Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ
ଆଜିର ଖବର

ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇଟି ସହର ରାୟଗଡ଼ା ଓ ବ୍ୟାସନଗର ସହର ରହିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର. ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଏହା ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଂଚାଇଛି।

ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି, ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ ନିଶ୍ଚିତ କରିବା ଲାଗି ଏକ ସହରରେ ଟ୍ରୁ-୫ଜି ନେଟ୍‌ୱର୍କକୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯିବା ପରେ ସେହି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଶତାଧିକ ସହରରେ ନିୟୁତାଧିକ ଗ୍ରାହକ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲକରିସାରିଲେଣି ଏବଂ ସେମାନଙ୍କ ଉତ୍ସାହ ଏକ ବିଶ୍ୱସ୍ତରୀୟ ମାଇଲଖୁଂଟରେ ପରିଣତ ହୋଇସାରିଛି। ଗ୍ରାହକମାନଙ୍କ ଅନ୍ତର୍ଦୃଷ୍ଟି ଓ ମତାମତ ଜିଓ ପାଇଁ ଆଜିର ଦିନର ତଥା ଭବିଷ୍ୟତର ବିଶ୍ୱସ୍ତରର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ପ୍ରସ୍ତୁତ କରିବାରେ ସହାୟକ ହୋଇଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଦେଶରେ ନିୟୁତାଧିକ ଗ୍ରାହକଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଗ୍ରହଣୀୟ ହେଉଥିବା ଜାଣି ଆମେ ଅତ୍ୟନ୍ତ ରୋମାଂଚିତ ଏବଂ ଆମର ବିଶ୍ୱାସ ରହିଛି ଯେ ଆମର ନେଟୱର୍କର ରୂପାନ୍ତରଣ ସୃଷ୍ଟିକାରୀ ଶକ୍ତି ବିବିଧ ଡିଜିଟାଲ୍ ଟଚ୍‌ପଏଂଟ୍ ଜରିଆରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ। ଜିଓ ପକ୍ଷରୁ ଟୁ-୫ଜିକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି ଏବଂ ଯୋଜନା ଅନୁସାରେ ଦେଶର ଏକ ବଡ଼ ଭାଗରେ ଟ୍ରୁ-୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇସାରିଲାଣି। ଦେଶର ଅଧିକାଂଶ ସ୍ଥାନରେ ପହଂଚିବା ଆମ ପାଇଁ ଗର୍ବର ବିଷୟ।

ଆମେ ଚାହୁଁଛୁ ୨୦୨୩ରେ ପ୍ରତିଟି ଭାରତୀୟ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ରୂପାନ୍ତରୀତ ଲାଭକୁ ଉପଭୋଗ କରନ୍ତୁ। ନିଜ ଅଂଚଳକୁ ଡିଜିଟାଇଜ୍ କରିବାରେ ସମର୍ଥନ ପ୍ରଦାନ କରିଥିବାରୁ ସମସ୍ତ ରାଜ୍ୟ ସରକାର ଏବଂ ପ୍ରଶାସନ ନିକଟରେ ଆମେ କୃତଜ୍ଞ ହୋଇରହିବୁ।’’
ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୨୧ଠାରୁ ଏହି ୪୧ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ଅଧିକ ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ଯେଉଁଥିରେ ସାମିଲ ରହିଛି ଆନ୍ଧ୍ରପ୍ରଦେଶର ଆଡୋନି, ବଡଭେଲ, ଚିଲାକାଲୁରିପେଟ୍‌, ଗୁଡିବଡ଼ା, କାଦିରି, ନର୍ସାପୁର, ରାୟାଚୋଟି, ଶ୍ରୀକଲାହସ୍ତି, ତାଡେପାଲିଗେଡେମ୍‌, ଗୋଆର ମାର୍ଗାଓ, ହରିୟାଣାର ଫତେହାବାଦ, ଗୋହାନା, ହାନ୍‌ସି, ନାର୍ନାଉଲ୍‌, ପାଲୱାଲ. ହିମାଚଳପ୍ରଦେଶର ପାଓନ୍ତା ସାହିବ, ଜାମ୍ମୁ ଓ କାଶ୍ମୀରର ରଜୌରୀ, ଝାଡ଼ଖଣ୍ଡର ଡୁମ୍‌କା, କର୍ଣ୍ଣାଟକର ରବର୍ଟସାନପେଟ୍‌, କେରଳର କାନନଗଡ଼, ନେଡୁମାଙ୍ଗଡ, ତାଲିପରମ୍ବା, ଥାଲାସେରି, ଥିରୁଭାଲ୍ଲା, ଓଡ଼ିଶାର ବ୍ୟାସନଗର ଓ ରାୟଗଡ଼ା, ପଞ୍ଜାବର ହୋସିଆରପୁର, ରାଜସ୍ଥାନର ଟୋଙ୍କ୍‌, ତାମିଲନାଡୁର କରାଇକୁଡ଼ି, କ୍ରିଷ୍ଣଗିରି, ରାଣୀପେଟ୍‌, ଥେଲି ଆଲିନାଗରମ, ଉଢାଗମଡଳମ୍ ଓ ତ୍ରିପୁରାର କୁମାରହାଟ୍।

ଓଡିଶା ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ରାୟଗଡା ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026
Latest News

ମହଙ୍ଗା ପଡ଼ିଲା ଗଙ୍ଗା ନଦୀ ମଝିରେ ଚିକେନ୍ ବିରିୟାନି ଖାଇ ହାଡ଼ ଫିଙ୍ଗିବା: ୧୪ ଗିରଫ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.