Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ଜି ରେ ଜିଓର ଶତକ ହାସଲ: ୧୦୦ ଦିନରେ ୧୦୧ ସହରରେ ପ୍ରଚଳନ କଲା ଟ୍ରୁ ୫ଜି
ଆଜିର ଖବର

୫ଜି ରେ ଜିଓର ଶତକ ହାସଲ: ୧୦୦ ଦିନରେ ୧୦୧ ସହରରେ ପ୍ରଚଳନ କଲା ଟ୍ରୁ ୫ଜି

January 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୧୦୦ ଦିନରେ ଦେଶରେ ୧୦୧ଟି ସହରରେ ଟ୍ରୁ ୫ଜି ପ୍ରଚଳନ କରି ଜିଓ ନୂଆ ରେକର୍ଡ ସୃଷ୍ଟିକରିଛି। ବୁଧବାର ତାମିଲନାଡୁର ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ଟି.ମନୋଥଙ୍ଗରାଜ୍‍ ରାଜ୍ୟର କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ସହରରେ ଜିଓ ଟ୍ରୁ ୫ଜି ନେଟୱର୍କ ଶୁଭାରମ୍ଭ କରିଛନ୍ତି। ଏହି ୬ ସହର ସହିତ ଜିଓର ୫ଜି ନେଟୱର୍କରେ ଯୋଡିହୋଇଥିବା ସହର ସଂଖ୍ୟା ୧୦୧ରେ ପହଞ୍ଚିଛି।

ଜିଓର ୫ଜି ରୋଲ୍‍ଆଉଟ ସ୍ପିଡ ଏହାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡିକ ତୁଳନାରେ ଯଥେଷ୍ଟ କ୍ଷିପ୍ର ରହିଛି। ଜିଓର ୧୦୧ ସହରରେ ଟ୍ରୁ ୫ଜି ସେବା ଯୋଗାଣ ସ୍ଥାନରେ ଏୟାରଟେଲ୍‍ ମାତ୍ର ୩୦ ସହରରେ ନିଜର ୫ଜି ସେବା ପ୍ରଚଳନ କରିପାରିଛି। ସେହି ସମୟରେ ଭିଆଇ ଅଥବା ଭୋଡା ଆଇଡିଆର ଗ୍ରାହକ ଏପର୍ଯ୍ୟନ୍ତ ୫ଜି ସେବା ଆରମ୍ଭକୁ ପ୍ରତୀକ୍ଷା କରିଛନ୍ତି।

୨୦୨୨ ଅକ୍ଟୋବର ୪ ତାରିଖରେ ଦେଶର ୪ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ରିଲାଏନ୍ସ ଜିଓ ୫ଜି ରୋଲ୍‍ଆଉଟର ପ୍ରାରମ୍ଭ କରିଥିଲା ଏବଂ ମାତ୍ର ୧୦୦ ଦିନ ମଧ୍ୟରେ ତାହାର ସେବା ପ୍ରାୟ ୧୦୧ଟି ସହରରେ ପହଞ୍ଚିସାରିଛି। ଏଥିରେ ଦିଲ୍ଲୀ, ମୁମ୍ବଇ, ଚେନ୍ନଇ ଏବଂ କୋଲକାତା ଭଳି ମେଟ୍ରୋ ସହର ସହିତ ଅନେକ ଛୋଟ ବଡ ସହର ସାମିଲ ଅଛି। ନାଥଦ୍ୱାରା, ମହାକାଳ ମନ୍ଦିର, କାମାକ୍ଷା ମନ୍ଦିର, ଗୁରୁବାୟୁର, ତିରୁପତି ଭଳି ଧାର୍ମିକ ମହତ୍ୱ ଥିବା ସ୍ଥାନଗୁଡିକରେ ମଧ୍ୟ ଜିଓ ତାହାର ଟ୍ରୁ ୫ଜି ନେଟୱର୍କ ଉପଲବ୍ଧ କରାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ଜିଓ ଟ୍ରୁ ୫ଜି ପ୍ରଚଳନ କରାଯିବା ସହିତ ଟ୍ରୁ ୫ଜି ସେବା ଭୁବନେଶ୍ୱର ଓ କଟକରେ ୨୦୨୩ ଜାନୁଆରୀ ୫ ତାରିଖରେ ଆରମ୍ଭ କରାଯାଇଛି। ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ପାଞ୍ଚଟି ସହରରେ ୨୦୨୩ ଫେବୃଆରୀ ସୁଦ୍ଧା ଟ୍ରୁ ୫ଜି ସେବା ପ୍ରଚଳନ କରିବା ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ତହସିଲ ଏବଂ ତାଲୁକାକୁ ୫ଜିରେ ସଂଯୁକ୍ତ କରିବାକୁ ଜିଓ ଘୋଷଣା କରିଛି।

ଟ୍ରୁ-୫ଜି ତାମିଲନାଡୁ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.