Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଓଡ଼ିଶାରେ ଏକ ନମ୍ବର ହେଲା ରିଲାଏନ୍ସ ଜିଓ, ନଭେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ଗ୍ରାହକ
ଆଜିର ଖବର

ପୁଣି ଓଡ଼ିଶାରେ ଏକ ନମ୍ବର ହେଲା ରିଲାଏନ୍ସ ଜିଓ, ନଭେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ଗ୍ରାହକ

January 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ
ଟ୍ରାଇର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ଜିଓର ସର୍ବାଧିକ ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶନ

ଭୁବନେଶ୍ୱର: ଓଡ଼ିଶାରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରି ରିଲାଏନ୍ସ ଜିଓ ୨୦୨୨ ନଭେମ୍ବର ମାସରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ସମେତ ସର୍ବାଧିକ ଫିକ୍ସଡ୍‌-ଲାଇନ୍ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁସାରେ ୨୦୨୨ ନଭେମ୍ବର ମାସରେ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ୫୪,୧୯୪ ମୋବାଇଲ୍ ଗ୍ରାହକ ଏବଂ ସର୍ବାଧିକ ସଂଖ୍ୟକ ପାଖାପାଖି ୬୦୦୦ ଓୟାରଲାଇନ୍ ବା  ଜିଓଫାଇବର୍ ଗ୍ରାହକ ଯୋଡ଼ିଛି। ଏହା ସହିତ ୨୦୨୨ ନଭେମ୍ବର ୩୦ ସୁଦ୍ଧା ସର୍ବାଧିକ ୧.୩୮ କୋଟି ମୋବାଇଲ୍ ଗ୍ରାହକ ଏବଂ ସର୍ବାଧିକ ୧.୮୩ ଲକ୍ଷ ଫିକ୍ସଡ୍‌ଲାଇନ୍ ବା ଜିଓଫାଇବର ଗ୍ରାହକଙ୍କୁ ନେଇ ଜିଓ ଓଡ଼ିଶାରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ନଭେମ୍ବର ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୫,୫୦୦ରୁ ଉର୍ଦ୍ଧ୍ୱ ବୃଦ୍ଧି ହୋଇଥିବା ବେଳେ ଓୟାରଲାଇନ୍ ଗ୍ରାହକ ସଂଖ୍ୟାରେ ୬୧୬୭ ବୃଦ୍ଧି ହୋଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ନଭେମ୍ବର ମାସରେ ସର୍ବାଧିକ ୧୪ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏହି ମାସରେ ୨.୧ ଲକ୍ଷରୁ ଅଧିକ ଓୟାରଲାଇନ୍ ଗ୍ରାହକ ଯୋଡ଼ି ଦେଶର ସର୍ବବୃହତ ଓୟାରଲାଇନ୍ ସେବା ପ୍ରଦାନକାରୀ ଭାବେ ନିଜ ଅଗ୍ରଣୀ ସ୍ଥିତିକୁ ଆହୁରି ମଜଭୁତ କରିଛି ।

ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକଙ୍କୁ ନେଇ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ବେଳେ ୨୦୨୩ ଅକ୍ଟୋବରରେ ବିଏସ୍‌ଏନ୍‌ଏଲ୍‌କୁ ପଦଚ୍ୟୁତ କରି ଏହା ଓୟାରଲାଇନ୍ ବର୍ଗରେ ମଧ୍ୟ ଏକ ନମ୍ବର ସେବା ପ୍ରଦାନକାରୀ ହୋଇଥିଲା। ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବାର ଦ୍ରୁତ ସମ୍ପ୍ରସାରଣ କରି ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଭୟ ଗ୍ରାହକ ବଜାର ଅଂଶ ଏବଂ ରାଜସ୍ୱ ବଜାର ଅଂଶରେ ସର୍ବାଧିକ ବଜାର ଅଂଶ ସହ ଓଡ଼ିଶାରେ ଜିଓ ସବୁଠୁ ପସନ୍ଦର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି।

ବଜାରର ଅଗ୍ରଣୀ ଏବଂ ସବୁଠୁ ପସନ୍ଦର ହୋମ୍ ଓ ଏଂଟରପ୍ରାଇଜ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓ ଦେଶର ସବୁଠୁ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଉପସ୍ଥିତିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରିଛି। ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ରାଇରଙ୍ଗପୁର, ପାରଳାଖେମୁଣ୍ଡି ଭଳି ଓଡ଼ିଶାର ୩୭ଟି ପ୍ରମୁଖ ସହର ଓ ନଗରରେ ଜିଓଫାଇବର ସେବା ଏବେ ଉପଲବ୍ଧ ହୋଇଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହି ସେବାର ଦ୍ରୁତ ସମ୍ପ୍ରସାରଣ କରାଯାଉଛି।

ଜିଓ ପକ୍ଷରୁ ସାରା ରାଜ୍ୟରେ ଦ୍ରୁତ ଗତିରେ ଏହାର ଟ୍ରୁ-୫ଜି ସେବାକୁ ସମ୍ପ୍ରସାରଣ କରାଯାଉଛି। ଏବେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ବାରିପଦା, ଭଦ୍ରକ ଓ ଝାରସୁଗୁଡ଼ାରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ରହିଛି

ଓଡିଶା ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.