Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ
ଆଜିର ଖବର

ଜିଓ ପକ୍ଷରୁ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ

March 14, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ କରାଯାଇଛି। ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ। ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ। ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ । ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ।

ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ମଧ୍ୟ ନେଇପାରିବେ। ଏହି ପ୍ଲାନ୍‌ରେ ପ୍ରଥମ କନେକ୍ସନ ଲାଗି ୬୯୯ ଟଙ୍କା ଦେବାକୁ ପଡ଼ିବ ଏବଂ ଅନ୍ୟ ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ମୋଟ ୩ଟି ଅତିରିକ୍ତ କନେକ୍ସନ ନିଆଯାଇପାରିବ। ଏହି ଅବସରରେ ଜିଓ ପକ୍ଷରୁ କିଛି ବ୍ୟକ୍ତିଗତ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥି ମଧ୍ୟରେ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଏବଂ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ମାସିକ ୫୯୯ ଟଙ୍କା ଦେବାକୁ ପଡ଼ିବ।

ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ ସହିତ କଂପାନି ପକ୍ଷରୁ ଜିଓ ଟ୍ରୁ ୫ଜି ୱେଲ୍‌କମ୍ ଅଫରରେ ଅସୀମିତ ୫ଜି ଡାଟା ପ୍ରଦାନ କରାଯାଉଛି ଯାହାକୁ ସାରା ପରିବାର ବ୍ୟବହାର କରିପାରିବେ। ଏଥିରେ ଡାଟାର କୌଣସି ଦୈନିକ ସୀମା ନିର୍ଧାରଣ କରାଯାଇନାହିଁ। ଏହାର ଅର୍ଥ ହେଉଛି ଯେତେ ଚାହିଁବେ ସେତେ ଡାଟା ବ୍ୟବହାର କରିପାରିବେ। ଏକକ ବିଲିଂ, ଡାଟା ସେୟାରିଂ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ, ଜିଓ ଟିଭି ଓ ଜିଓ ସିନେମା ଭଳି ମନୋରଞ୍ଜନକାରୀ ପ୍ରିମିୟମ୍ କଂଟେଟ୍ ଆପ୍ ବି ମିଳିବ।

ଜିଓ ଫାଇବର ବ୍ୟବହାରକାରୀ, କର୍ପୋରେଟ୍ କର୍ମଚାରୀ, ଅନ୍ୟ ଟେଲିକମ୍ ଅପରେଟରଙ୍କ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ସମେତ ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଏସ୍‌ବିଆଇର କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କୁ କୌଣସି ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ିବ ନାହିଁ।
ଏହି ଅବସରରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଜିଓ ପ୍ଲସ୍ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ପୋଷ୍ଟ୍‌ପେଡ୍ ବ୍ୟବହାରକାରୀମାନଙ୍କୁ ନୂଆ ଲାଭ ଓ ଅନୁଭବ ପ୍ରଦାନ କରିବା। ଜିଓ ଦେଶର ୩୩୧ ସହରରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରି ନିଜ ନେଟ୍‌ୱର୍କକୁ ଆହୁରି ସୁଦୃଢ଼ କରିପାରିଛି। ନିୟୁତାଧିକ ସନ୍ତୁଷ୍ଟ ପୋଷ୍ଟପେଡ୍ ଗ୍ରାହକଙ୍କ ସମେତ ୪୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇଆସୁଥିବା ଜିଓ ପାଇଁ ଏବେ ନିୟୁତାଧିକ ନୂଆ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କୁ ସ୍ୱାଗତ କରିବାର ଉପଯୁକ୍ତ ସମୟ। ଅନ୍ୟ ସେବା ବ୍ୟବହାର କରୁଥିବା ବହୁ ପୋଷ୍ଟ୍‌ପେଡ୍ ବ୍ୟବହାରକାରୀ ସେବା ପ୍ରଦାନକାରୀ ବଦଳାଇବା ଲାଗି ସୁବିଧା ବାଟ ଖୋଜୁଛନ୍ତି। ଜିଓ ପ୍ଲସ୍ ପ୍ଲାନ୍‌ର ମାଗଣା ଟ୍ରାଏଲ୍‌ରେ ସେମାନଙ୍କୁ ନିଜ ସମସ୍ୟାର ସମାଧାନ ମିଳିଯିବ।

ଜିଓ ପ୍ଲସ୍‌ରେ ଉତମ ଗୁଣବତା ସାଙ୍ଗକୁ ରହିଛି ଟ୍ରୁ ୫ଜି ପରିଚାଳିତ ଅସୀମିତ ସଂଯୋଗ, ପ୍ରିମିୟମ୍ ଏଂଟରଟେନ୍‌ମେଂଟ୍‌, ଲାଭ ଆଦାନପ୍ରଦାନ କରାଯାଇପାରୁଥିବା ଫାମିଲି ପ୍ଲାନ୍‌, ସୁଲଭ ଆନ୍ତର୍ଜାତିକ ରୋମିଂ ସୁବିଧା, ଅତ୍ୟାଧୁନିକ ଫିଚର ଏବଂ ସବୁଠାରୁ ଭଲ ଗ୍ରାହକ ଅନୁଭୂତି। ଆମେ ଏକ ସର୍ବୋତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରସ୍ତୁତ କରିବା ପ୍ରଚେଷ୍ଟା କରିଛୁ ଏବଂ ଆଶା କରୁଛୁ ଭାରତର ପ୍ରତ୍ୟେକ ପୋଷ୍ଟ୍‌ପେଡ୍ ଗ୍ରାହକ ଏହାର ଲାଭ ନେବେ।’’
ଜିଓ ପ୍ଲସ୍ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍‌ଗୁଡ଼ିକ ୨୨ ମାର୍ଚ୍ଚ ୨୦୨୩ଠାରୁ ସମସ୍ତ ଜିଓ ଷ୍ଟୋର୍ ଏବଂ ହୋମ୍ ଡେଲିଭରି ବିକଳ୍ପରେ ଉପଲବ୍ଧ ହେବ।

ଜିଓ ପକ୍ଷରୁ କୁହାଯାଇଛି ଯେ ଯଦି ମାଗଣା ଟ୍ରାଏଲ୍ ସେବା ଲାଭ କରିବା ପରେ କୌଣସି ଗ୍ରାହକ ସେବା ଓ ସୁବିଧାଗୁଡ଼ିକରେ ସନ୍ତୁଷ୍ଟ ନହୁଅନ୍ତି ତେବେ ସେ ନିଜ କନେକ୍ସନକୁ ବାତିଲ କରିପାରିବେ ଏବଂ ତାଙ୍କୁ ସେଥିପାଇଁ କୌଣସି ପ୍ରଶ୍ନ କରାଯିବ ନାହିଁ।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Latest News

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.