Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଆଇଆରସିଟିସି ର ବିଶେଷ ପ୍ରୟାସ
ଆଜିର ଖବର

ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଆଇଆରସିଟିସି ର ବିଶେଷ ପ୍ରୟାସ

November 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳ
ବଡ ସଂଖ୍ୟକ ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ରେଳବାଇ: ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଭୁବନେଶ୍ଵର: ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଦ୍ଵାରା ଆଞ୍ଚଳିକ ରୋଷେଇ/ପାକ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ୟ, ପର୍ବ ସମୟରେ ଆବଶ୍ୟକତା, ବିଭିନ୍ନ ଗୋଷ୍ଠୀର ପସନ୍ଦ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ କରାଯାଏ। ଯାତ୍ରୀମାନଙ୍କ ପାଇଁ ଯେପରିକି ମଧୁମେହ ଖାଦ୍ୟ, ଶିଶୁ ଖାଦ୍ୟ, ମିଲେଟ୍ ଆଧାରିତ ସ୍ଥାନୀୟ ଉତ୍ପାଦ ଇତ୍ୟାଦି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଗୁଡିକର ବିକଳ୍ପ ଅନ୍ତର୍ଭୁକ୍ତ କରାଯାଇ ପାରିବ।

ସେହି ଅନୁଯାୟୀ, ରେଳ ମନ୍ତ୍ରାଳୟ ନିର୍ଦ୍ଧିଷ୍ଟ ସର୍ତରେ ଏହାକୁ ଅନୁମୋଦନ କରିଛି ଯାହା ଦ୍ଵାରା ଖାଦ୍ୟର ଗୁଣବତ୍ତା ଓ ସ୍ବଚ୍ଛତା ସହିତ ସ୍ଥାନୀୟ ତଥା ଋତୁକାଳୀନ ଖାଦ୍ୟ ଏବଂ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ପାଇଁ ଖାଦ୍ୟ ଉପରେ ପ୍ରାଧ୍ୟାନ୍ୟ ଦିଆଯିବ।

ଯେଉଁ ଟ୍ରେନ ଗୁଡିକରେ ଯାତ୍ରୀ ଭଡା ସହିତ କ୍ୟାଟରିଙ୍ଗ ଦେୟ ଅନ୍ତର୍ଭୁକ୍ତ କରାଯାଇଅଛି ତାହା ପୂର୍ବରୁ ସୂଚିତ ହୋଇଥିବା ଶୁଳ୍କ ମଧ୍ୟରେ ଆଇଆରସିଟିସି ଦ୍ଵାରା ଖାଦ୍ୟ ପଦାର୍ଥ ତାଲିକା ସ୍ଥିର ହେବ। ଏଥିସହ, ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରାଣ୍ଡେଡ଼ ଖାଦ୍ୟ ସାମଗ୍ରୀ ଗୁଡିକର ନିରାପଦ ମଧ୍ୟ ଏହି ପ୍ରି ପେଡ ଟ୍ରେନ ଗୁଡିକରେ ଅନୁମତି ଦିଆଯିବ। ଏହିପରି ଆ-ଲା-କାର୍ଟl ଭୋଜନର ତାଲିକା ଏବଂ ଶୁଳ୍କ ଆଇଆରସିଟିସି ଦ୍ଵାରା ସ୍ଥିର ହେବ।

ଅନ୍ୟାନ୍ୟ ମେଲ ଏକ୍ସପ୍ରେସ ଟ୍ରେନ ପାଇଁ, ମେନୁ ବଜେଟ୍ ସେଗମେଣ୍ଟ ଆଇଟମ୍ ଗୁଡିକ ଷ୍ଟାଣ୍ଡାର୍ଡ ଭୋଜନ ପରି ଆଇଆରସିଟିସି ଦ୍ଵାରା ସ୍ଥିର ହୋଇସାରିଛି। ଜନତା ଭୋଜନର ମେନୁ ଏବଂ ଶୁଳ୍କ ଅପରିବର୍ତିତ ରହିବ।

ଏହା ବ୍ୟତୀତ, ମେଲ ଏକ୍ସପ୍ରେସ ଟ୍ରେନ ରେ ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରlଣ୍ଡେଡ ଖାଦ୍ୟ ସାମଗ୍ରୀ ବିକ୍ରୟକୁ ଅନୁମତି ଦିଆଯିବ। ଏହିପରି ଆ-ଲା-କାର୍ଟl ଭୋଜନର ମେନୁ ଏବଂ ଶୁଳ୍କ ମଧ୍ୟ ଆଇଆରସିଟିସି ଦ୍ଵାରା ସ୍ଥିର ହେବ।

ମେନୁ ସ୍ଥିର କଲାବେଳେ ଆଇଆରସିଟିସି ଖାଦ୍ୟ ଏବଂ ସେବାର ଗୁଣବତ୍ତା ସହିତ ମାନଦଣ୍ଡର ଉନ୍ନତିକରଣକୁ ନିଶ୍ଚିତ କରିବ ଏବଂ ଯାତ୍ରୀମାନଙ୍କ ଅଭିଯୋଗକୁ ଏଡାଇବା ପାଇଁ ବାରମ୍ବାର ତଥା ଅଯଥା ପରିବର୍ତନର ଯେପରିକି ପରିମାଣ ଏବଂ ଗୁଣବତ୍ତାରେ ହ୍ରାସ, ନିମ୍ନ ବ୍ରାଣ୍ଡ ଖାଦ୍ୟ ପଦାର୍ଥ ବ୍ୟବହାର ଇତ୍ୟାଦିକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ।

ସେହିଭଳି, ମେନୁ ଶୁଳ୍କ ସହିତ ଅନୁରୂପ ହେବା ଉଚିତ ଏବଂ ଯାତ୍ରୀମାନଙ୍କ ସୂଚନା ପାଇଁ ମେନୁଗୁଡିକ ପୂର୍ବରୁ ସୂଚିତ କରାଯାଇଛି ଏବଂ ପ୍ରଚଳନ ପୂର୍ବରୁ ରେଳବାଇକୁ ପରାମର୍ଶ ଦିଆଯିବ।

ଆଇଆରସିଟିସି
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.