Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେବୃଆରୀରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୦% ଅଭିବୃଦ୍ଧି
ଆଜିର ଖବର

ଫେବୃଆରୀରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୦% ଅଭିବୃଦ୍ଧି

March 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ରାଜ୍ୟ ଜିଏସ୍‌ଟି ଓ ସମନ୍ୱିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍‌ଟି ରାଜସ୍ୱରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଗତବର୍ଷ ଫେବୃଆରୀ ମାସର ୧୨୨୩.୨୨ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଫେବୃଆରୀ ମାସରେ ଏ ବାବଦରେ ୧୭୧୨.୪୮ କୋଟି ଟଙ୍କା ସଂଗୃହିତ ହୋଇଛି। ଏଥି ମଧ୍ୟରୁ ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ଜିଏସ୍‌ଟି ବାବଦକୁ ୧୨୦୫.୮୯ କୋଟି ଟଙ୍କା ସଂଗୃହିତ ହୋଇଛି। ସେହିପରି ଚଳିତ ଆର୍ଥିକ ବର୍ଷର ଫେବୃଆରୀ ସୁଦ୍ଧା ୧୨୭୭୯ କୋଟି ଟଙ୍କା ମୋଟ ରାଜ୍ୟ ଜିଏସ୍‌ଟି ସଂଗୃହିତ ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ମୋଟ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା ୧୧୩୯୧.୭୬ କୋଟି ଟଙ୍କା। ଏ କ୍ଷେତ୍ରରେ ୧୨.୧୮ ପ୍ରତିଶତ ଅଭିବୃଦ୍ଧ ଘଟିଛି।

ଫେବୃଆରୀ ମାସର ସାମଗି୍ରକ ଜିଏସ୍‌ଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ୧୦.୧୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଚଳିତ ବର୍ଷରେ ୪୫୧୯.୩୫ କୋଟି ଟଙ୍କାର ସାମଗି୍ରକ ଜିଏସ୍‌ଟି ସଂଗୃହିତ ହୋଇଥିବାବେଳେ ଗତବର୍ଷ ଫେବୃଆରୀ ମାସରେ ଏହି ପରିମାଣ ଥିଲା ୪୧୦୧୪.୪୯ କୋଟି ଟଙ୍କା। ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ଜିଏସ୍‌ଟି ସଂଗ୍ରହ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ।

ପେଟ୍ରୋଲ ଓ ମଦରୁ ସଂଗ୍ରହ କରାଯାଉଥିବା ଭାଟ ରାଜସ୍ୱ କ୍ଷେତ୍ରରେ ମଧ୍ୟ ୨୬.୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୨୨ ମସିହା ଫେବୃଆରୀ ମାସରେ ପେଟ୍ରୋଲ ଓ ମଦରୁ ୮୩୫.୫୨ କୋଟି ଟଙ୍କା ଭାଟ ରାଜସ୍ୱ ମିଳିଥିବାବେଳେ ଚଳିତ ବର୍ଷ ଫେବୃଆରୀ ମାସରେ ୧୦୫୫.୨୭ କୋଟି ଟଙ୍କା ମିଳିଛି।

ଅଧିକରୁ ଅଧିକ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଜିଏସ୍‌ଟି କମିଶନରେଟ୍‌ ତରଫରୁ ପ୍ରୟାସ ଜାରି ରହିଛି। ଚଳିତ ଆର୍ଥିକ ବର୍ଷ ଫେବୃଆରୀ ସୁଦ୍ଧା ୪୬୦୯୦ ଜଣ ଟିକସଦାତା ଜିଏସ୍‌ଟି ପରିସରଭୁକ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଇ-େୱବିଲ୍‌ ନିର୍ଗମନ କ୍ଷେତ୍ରରେ ୨୦.୭୨ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.