Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାସମତୀ ଚାଉଳ ପାଇଁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ବିସ୍ତୃତ ମାନ ନିୟନ୍ତ୍ରଣ ବିଜ୍ଞପ୍ତି ପ୍ରକାଶ
ଆଜିର ଖବର

ବାସମତୀ ଚାଉଳ ପାଇଁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ବିସ୍ତୃତ ମାନ ନିୟନ୍ତ୍ରଣ ବିଜ୍ଞପ୍ତି ପ୍ରକାଶ

January 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସ୍ଏସ୍ଏଆଇ) ପ୍ରଥମ ଥର ପାଇଁ ଦେଶର ବାସମତୀ ଚାଉଳର ମାନକୁ ସୁନିର୍ଦ୍ଦିଷ୍ଟ କରିଛି। ଏଥିରେ ଧୂସର ବାସମତୀ, ମିଲ୍ରେ କୁଟା ଯାଇଥିବା ବାସମତୀ, ଏକଉଁସା (ଆଂଶିକ ସିଝାଯାଇଥିବା)ଧୂସର ବାସମତୀ ଚାଉଳ ଅନ୍ତର୍ଭୁକ୍ତ। ୨୦୨୩ ସଂଶୋଧିତ ଖାଦ୍ୟଦ୍ରବ୍ୟ ମାନ ଏବଂ ଏଥିରେ ମିଶାଯାଉଥିବା ସାମଗ୍ରୀ ଆଇନ ବଳରେ ଏଫଏସ୍ଏସ୍ଏଆଇ ପକ୍ଷରୁ ଜାରି ଏହି ବିସ୍ତୃତ ବିଜ୍ଞପ୍ତି ଭାରତ ସରକାରଙ୍କ ଗେଜେଟ୍ରେ ପ୍ରକାଶ ପାଇଛି। ଚଳିତବର୍ଷ ଅଗଷ୍ଟ ୧ରୁ ଏହା ଲାଗୁ ହେବ।

ଏହି ମାନକ ବା ଷ୍ଟାଣ୍ଡାର୍ଡ ଅନୁସାରେ ବାସମତୀ ଚାଉଳର ପ୍ରାକୃତିକ ବାସ୍ନାକୁ ବଜାଇ ରଖିବାକୁ ପଡିବ। ଏଥିରେ କୌଣସି ପ୍ରକାର କୃତ୍ରିମ ରଙ୍ଗ, ସୁବାସ ବା ଚାଉଳକୁ ଚିକ୍କଣ କରିବାକୁ ଅନ୍ୟାନ୍ୟା ଉପାଦାନ ବ୍ୟବହାର କରାଯାଇପାରିବ ନାହିଁ। ଏହି ବିଜ୍ଞପ୍ତିରେ ମଧ୍ୟ ବାସମତୀ ଚାଉଳର ବିଭିନ୍ନ ପ୍ରକାର ଓ ତାହାର ମାନ ସମ୍ପର୍କରେ ଉଲ୍ଲେଖ ରହିଛି। କିସମ ଅନୁସାରେ ଏହାର ହାରାହାରି ଆକାର, ରୋଷେଇ ହେବା ପରେ ଭାତର ଅନୁପାତିକ ଲମ୍ବ, ଏଥିରେ ଆର୍ଦ୍ରତାର ସର୍ବାଧିକ ସୀମା, ୟୁରିକ ଏସିଡର ଅନୁପାତ, ଖୁଦର ଅନୁପାତ, ଆମାଇଲୋଜି (ଯାହା ଚାଉଳରେ ଥିବା ଶ୍ୱେତସାରର ଘଟକର ଉପସ୍ଥିତିକୁ ନିର୍ଦ୍ଦାରିତ କରେ) ଏବଂ ଅନ୍ୟାନ୍ୟ ଅଣବାସମତୀ ଚାଉଳ ପରିମାଣ କେତେ ତାହା ଅନ୍ତର୍ଭୁକ୍ତ।

ବାସମତୀ ଚାଉଳର ଦେଶୀ ଓ ବିଦେଶୀ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମାନ ନିର୍ଦ୍ଧାରଣ କରାଯାଇଛି। ପ୍ରଥମ ଥର ପ୍ରସ୍ତୁତ ହୋଇଥବା ଏହି ପ୍ରସ୍ତୁତ ହୋଇଥିବା ଏହି ବିସ୍ତୃତ ମାନ ନିର୍ଦ୍ଧାରଣ ବ୍ୟବସ୍ଥା ୨୦୨୩ ଅଗଷ୍ଟ ପହିଲାରୁ ଲାଗୁ ହେବ।

ବାସମତୀ ଭାରତର ଏକ ପ୍ରିମିୟମ କିସମର ଧାନ। ଏହାର ବାସନାଯୁକ୍ତ ଚାଉଳର ଚାହିଦା ଦେଶ ବିଦେଶରେ ଅଧିକ। ଭାରତର ହିମାଳୟ ପାଦ ଦେଶ ଅଞ୍ଚଳରେ ଏହି ଧାନ ଚାଷ ଅଧିକ ହୁଏ। ଏହାର ବଜାର ଚାହିଦା ଅଧିକ ଥିବାରୁ ଆର୍ଥିକ ଲାଭ ଆଶାରେ ବାସମତୀ ଚାଉଳରେ ନାନା ପ୍ରକାର ଅପମିଶ୍ରଣ କରାଯାଇଥାଏ। ଏଥିରେ ଅନ୍ୟାନ୍ୟ ଚାଉଳ (ଅଣବାସମତୀ)କୁ ମିଶାଯାଇ ଏଥିରେ କୃତ୍ରିମରଙ୍ଗ ଓ ସୁବାସ ଦେଇ ଅସାଧୁ ବ୍ୟବସାୟୀ ବିକ୍ରି କରନ୍ତି। ଅତଏବ ଉଭୟ ଘରୋଇ ଓ ବିଦେଶୀ ବଜାରରେ ଉତ୍କୃଷ୍ଟ ମାନର ପ୍ରକୃତ ବାସମତୀ ଚାଉଳର ମାନ ରକ୍ଷା ପାଇଁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁର ଏହି ବିଜ୍ଞପ୍ତି ଜାରି ହୋଇଛି। ଏହି ନିଷ୍ପତ୍ତି ନେବା ପୂର୍ବରୁ ସମ୍ପୃକ୍ତ ସରକାରୀ ବିଭାଗ, ବିଭିନ୍ନ ପକ୍ଷ ଓ ସଂସ୍ଥାଙ୍କ ସହ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏହା ଲାଗୁ ହେଲେ ଭାରତୀୟ ବାସମତୀ ଚାଉଳ ବଜାରର ମାନ ଓ ପ୍ରତିଷ୍ଠା ବଜାୟ ରହିବ ବୋଲି ଆଶା କରାଯାଉଛି।

ଏଫ୍ଏସ୍ଏସ୍ଏଆଇ ବାସମତୀ ଚାଉଳ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.