Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୩୫ ଯାତ୍ରୀଙ୍କୁ ଛାଡି ଉଡ଼ାଣ ଭରିଲା ସ୍କୁଟ ଏୟାରଲାଇନ୍ସ: ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ
ଅନ୍ତରାଷ୍ଟ୍ରୀୟ

୩୫ ଯାତ୍ରୀଙ୍କୁ ଛାଡି ଉଡ଼ାଣ ଭରିଲା ସ୍କୁଟ ଏୟାରଲାଇନ୍ସ: ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

January 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟ ପୂର୍ବରୁ ଏକ ସ୍କୁଟ ବିମାନ ଉଡ଼ିଯାଇଛି ଏବଂ ୩୫ ଜଣ ଯାତ୍ରୀ ବିମାନବନ୍ଦରରେ ରହିଯାଇଛନ୍ତି। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅର୍ଥାତ୍ ଡିଜିସିଏ ଏହି ଘଟଣାର ସଜ୍ଞାନକୁ ନେଇଛି।

ଅମୃତସର ବିମାନ ବନ୍ଦରର ନିର୍ଦ୍ଦେଶକ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ସ୍କୁଟ ଏୟାରଲାଇନ୍ସର ବିମାନ ସନ୍ଧ୍ୟା ୭ ଟା ପରେ ଅମୃତସରରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏୟାରଲାଇନ୍ସ ଏହାକୁ ବୁଧବାର ଦିନ ୩ ରୁ ୪ ମଧ୍ୟରେ ସମୟ ନିର୍ଦ୍ଧାରାନ କରି ଇ-ମେଲ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ସୂଚନା ଦେଇଥିଲା। କିନ୍ତୁ ୩୫ ଜଣଙ୍କ ଟିକେଟ ବୁକ୍ କରିଥିବା ଟ୍ରାଭେଲ ଏଜେଣ୍ଟ ସିଙ୍ଗାପୁରକୁ ବିମାନ ସମୟର ପରିବର୍ତ୍ତନ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇନଥିଲା।

ଏଥିସହିତ ସ୍କୁଟ ଏୟାରଲାଇନ୍ସର ଅଧିକାରୀମାନେ କହିଛନ୍ତି ଯେ, ସମସ୍ତ ଯାତ୍ରୀଙ୍କୁ ଇ-ମେଲ ପଠାଇ ବିମାନର ସମୟ ପୁନଃ ନିର୍ଦ୍ଧାରଣ ସମ୍ପର୍କରେ ସୂଚନା ଦିଆଯାଇଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ନିର୍ଦ୍ଧାରିତ ସମୟରେ ବିମାନବନ୍ଦରରେ ପହଞ୍ଚି ଯାତ୍ରା ମଧ୍ୟ କରିଥିଲେ। ଆସି ନ ଥିବା ଯାତ୍ରୀଙ୍କ ନାମ ମଧ୍ୟ ବାରମ୍ବାର ଘୋଷଣା କରାଯାଇଥିଲା, କିନ୍ତୁ ଯାତ୍ରୀମାନେ ଅନୁପସ୍ଥିତି ଥିବାରୁ ବିମାନଟି ଉଡ଼ିଯାଇଥିଲା।

ଡିଜିସିଏ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.