Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
ଆଜିର ଖବର

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

November 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି ଭାରତ ସରକାର। ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥ ପଇଠ ଏବଂ ରପ୍ତାନି/ଆମଦାନୀ କାରବାର କରାଯାଇପାରିବ। ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ପୂର୍ବରୁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩/୨୦୧୫-୨୦ ଜରିଆରେ ସେପ୍ଟେମ୍ବର ୧୬, ୨୦୨୨ରେ ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥପଇଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୧୧ ଜୁଲାଇ ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫଟି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲା।

ଉପରୋକ୍ତ ବିଜ୍ଞପ୍ତିକୁ ଆଗକୁ ବଢ଼ାଇ, ବୈଦେଶିକ ବାଣିଜ୍ୟ ନୀତିର ଅନୁଚ୍ଛେଦ ୨.୫୩ରେ ଆବଶ୍ୟକ ପରିବର୍ତ୍ତନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ,  ଭାରତୀୟ ମୁଦ୍ରାରେ ରପ୍ତାନି ପ୍ରାପ୍ତି ପାଇଁ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ରପ୍ତାନି ଲାଭ/ଆର୍ଥିକ ପ୍ରୋତ୍ସାହନ/ରପ୍ତାନି ଉତ୍ତରଦାୟିତ୍ବ ପୂରଣକୁ ଅନୁମତି ଦେବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଭାରତୀୟ ମୁଦ୍ରାରେ ରପ୍ତାନି ଅସୁଲି ପାଇଁ ସଂଶୋଧିତ ବ୍ୟବସ୍ଥା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ରପ୍ତାନି ପାଇଁ ଆମଦାନୀ (ଏଫଟିପିର ଅନୁଚ୍ଛେଦ ୨.୪୬), ଷ୍ଟାଟସ ହୋଲ୍ଡର ବା ସ୍ଥିତିଧାରକ ଭାବେ ମାନ୍ୟତା ପାଇଁ ରପ୍ତାନି ପ୍ରଦର୍ଶନ (ଏଫଟିପିର ଅନୁଚ୍ଛେଦ ୩.୨୦), ଅଗ୍ରୀମ ପ୍ରାଧିକରଣ (ଏଏ) ଏବଂ ଶୁଳ୍କ ମୁକ୍ତ ଆମଦାନୀ ପ୍ରାଧିକରଣ (ଡିଏଫଆଇଏ) ଯୋଜନା ଅଧୀନରେ ରପ୍ତାନି କାରବାର ପ୍ରାପ୍ତି ପାଇଁ (ଏଫଟିପିର ଅନୁଚ୍ଛେଦ ୪.୨୧) ଏବଂ ରପ୍ତାନି ପ୍ରୋତ୍ସାହନ ପୁଞ୍ଜିଗତ ବସ୍ତୁ (ଇପିସିଜି) ଯୋଜନା (ଏଚବିପିର ଅନୁଚ୍ଛେଦ ୫.୧୧) ଅଧୀନରେ ରପ୍ତାନି କାରବାରର ପ୍ରାପ୍ତି ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ, ଲାଭ/ରିହାତି/ରପ୍ତାନି ବାଧ୍ୟତା ପୂରଣକୁ ୧୧ ଜୁଲାଇ ୨୦୨୨ରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ଟଙ୍କାର ପ୍ରାପ୍ତି ନିମନ୍ତେ ସମ୍ପ୍ରସାରଣ କରାଯାଇଛି। ଭାରତୀୟ ମୁଦ୍ରାର ଅନ୍ତର୍ଜାତୀୟକରଣରେ ଆଗ୍ରହକୁ ଦୃଷ୍ଟିରେ ରଖି, ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ସୁଗମ କରିବା ତଥା ସେଥିରେ ସରଳତା ଆଣିବା ଲାଗି ନୀତିଗତ ସଂଶୋଧନ ଆରମ୍ଭ କରାଯାଇଛି।

ଡିଜିଏଫଟି ଭାରତ ସରକାର ଭାରତୀୟ ମୁଦ୍ରା ଭାରତୀୟ ରିଜର୍ଭ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.