Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା
ଆଜିର ଖବର

ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

March 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି ଆମଦାନିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ବଜାରରେ ଡାଲିର ଉପଲବ୍ଧତା ବାଧାପ୍ରାପ୍ତ ହେବା ଭଳି ଷ୍ଟକ୍‌ ନିଜ ପାଖରେ ଗଚ୍ଛିତ ନରଖିବା ଲାଗି ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ଇତିମଧ୍ୟରେ ଆଜି ବିଭାଗୀୟ ଅତିରିକ୍ତ ସଚିବ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଏକ ବୈଠକ କରିଥିଲା ଯେଉଁଥିରେ ସେମାନଙ୍କୁ ଷ୍ଟକ ଘୋଷଣାନାମା ପୋର୍ଟାଲରେ ଏଫଏସଏସଏଆଇ ଲାଇସେନ୍ସଧାରୀ, ଏପିଏମସି ପଞ୍ଜିକୃତ ବ୍ୟବସାୟୀ, ଡାଲିର ଜିଏସଟି ପଞ୍ଜିକୃତ ବ୍ୟବସାୟୀ ଆଦିଙ୍କ ସମେତ ପଞ୍ଜିକୃତ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଘୋଷଣା କରାଯାଇଥିବା ଷ୍ଟକର ଯାଞ୍ଚ କରି ସତ୍ୟାସତ୍ୟ ପ୍ରମାଣ କରିବା ଲାଗି ଉଭୟ ସରକାରୀ ଓ ଘରୋଇ ପଣ୍ୟାଗାର ସେବା ପ୍ରଦାନକାରୀଙ୍କ ଠାରୁ ସୂଚନା ସଂଗ୍ରହ କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି।

ସୀମାପାର ଆମଦାନୀ ସାମଗ୍ରୀ ଗଚ୍ଛିତ ରହୁଥିବା ପଣ୍ୟାଗାରରେ ମହଜୁଦ ଥିବା ଡାଲି ପରିମାଣ ଅନୁଧ୍ୟାନ କରିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି, ଯାହାଫଳରେ ବନ୍ଦରଗୁଡ଼ିକରୁ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ଜାରି କରାଯାଇପାରିବ।

ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ, ଆମଦାନୀକାରୀମାନଙ୍କ ଦ୍ୱାରା ଗଚ୍ଛିତ ଡାଲିର ଷ୍ଟକ୍‌ ସମ୍ପର୍କରେ ସୂଚନା ସଂଗ୍ରହ କରିବା ନିମନ୍ତେ ସରକାର ନିଜ ପଦକ୍ଷେପକୁ ତ୍ୱରାନ୍ୱିତ କରିଛନ୍ତି। ଯାହାଫଳରେ ଘରୋଇ ବଜାରରେ ହରଡ଼ ଡାଲିର ଉଲବ୍ଧତା ଓ ସୁଲଭତା ସୁନିଶ୍ଚିତ କରାଯାଇପାରିବ ଏବଂ ଏହାର ଦାମ ହ୍ରାସ ପାଇବ।

ଗ୍ରାହକମାନଙ୍କ ପାଇଁ ଡାଲିର ଉପଲବ୍ଧତା ଓ ସୁଲଭତାକୁ ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରିବା ଲାଗି ବିଭାଗ ମଧ୍ୟ ଯୋଜନା କରୁଛି।

ସ୍ୱଚ୍ଛ ପ୍ରକ୍ରିୟାରେ ଷ୍ଟକ୍‌ ତଥ୍ୟ ପ୍ରକାଶ କରିବା ଲାଗି ସମ୍ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ଡାଲି ସଂଘ ଓ ଆମଦାନୀକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।

ଉପଭୋକ୍ତା ବ୍ୟାପାର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026
Latest News

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.