Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏସୀୟ ମହିଳା ଉଦ୍ୟୋଗୀ ତାଲିକାରେ ପ୍ରାଧାନ୍ୟ ବିସ୍ତାର କଲେ ୩ ଭାରତୀୟ ମହିଳା, ଜାଣନ୍ତୁ ସେମାନେ କିଏ?
ଅନ୍ତରାଷ୍ଟ୍ରୀୟ

ଏସୀୟ ମହିଳା ଉଦ୍ୟୋଗୀ ତାଲିକାରେ ପ୍ରାଧାନ୍ୟ ବିସ୍ତାର କଲେ ୩ ଭାରତୀୟ ମହିଳା, ଜାଣନ୍ତୁ ସେମାନେ କିଏ?

November 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୩ ଭାରତୀୟ ମହିଳା ଉଦ୍ୟୋଗୀଙ୍କ ନାମ ଫୋର୍ବସ୍ ଟପ୍ ୨୦ ଏସୀୟ ମହିଳା ଉଦ୍ୟୋଗୀ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ। ଏହି ତାଲିକାରେ ସେହି ମହିଳାମାନେ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନେ କୋଭିଡ-୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସେମାନଙ୍କ ବ୍ୟବସାୟ ବଢାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଫୋର୍ବସର ନଭେମ୍ବର ସଂଖ୍ୟାରେ ପ୍ରକାଶିତ ତାଲିକାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର ଅଧ୍ୟକ୍ଷା ସୋମା ମଣ୍ଡଳ, ଏମକିୟୋର୍ ଫାର୍ମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନମିତା ଥାପର ଏବଂ ହୋନାସା କଞ୍ଜ୍ୟୁମରର ସହ-ପ୍ରତିଷ୍ଠାତା ଗଜଲ ଅଲଘଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଛି।

ଫୋର୍ବସ୍ ଏକ ବିବୃତ୍ତିରେ କହିଛି ଯେ, ଏହି ତାଲିକାରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର, ତାଇୱାନ ଏବଂ ଥାଇଲ୍ୟାଣ୍ଡର ମହିଳା ଅଛନ୍ତି। ଏହି ତାଲିକାରେ ଥିବା ମହିଳାମାନେ ପରିବହନ, ରିଏଲ୍ ଇଷ୍ଟେଟ୍ ଏବଂ ନିର୍ମାଣ, ପ୍ରଯୁକ୍ତିବିଦ୍ୟା, ଔଷଧ ଏବଂ ଦ୍ରବ୍ୟ ଭଳି କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଫୋର୍ବସ୍ କହିଛି ଯେ, ଏହି ମହିଳାମାନେ କୋଭିଡ-୧୯ ପରି କଠିନ ସମୟରେ ମଧ୍ୟ ସାହସ ହରାଇ ନାହାଁନ୍ତି ଏବଂ ବ୍ୟବସାୟକୁ ନୂତନ ଉଚ୍ଚତା ଦେଇଛନ୍ତି।

ସୋମା ମଣ୍ଡଳ:

ସୋମା ମଣ୍ଡଳ ଜାନୁଆରୀ ୧ ତାରିଖ ୨୦୨୧ରେ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର ଚେୟାରମ୍ୟାନ୍ ଭାବରେ ଦାୟିତ୍ଵ ଗ୍ରହଣ କଲେ। ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଏହି ପଦବୀରେ ରହିଛନ୍ତି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲାରୁ ସୋମା ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ୧୯୮୪ ସ୍ନାତକ ପରେ ସେ ନାଲ୍କୋର ନିର୍ଦ୍ଦେଶକ (ବାଣିଜ୍ୟିକ) ମଧ୍ୟ ହୋଇଥିଲେ।

ନମିତା ଥାପର:

ନମିତା ଥାପର ଏମକ୍ୟୁଅର ଫାର୍ମାସ୍ୟୁଟିକାଲ୍ସର ସିଇଓ ଅଟନ୍ତି। ସେ ମହାରାଷ୍ଟ୍ରର ପୁଣେରୁ ସ୍ନାତକ ହାସଲ କରିଥିଲେ। ସେ ICAI ରୁ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟୀରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଯାଇଥିଲେ। କିଛି ସମୟ ପରେ ସେ ଭାରତ ଆସି ଏଠାରେ ବ୍ୟବସାୟ ଆରମ୍ଭ କଲେ। ନମିତା ଥାପର କୋଟି କୋଟି ଟଙ୍କାର ମାଲିକ ଅଟନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନମିତା ଥାପରଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା।

ଗଜଲ ଅଲଘ:

ହରିୟାଣାର ଗୁରୁଗ୍ରାମରେ ଜନ୍ମ ହୋଇଥିବା ଗଜଲ ଅଲଘଙ୍କ ନାମ ମଧ୍ୟ ଫୋର୍ବସ୍ ତାଲିକାରେ ଅଛି। ଗଜଲ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି। ଗଜଲ NIIT ଲିମିଟେଡରେ ଦୁଇ ବର୍ଷ କର୍ପୋରେଟ ଟ୍ରେନର ଭାବରେ କାର୍ଯ୍ୟ କରିଥିଲେ। ୨୦୧୬ ମସିହାରେ, ଗଜଲ ତାଙ୍କ ସ୍ୱାମୀ ବରୁଣ ଅଲଘଙ୍କ ସହ ହନ୍ସା କଞ୍ଜ୍ୟୁମର ପ୍ରାଇଭେଟ ଲିମିଟେଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଦ୍ରୁତତମ ବଢୁଥିବା FMCG ବ୍ରାଣ୍ଡ ମଧ୍ୟରୁ ଗୋଟିଏ।

Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.