Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ ନୂଆ ରିଅଲ୍‌ମି ୧୦ ପ୍ରୋ ସିରିଜ୍ ୫ଜି ସ୍ମାର୍ଟଫୋନ୍‌
ଆଜିର ଖବର

ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ ନୂଆ ରିଅଲ୍‌ମି ୧୦ ପ୍ରୋ ସିରିଜ୍ ୫ଜି ସ୍ମାର୍ଟଫୋନ୍‌

December 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଅଲ୍‌ମି ପକ୍ଷରୁ ଗୁରୁବାର ନୂଆ ୫ଜି ସ୍ମାର୍ଟଫୋନ୍ ୧୦ ପ୍ରୋ ସିରିଜ୍‌କୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ରିଅଲ୍‌ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହିତ ମିଶି କଂପାନି ଅନେକ ପ୍ରକାରର ବଣ୍ଡଲ୍‌ଡ ଅଫର ଶୁଭାରମ୍ଭ କରିବ। ଏହି ସ୍ମାର୍ଟଫୋନ୍‌ର ବିକ୍ରି ଡିସେମ୍ବର ୧୪ରୁ ଆରମ୍ଭ ହେବ।

ଏହି ଅବସରରେ ରିଅଲ୍‌ମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି ଯେ, “୫ଜି ଷ୍ଟାଣ୍ଡ୍‌-ଏଲୋନ୍‌, ଏନ୍‌ଆର୍‌ସିଏ, ବିଓଏନ୍‌ଆର୍ ଭଳି ପ୍ରଯୁକ୍ତି ଲାଗି ଜିଓ ସହିତ ରିଅଲ୍‌ମି ହାତ ମିଳାଇଛି। ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଜିଓ ସହ ସହଭାଗିତାରେ ରିଅଲ୍‌ମି ପକ୍ଷରୁ ନିର୍ଦିଷ୍ଟ କେତେକ ସୋ’ରୁମ୍‌ରେ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ମଧ୍ୟ ସ୍ଥାପନ କରାଯାଇଛି।’’

ଏହି ସହଯୋଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍ କହିଛନ୍ତି ଯେ, “ରିଅଲମି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ରିଅଲ୍‌ମି ୧୦ପ୍ରୋ+ ଭଳି ଶକ୍ତିଶାଳୀ ୫ଜି ସ୍ମାର୍ଟଫୋନ୍‌ର ଦକ୍ଷତାକୁ କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍‌ୱର୍କ ଜରିଆରେ ପ୍ରଦର୍ଶିତ କରାଯାଇପାରିବ । ଜିଓ ଟ୍ରୁ-୫ଜି ହେଉଛି ଭାରତ ସମେତ ବିଶ୍ୱର ସବୁଠୁ ଉନ୍ନତ ନେଟ୍‌ୱର୍କ ଅଟେ।’’

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଅପରେଟର ଯାହା ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରୁଛି । ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କର ବିଶେଷତ୍ୱ ହେଉଛି ଏହା ୪ଜି ନେଟ୍‌ୱର୍କ ଉପରେ ଆଦୌ ନିର୍ଭରଶୀଳ ନୁହେଁ। ଏହା ହାଇ ସ୍ପିଡ୍ “ଡାଟା ହାଇୱେ’ ମଧ୍ୟ ପ୍ରସ୍ତୁତ କରିଥାଏ।

ରିଅଲ୍‌ମି ୧୦ପ୍ରୋ+ ୫ଜି ଫ୍ଲାଗ୍‌ସିପ୍ ଲେବଲ୍‌ରେ ୧୨୦ ହର୍ଜ କର୍ଭଡ୍ ଭିଜନ ଡିସ୍‌ପ୍ଲେ ରହିଛି ଏବଂ ଏହି ବର୍ଗର ପ୍ରଥମ ସ୍ମାର୍ଟଫୋନ୍ ଭାବେ ଏଥିରେ ଏହି ସୁବିଧା ଉପଲବ୍ଧ ହୋଇଛି । ଅତି ହାଲୁକା ବଡି ଏବଂ ଆକର୍ଷଣୀୟ ହାଇପର୍‌ସ୍ପେସ୍ ଡିଜାଇନ୍‌ରେ ରିଅଲ୍‌ମି ୧୦ପ୍ରୋ+ ୫ଜି ଆସିଛି। ଏହାର ଓଜନ ହେଉଛି ମାତ୍ର ୧୭୩ ଗ୍ରାମ ଏବଂ ଏଥିରେ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ରହିଛି ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ। ଫଟୋପ୍ରେମୀମାନଙ୍କ ପାଇଁ ଏଥିରେ ଫ୍ଲାଗ୍‌ସିପ୍ ମୋବାଇଲ୍ ଫୋନ୍ ସ୍ତରର ୧୦୮ ଏମ୍‌ପି ପ୍ରୋଲାଇଟ୍ କ୍ୟାମେରା ରହିଛି। ରିଅଲ୍‌ମି ୧୦ପ୍ରୋ+ ୫ଜି ହାଇପରସ୍ପେସ୍ ଗୋଲ୍ଡ, ଡାର୍କ ମେଟର ଓ ନେବୁଲା ବ୍ଲୁ ଭଳି ତିନିଟି ରଙ୍ଗରେ ଉପଲବ୍ଧ।

Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026
Latest News

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.