ପାଇଁ କଭରେଜ, କ୍ଷମତା, ଗୁଣବତା ଓ ସୁଲଭତାର ଏକ ଅତି ଚମତ୍କାର ପ୍ୟାକେଜ୍।

ଜିଓ ଟ୍ରୁ-୫ଜି ଡାଟା ହାଇୱେ ଦଶହରା
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.