Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩: ପ୍ରଥମ ଦିନରେ ସ୍ବାକ୍ଷରିତ ହେଲା ୧୨ଟି ଏମ୍‌ଓୟୁ
ବିଶେଷ ଖବର

ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩: ପ୍ରଥମ ଦିନରେ ସ୍ବାକ୍ଷରିତ ହେଲା ୧୨ଟି ଏମ୍‌ଓୟୁ

April 21, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩: ପ୍ରଥମ ଦିନରେ ସ୍ବାକ୍ଷରିତ ହେଲା ୧୨ଟି ଏମ୍‌ଓୟୁ

ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ର ପ୍ରଥମ ଦିନରେ ଆଜି ଶିଳ୍ପ-ଆଧାରିତ ଦକ୍ଷତା ଓ ରାଜ୍ୟର ଯୁବପିଢିଙ୍କ ପାଇଁ ଉଦୀୟମାନ ସୁଯୋଗଗୁଡିକ ଉପରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଦ୍ୱାରା ଆୟୋଜିତ ହେଉଥିବା  ଏହି ସମ୍ମିଳନୀ ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ସହଯୋଗୀ, ସେକ୍ଟର ସ୍କିଲ୍‌ସ କାଉନ୍ସିଲ୍‌, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର କୈନ୍ଦ୍ରିକ ପ୍ରତିନିଧି ଓ ରାଜ୍ୟର ସ୍କିଲ୍ ଆମ୍ବାସାଡରମାନଙ୍କ ସହିତ ନିୟୋଜନ ପାଇଁ ଲକ୍ଷ୍ୟ ରଖିଛି ।

ଆଜିର ଉଦ୍‌ଘାଟନୀ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଥିଲେ ଏବଂ ଏଠାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ (ସ୍ୱାଧୀନ) ପ୍ରୀତିରଞ୍ଜନ ଘଡାଇ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚିଙ୍କ ସମେତ ବିଶିଷ୍ଟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଜ୍ୟ ସରକାର ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରମୁଖ ସଂସ୍ଥା ଓ ଅନୁଷ୍ଠାନଗୁଡିକ ସହିତ ଏକ ଉନ୍ନତ ଦକ୍ଷତା ଇକୋସିଷ୍ଟମ ନିର୍ମାଣ କରିବା ଲାଗି  ୧୨ଟି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଏମ୍‌ଓୟୁଗୁଡିକ ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର ଏବଂ  ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ, ମିଶନ ଶକ୍ତି ଓ ୱାର୍ଲ୍ଡ ସ୍କିଲ୍ ସେଂଟର ମଧ୍ୟରେ, ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ, ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଂଟର୍ (ଓସିଏସି) ଏବଂ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ, ଡ୍ରୋନ୍ ଫେଡେରେଶନ ଅଫ୍ ଇଣ୍ଡିଆ ଏବଂ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏମ୍‌ଓୟୁ ବ୍ୟତୀତ କିଛି ଆନ୍ତର୍ଜାତୀୟ ଲିଡର ଯେପରିକି ଫେଷ୍ଟୋ, ମିଟୁଟୋୟୋ, ସ୍ନାଇଡର, କୋର୍‌ସେରା, ଅଲ୍‌ଟେରା, ଫିଲିପ୍ସ ଏଜୁକେଶନ ଓ ଆଇଏସ୍‌ବି ଆଦି ଓଡିଶାର ଯୁବପିଢି ଏବଂ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ପ୍ରଥମ ଦିନରେ ଶିଳ୍ପ ବିଶେଷଜ୍ଞମାନେ ସ୍କିଲ୍ ଇକୋସିଷ୍ଟମ, ରାଜ୍ୟରେ ଦକ୍ଷ ମାନବ ସମ୍ବଳର ଗୁରୁତ୍ୱ ତ୍ତ୍ୱଓ ଶିଳ୍ପ ପରିଚାଳିତ ଦକ୍ଷତା ଉପରେ ବିଚାରବିମର୍ଶ କରିଥିଲେ ।

ପ୍ରଥମ ଅଧିବେଶନ (ଭାରତରେ ଏକ ସୁସଙ୍ଗତ ଦକ୍ଷତା ପରିବ୍ୟବସ୍ଥା ଗଠନ) ରେ ଭାରତରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ତାଲିମ (ଟିଭିଇଟି) ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନ ବଜାର ଚାହିଦା ମୁତାବକ ଦକ୍ଷତା ତାଲିମ୍ କାର୍ଯ୍ୟକ୍ରମଗୁଡିକୁ ଏକତ୍ରୀକରଣ କରିବାର ମହତ୍ୱ ଉପରେ ଆଲୋକପାତ କରିଥିଲା ।

ଏହି ଅବସରରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀ ଅଧିବେଶନକୁ ପରିଚାଳନା କରିଥିଲେ ଏବଂ ବ୍ୟବସ୍ଥାରେ ଥିବା ସମସ୍ତ ହିତାଧିକାରୀଙ୍କ ସହ ମିଶି କାମ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ୟାନେଲ ଆଲୋଚନା ଏକ ଭିଡିଓ ପ୍ରଦର୍ଶନୀ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ନିଜକୁ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିବା ଲାଗି ଦକ୍ଷତା କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଜନସଂଖ୍ୟା ଆଧାରିତ ସୁବିଧା ଏବଂ ଆଗାମୀ ସୁଯୋଗଗୁଡିକୁ ପ୍ରଦର୍ଶିତ କରାଯାଇଥିଲା ।

ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପ୍‌ର ଏଜୁକେଶନ ଗ୍ଲୋବାଲ ପ୍ରାକ୍ଟିସ୍‌ର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଡଃ ସବ୍‌ନମ୍ ସିହ୍ନା ଅଧିବେଶନ ପାଇଁ ନିଜର ସ୍ୱାଗତ ଅଭିଭାଷଣରେ କହିଥିଲେ, ‘ ଭାରତର ଭବିଷ୍ୟତ ଏହାର ରାଜ୍ୟଗୁଡିକରେ ଅନ୍ତର୍ନିହିତ ରହିଛି । ଓଡିଶା  ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ ରହିଛି । ଆମେ ରାଜ୍ୟ ସହ ଏକ ଘନିଷ୍ଠ ସହଯୋଗିତା ପାଇଁ ଏବଂ ଦକ୍ଷତା ଅଭିଯାନକୁ ଆଗକୁ ବଢାଇବା ପାଇଁ ଅପେକ୍ଷା କରିଛୁ ।’

ଏହି ଅଧିବେଶନ ପାଇଁ ପ୍ୟାନେଲରେ ୟୁଏନ୍ ୱମେନ୍ ଇଣ୍ଡିଆ ଅଫିସ୍‌ର ଉପ ପ୍ରତିନିଧି କାନ୍ତା ସିଂହ, ତାମିଲନାଡୁ ସ୍କିଲ ଡେଭ୍‌ଲପ୍‌ମେଂଟ୍ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ୍ ଟିଏମ୍‌ଟି. ଜେ. ଇନୋସେଂଟ୍ ଦିବ୍ୟା, ଏଏସ୍‌ଏପି କେରଳର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ଉଷା ଟିଟସ୍‌, ତେଲେଙ୍ଗାନା ଏକାଡେମି ଫର୍ ସ୍କିଲ୍ ଆଣ୍ଡ ନଲେଜ୍‌, ଟିଏଏସ୍‌କେ, ତେଲେଙ୍ଗାନା, ସିଇଓ ଶ୍ରୀକାନ୍ତ ସିହ୍ନା ଆଦି ସାମିଲ ଥିଲେ ।

ଆଜି ସମ୍ମିନଳୀର ୨ୟ ଅଧିବେଶନ ‘କୁଶଳୀ ଶ୍ରମଶକ୍ତିର ପ୍ରଶଂସା’ରେ କୁଶଳୀ କର୍ମଚାରୀଙ୍କ ପାଇଁ ପ୍ରିମିୟମ ବେତନ ଏବଂ ଏହାର ଦୀର୍ଘକାଳିନ ଲାଭର ମହତ୍ୱ ଉପରେ ଆଲୋଚନା କରାଯାଇଥିଲା ।

ସମ୍ମିଳନୀକୁ ସମ୍ବୋଧିତ କରି ଲାର୍‌ସନ ଆଣ୍ଡ ଟ୍ୟୁବ୍ରୋରେ ସ୍କିଲ୍ ଡେଭ୍‌ଲପ୍‌ମେଂଟ୍ ମିଶନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କେ ରାମାକ୍ରିଷ୍ଣନ୍ କହିଥିଲେ, ‘ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଦକ୍ଷତା ପ୍ରଣାଳୀ ଯୁବପିଢିଙ୍କ ପାଇଁ ଆକାଂକ୍ଷିତ ଅଟେ ଏବଂ କର୍ମଚାରୀମାନଙ୍କ ଦକ୍ଷତା ପାଇଁ ନିଯୁକ୍ତିଦାତାଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି ।’

ଏହି ଆଲୋଚନା ପାଇଁ ପ୍ୟାନେଲରେ  ଏକାଧିକ କର୍ପୋରେଟ୍ ଯେପରିକି  ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌, ଏଚ୍‌ଆର୍‌-ପୂର୍ବତନ ନିର୍ଦ୍ଦେଶକ ଏସ୍‌ପି ଗାଥୁ, ସ୍କିଣ୍ଡ୍‌ଲର ଇଣ୍ଡିଆର ସିଇଓ ଓ ଅଧ୍ୟକ୍ଷ ଅଶୋକ ରାମଚନ୍ଦ୍ରନ୍‌, ସାହୀ ଏକ୍ସପର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ ଜେ ଡି ଗିରି, ଜୋଲା ଇଣ୍ଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ଡିଜାଇନର୍ ଜିନା ଜୋସେଫ୍‌, ନେଟୁର ଟେକ୍ନିକାଲ ଟ୍ରେନିଙ୍ଗ୍ ଫାଉଣ୍ଡେଶନ (ଏନ୍‌ଟିଟିଏଫ୍‌), ବେଙ୍ଗାଲୁରୁର ଉପ ପରିଚାଳନା ନିର୍ଦ୍ଦେଶକ ବି.ଭି ସୁଦର୍ଶନ ପ୍ରମୁଖ ସାମିଲ ଥିଲେ ।

ସେହିପରି ଆଜିର ୩ୟ ଅଧିବେଶନ (‘ଉଦ୍ୟୋଗ ନେତୃତ୍ୱ ଭିତିକ ଦକ୍ଷତା ଆଡ଼କୁ’)ରେ ଇଣ୍ଡଷ୍ଟ୍ରୀ ୪.୦ ଏବଂ ଏଆଇ ଓ ରୋବୋଟିକ୍ସ ଭଳି ଟେକ୍ନୋଲୋଜିଗୁଡିକ କାରଣରୁ ସୃଷ୍ଟି ହୋଇଥିବା ବ୍ୟାଘାତ ଉପରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନ ଜିଜ୍ ଇକୋନୋମି, ଡେମୋଗ୍ରାଫିକ୍ ଏବଂ ଦେଶରେ କାର୍ଯ୍ୟର ଭବିଷ୍ୟତକୁ ପରିବର୍ତନ କରୁଥିବା ସାମାଜିକ ପରିର୍ତନଗୁଡିକ ଉପରେ ରୋଚକପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ।

ଏହି ଅଧିବେଶନ ପାଇଁ ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶକ (ପ୍ରଶିକ୍ଷଣ) ତ୍ରିସାଲ୍‌ଜିତ ସେଠି, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ଟ୍ରେନିଙ୍ଗ ଏକାଡେମିର କାର୍ଯ୍ୟକାରୀ ପରାମର୍ଶଦାତା ମନୋଜ ଅଗ୍ରୱାଲ, ଓଡିଶା ମାଇନିଙ୍ଗ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବଲ୍‌ୱନ୍ତ ସିଂହ, ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ଏବଂ ଫିଲିପ୍ସ ଫାଉଣ୍ଡେଶନର ଅଧ୍ୟକ୍ଷ ରକ୍ଷିତ କେଜ୍ରିୱାଲ ପ୍ରମୁଖ ସାମିଲ ଥିଲେ ।

ଏହି ସମ୍ମିଳନୀରେ  ଏକ ପ୍ରଦର୍ଶନୀ ମାଧ୍ୟମରେ ଦକ୍ଷତା ପ୍ରବୃତିଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ମୋଟ ୧୩୪ଟି ଷ୍ଟଲ୍ ଥିଲା, ଏଥିମଧ୍ୟରୁ ୬୨ଟି ଷ୍ଟଲ ୩୦ଟି ଜିଲ୍ଲାର ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜ ଓ ଟେକ୍ନିକାଲ ୟୁନିଭର୍ସିଟିଗୁଡିକର ଥିଲା ଏବଂ ୫୮ଟି ଷ୍ଟଲ୍ ଏଆର୍‌ଏନ୍‌ଏସ୍‌, ଅଟୋ ଡେସ୍କ, ହାଲ୍‌, ମାଇକ୍ରୋସଫ୍ଟ ଓ ସିସ୍କୋ ଭଳି ଇଣ୍ଡଷ୍ଟ୍ରୀ ଓ ଷ୍ଟାର୍ଟଅପ୍‌ଗୁଡିକରୁ ଏବଂ ୮ଟି ଷ୍ଟଲ୍ ରାଜ୍ୟ ପିଏସ୍‌ୟୁ ଏବଂ ମିଶନ ଶକ୍ତି, ଏନର୍ଜି , ଓଏମ୍‌ସି, ବୟନିକା, ଡାଇରେକ୍ଟୋରେଟ୍ ଅଫ୍ ପ୍ରିଜନ୍‌ସ ଓ ଗତି ଭଳି ୬ଟି ବିଭାଗରୁ ଥିଲା । ଉଦ୍‌ଘାଟନୀ ଦିବସ ଓଡିଶାର ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନଗୁଡିକ ସହିତ ଶେଷ ହୋଇଥିଲା ।

ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରରେ ଆସନ୍ତା ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ଏହି କାର୍ଯ୍ୟକ୍ରମର ଶିଳ୍ପ ସହଯୋଗୀ ରହିଛି।

ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩
Share. Facebook Twitter LinkedIn Email WhatsApp Copy Link

Related Posts

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025
Latest News

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.