Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ ପାଇଁ ବସିଲା ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ
ବିଶେଷ ଖବର

ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ ପାଇଁ ବସିଲା ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

April 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
SkilledCON
ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ ପାଇଁ ବସିଲା ସମନ୍ୱୟ ବୈଠକ

ଭୁବନେଶ୍ୱର: ରାଜ୍ୟ ସରକାର ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ-୨୦୨୩ ଆୟୋଜନ କରୁଛନ୍ତି, ଯେଉଁଥିରେ ପ୍ରମୁଖ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ମିଡ଼ିଆ ହାଉସ୍‌ ଏବଂ ଉଦ୍ୟୋଗୀ ଛାତ୍ର ଓ ଯୁବକମାନେ ଯୋଗଦେବେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଦେଶ ତଥା ବିଶ୍ୱକୁ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଏବଂ କୁଶଳ ମାନବସମ୍ବଳ ଯୋଗାଣକାରୀ ଭାବେ ରାଜ୍ୟର ସ୍ଥିତି ପ୍ରଦର୍ଶିତ ହେବା ସହ ବୈଷୟିକ ଦୃଷ୍ଟିକୋଣ ପୃଷ୍ଠଭୂମିରେ ଦକ୍ଷତାର ଭବିଷ୍ୟତ ଆଶା ମଧ୍ୟ ପ୍ରଦର୍ଶିତ ହେବ। ଏହି ପରିପ୍ରେକ୍ଷୀରେ ୧୬ଟି ବିଭିନ୍ନ ସରକାରୀ ବିଭାଗ ଏବଂ ଏଜେନ୍ସି ସହିତ ଆଜି ଅପରାହ୍ନରେ ଖାରବେଳ ଭବନ ସମ୍ମିଳନୀ ଗୃହରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିବା ସହ ଏହି ସମ୍ମିଳନୀର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଭାଗର ଅଂଶଗ୍ରହଣ ଓ ସମର୍ଥନ ସହ ପ୍ରତ୍ୟେକ ବିଭାଗରୁ ଜଣେ ଜଣେ ନୋଡାଲ ଅଫିସର କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ରହିବେ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଏହି ସମ୍ମିଳନୀ ପାଇଁ ଗୃହ ବିଭାଗକୁ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ଜନପଥରେ ସୁରକ୍ଷା ବ୍ୟବସ୍ଥା ସହିତ ଆଇନଶୃଙ୍ଖଳା ଓ ଟ୍ରାଫିକ୍‌ ବ୍ୟବସ୍ଥାର ତଦାରଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମ୍ମିଳନୀ ସ୍ଥଳରେ ମେଡିକାଲ ଟିମ୍‌, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରଖିବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରୀଛାତ୍ରୀମାନଙ୍କୁ ସାମିଲ କରିବା ଆଦି ଦାୟିତ୍ୱ ଦିଆଯାଇଛି।

ସେହିପରି ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଗଣମାଧ୍ୟମ ପରିଚାଳନା ସହ କନ୍‌କ୍ଲେଭ୍‌ ବାବଦରେ ବ୍ୟାପକ ପ୍ରଚାରପ୍ରସାର କରାଯିବା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମ୍ମିଳନୀ ସମୟରେ ପରିମଳ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସହିତ ପଥ ଉତ୍ସବ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା, ଶକ୍ତି ବିଭାଗ ତରଫରୁ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ସୁନିଶ୍ଚିତ କରିବା ଆଦି କାର୍ଯ୍ୟର ଦାୟିତ୍ୱ ଦିଆଯାଇଛି ବୋଲି ବୈଠକରୁ ଜଣାପଡ଼ିଛି।

ଅପ୍ରେଲ ୬ ତାରିଖ ଦିନ ନୂଆଦିଲ୍ଲୀଠାରେ ଏବଂ ୧୧ ତାରିଖ ଦିନ ଭୁବନେଶ୍ୱରଠାରେ କର୍ଟନ ରେଜର ଆୟୋଜନ ଜରିଆରେ ଏହି ସମ୍ମିଳନୀ ବାବଦରେ ବ୍ୟପକ ସଚେତନତା ସୃଷ୍ଟି ସହ ପ୍ରଚାରପ୍ରସାର କରାଯିବ। ଶେଷରେ ଶ୍ରୀମତୀ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମ ପାଇଁ ସଂପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଥିଲେ।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ସମେତ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇଥିଲେ।

ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ
Share. Facebook Twitter LinkedIn Email WhatsApp Copy Link

Related Posts

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025
Latest News

ପୁନରୁଦ୍ଧାର ହେବ ଭାଗବତ ଟୁଙ୍ଗି, ଘରେ ଘରେ ପହଞ୍ଚିବ ଭାଗବତ: ମୁଖ୍ୟମନ୍ତ୍ରୀ

October 5, 2025

“ପାକିସ୍ତାନର ବଦଳିଯିବ ଇତିହାସ ଏବଂ ଭୂଗୋଳ,”: ରାଜନାଥ ସିଂହଙ୍କ ପାକିସ୍ତାନକୁ ଚେତାବନୀ

October 5, 2025

ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି

October 5, 2025

ଦୀପାବଳି ପାଇଁ ଜିଓ ଆଣିଲା ଜବରଦସ୍ତ ଅଫର, ୪ଜି ମୋବାଇଲ ଫୋନ ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.