Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ମଞ୍ଜୁର କଲା କ୍ୟାବିନେଟ୍
ଜାତୀୟ ଖବର

ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ମଞ୍ଜୁର କଲା କ୍ୟାବିନେଟ୍

December 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
୨୦୨୬ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୦୨୬ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୩ ଋତୁ ପାଇଁ ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗର ସୁପାରିଶ ଏବଂ ପ୍ରମୁଖ ନଡ଼ିଆ ଉତ୍ପାଦନକାରୀ ରାଜ୍ୟଗୁଡ଼ିକର ମତାମତ ଉପରେ ଆଧାରିତ।

୨୦୨୩ ଋତୁ ପାଇଁ ମିଲିଂ ଶୁଖିଲା ନଡ଼ିଆର ଫେୟାର ଆଭରେଜ୍ କ୍ବାଲିଟି ପାଇଁ ଏମଏସପି କ୍ୱିଣ୍ଟାଲ ପିଛା ୧୦୮୬୦/- ଟଙ୍କା ଏବଂ ବଲ୍ ଶୁଖିଲା ନଡ଼ିଆର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୧୭୫୦/- ଟଙ୍କା ସ୍ଥିର କରାଯାଇଛି।  ପୂର୍ବ ଋତୁ ତୁଳନାରେ ମିଲିଂ ଶୁଖିଲା ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା ୨୭୦/- ଟଙ୍କା ଏବଂ ବଲ୍ ଶୁଖିଲା ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା ୭୫୦/- ଟଙ୍କାର ବୃଦ୍ଧି କରାଯାଇଛି। ଏହା ସମଗ୍ର ଭାରତର ହାରାହାରି ଉତ୍ପାଦନ ମୂଲ୍ୟ ଉପରେ ମିଲିଂ ଶୁଖିଲା ନଡ଼ିଆ ପାଇଁ ୫୧.୮୨ ପ୍ରତିଶତ ଏବଂ ବଲ୍ ନଡ଼ିଆ ପାଇଁ ୬୪.୨୬ ପ୍ରତିଶତ ମାର୍ଜିନ୍ ସୁନିଶ୍ଚିତ କରିବ। ୨୦୨୩ ଋତୁ ପାଇଁ ଶୁଖିଲା ନଡ଼ିଆର ଘୋଷିତ ଏମଏସପି ୨୦୧୮-୧୯ ବଜେଟରେ ସରକାରଙ୍କ ଘୋଷଣା ଅନୁଯାୟୀ ସମଗ୍ର ଭାରତର ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ଏମଏସପି ସ୍ଥିର କରିବାର ନୀତି ସହିତ ସମନ୍ବୟ କରାଯାଇଛି।

ଶୁଖିଲା ନଡ଼ିଆ ଉତ୍ପାଦକମାନଙ୍କୁ ଉନ୍ନତ ରିଟର୍ଣ୍ଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ କଲ୍ୟାଣରେ ବିକାଶ ସୁନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ।

ପ୍ରାଇସ୍ ସପୋର୍ଟ ସ୍କିମ୍ (ପିଏସଏସ୍ ) ଅଧୀନରେ ଶୁଖିଲା ନଡ଼ିଆ ଏବଂ ଡି-ହସ୍କଡ୍‌ ନଡ଼ିଆ କ୍ରୟ ପାଇଁ ନ୍ୟାସନାଲ୍‌ ଏଗ୍ରିକଲ୍‌ଚରାଲ୍‌ କୋପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏନଏଫଇଡି) ଏବଂ ନ୍ୟାସନାଲ୍‌ କୋପରେଟିଭ୍ କଞ୍ଜୁମର୍ସ ଫେଡେରେସନ୍ (ଏନସିସିଏଫ୍ ) ସେଣ୍ଟ୍ରାଲ୍‌ ନୋଡାଲ୍ ଏଜେନ୍ସି (ସିଏନଏ) ଭାବେ କାର୍ଯ୍ୟ କରିବେ।

କ୍ୟାବିନେଟ୍ ଶୁଖିଲା ନଡ଼ିଆ ସର୍ବନିମ୍ନ ସହାୟକ ମୂଲ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026
Latest News

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

ଆସନ୍ତା ରବିବାର ଦିନ ଜୀ ସାର୍ଥକରେ ମେଗା ୱାର୍ଲ୍ଡ ପ୍ରିମିୟର ‘ଲାଗେ ପ୍ରେମ ନଜର’ 

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.