Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଓଡିଶା ହେବ ଦକ୍ଷତାର ରାଜଧାନୀ, ସ୍କିଲ୍ କନ୍‌କ୍ଲେଭ୍‌ରେ ଆରମ୍ଭ ହେଲା ରଣନୀତି 
ଜାତୀୟ ଖବର

ଦେଶରେ ଓଡିଶା ହେବ ଦକ୍ଷତାର ରାଜଧାନୀ, ସ୍କିଲ୍ କନ୍‌କ୍ଲେଭ୍‌ରେ ଆରମ୍ଭ ହେଲା ରଣନୀତି 

April 22, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର ଦକ୍ଷତା ରାଜଧାନୀରେ ପରିଣତ ହେବ ଓଡିଶା, ଆରମ୍ଭ ହେଲା ରଣନୀତି 

ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌ର ୨ୟ ଦିନରେ ବିଶ୍ୱରେ ଏକ ଅଗ୍ରଣୀ ଦକ୍ଷତା କେନ୍ଦ୍ରରେ ପରିଣତ ହେବା ଲାଗି ଓଡିଶା ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ୨ୟ ଦିନରେ ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା, ମୂଲ୍ୟାୟନ, ପ୍ରଶିକ୍ଷଣ ଏବଂ କର୍ମବଳର ବିବିଧକରଣର ମହତ୍ୱ ଭଳି ପ୍ରସଙ୍ଗ ଉପରେ ଅଧିବେଶନର ଆୟୋଜନ କରାଯାଇଥିଲା।

ଆଜିର ଦିନ ‘ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା’ ନାମକ ଅଧିବେଶନ ସହ ଆରମ୍ଭ ହୋଇଥିଲା ଯେଉଁଥିରେ ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ ଭାରତୀୟ ଶ୍ରମବଳ ଓ ଆନ୍ତର୍ଜାତୀୟ ଇଂଟର୍ଣ୍ଣସିପ୍‌ର ଗଠନକୁ ସମର୍ଥନ କରିବା କ୍ଷେତ୍ରରେ ଆନ୍ତର୍ଜାତୀୟ ବ୍ୟବସ୍ଥାକାରୀ ଓ ସହଯୋଗୀଙ୍କ ଭୂମିକା ଏବଂ ଆନ୍ତର୍ଜାତୀୟ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି) ପ୍ରଦାତାଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଓଡିଶା ସରକାରଙ୍କ ଗ୍ରାମାଂଚଳ ବିକାଶ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଥିଲେ, ‘ଓଡିଶା ହେଉଛି ଭାରତରେ ଦକ୍ଷତାର ଉଦୀୟମାନ ସ୍ଥଳୀ, ଭାରତର ଦକ୍ଷତା ରାଜଧାନୀ ଓ ବିଶ୍ୱର ଆଶାୟୀ ଦକ୍ଷତା ରାଜଧାନୀ। ଆମ ରାଜ୍ୟରେ ଆମ ପାଖରେ ଥିବା ସ୍କିଲିଙ୍ଗ ଇକୋସିଷ୍ଟମ ଏବଂ ଯେଉଁଭଳି ଭାବେ ଆନ୍ତର୍ଭାତୀୟ ସ୍ତରରେ ଏହା ସ୍ଥାପିତ ହୋଇଛି ତାହାକୁ ନେଇ ଆମେ ଗର୍ବିତ।

ରଣନୈତିକ ଯୋଜନା ମାଧ୍ୟମରେ ଆମେ ଏହାକୁ ବିକଶିତ କରିବାକୁ ସକ୍ଷମ ହୋଇଛୁ କାରଣ ଏହା ଉଭୟ ବ୍ୟକ୍ତିବିଶେଷ ଓ ସମାଜ ପାଇଁ ଏକ ଜୀବନ ପରିବର୍ତନକାରୀ ପଦକ୍ଷେପ ଅଟେ । ବହୁମୁଖୀକରଣ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଓଡିଶା ଯୁବପିଢିଙ୍କୁ ସମସ୍ତ ସୁଯୋଗ ପ୍ରଦାନ କରୁଛି ।’

ଏହି ଅଧିବେଶନରେ  ଇଂଟରନ୍ୟାଶନାଲ ସେଂଟର୍ ଫର୍ କଲିନାରୀ ଆର୍ଟସ୍‌- ଆଇସିସିଏ ଦୁବାଇ, ସିଇଓ-ନିର୍ଦ୍ଦେଶକ ଡଃ ସୁନେଜ ରାଜା, ସିସ୍କୋର ଇଣ୍ଡିଆ ଓ ସାଉଥ୍ ଏସିଆ କର୍ପୋରେଟ୍ ଆଫାୟାର୍ସ ମୁଖ୍ୟ ଅନୁରାଗ ଶ୍ରୀବାସ୍ତବ, ଟାଟା ଷ୍ଟ୍ରାଇଭ୍ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍‌ସ ଟ୍ରଷ୍ଟ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ଉପାଧ୍ୟକ୍ଷ ଅନିତା ରାଜନ, ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର୍‌ର ସିଇଓ ବ୍ରୁସ୍ ପୁ ଏବଂ ସିଗୁଲ୍ ଗ୍ରୁଫ୍ ଅଫ୍ କମ୍ପାନୀଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ କୁମାର ମଧୁସୁଦନନ୍ ପ୍ରମୁଖ ଯୋଗ ଦେଇଥିଲେ।

‘ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା: ମହିଳାମାନଙ୍କୁ ଦକ୍ଷତା ମାଧ୍ୟମରେ ସଶକ୍ତ କରିବା’ ନାମକ ପରବର୍ତୀ ଅଧିବେଶନ ରାଜ୍ୟର ଯୁବତୀମାନଙ୍କୁ ଶିକ୍ଷା ମାର୍ଗ, ନିଯୁକ୍ତି ବୃଦ୍ଧିକାରୀ ପଦକ୍ଷେପ ଓ ସ୍ଥାୟୀ ଜୀବିକା ମାଧ୍ୟମରେ ସହଯୋଗ କରିବା କ୍ଷେତ୍ରରେ ଓଡିଶାର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲା।

ଏହି ଅଧିବେଶନରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆୟୁକ୍ତ ତଥା ସଚିବ ସୁଜାତା ଆର୍‌. କାର୍ତିକେୟନ୍ କହିଥିଲେ, ‘ପ୍ରତ୍ୟେକ ମହିଳା କିମ୍ବା ଜଣେ ଯୁବତୀଙ୍କର ନିଜ  ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଓ ସଶକ୍ତ ହେବାର ଅଧିକାର ରହିଛି। ଲିଙ୍ଗ ଓ ଦକ୍ଷତା, ଲିଙ୍ଗ ଓ ସଶକ୍ତିକରଣ ସରକାରଙ୍କ ଏଜେଣ୍ଡା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମର ପ୍ରୟାସ ହେଉଛି ମିଶନ ଶକ୍ତି ମାଧ୍ୟମରେ ଆମେ ଯେପରି ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାକୁ ସକ୍ଷମ ହେବୁ ତାହା ସୁନିଶ୍ଚିତ କରିବା।’

୨ୟ ଅଧିବେଶନର ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଟାଟା ଇଲେକ୍‌ଟ୍ରୋନିକ୍ସର ଲର୍ଣ୍ଣିଂ, ଲିଡରସିପ୍ ଡେଭ୍‌ଲପ୍‌ମେଂଟ୍ ଆଣ୍ଡ୍ ଟାଲେଂଟ୍ ମ୍ୟାନେଜ୍‌ମେଂଟ୍‌- ମୁଖ୍ୟ ସୋହିନୀ ସିହ୍ନା, ଆଇଆଇଏମ୍‌, ଅହମ୍ମଦାବାଦର ପ୍ରଫେସର , ପ୍ରଫେସର ନିହାରିକା ବୋହରା, ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନର ଅଧ୍ୟକ୍ଷ ସଙ୍ଗୀତା ଜିନ୍ଦଲ, ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ଆଇଏଏସ୍ ଗୁହା ପୁନମ ତାପସ କୁମାର, ଏମ୍‌ଜିଏମ୍ ୟୁନିଭର୍ସିଟିର ଡିନ୍ ଫ୍ୟାକଲ୍‌ଟି ଅଫ୍ ଡିଜାଇନ୍ ଡଃ ମୋନିକା ଅଗ୍ରୱାଲ, ଏଫ୍‌ଆଇସିସିଆଇ ଲେଡିସ୍ ଅର୍ଗାନାଇଜେଶନର ଭୁବନେଶ୍ୱର ଚାପ୍ଟର-ଅଧ୍ୟକ୍ଷା ପୁନମ ମହାପାତ୍ର ଆଦି ସାମିଲ ଥିଲେ।

‘ନୂତନ ବିଶ୍ୱ ପାଇଁ ଆପ୍ରେନ୍‌ଟାଇସ୍‌ସିପ୍ ଓ ଇଂଟର୍ଣ୍ଣସିପ୍‌କୁ ଦକ୍ଷତା ସହ ସଂଯୋଗ କରିବା’ ନାମକ ୩ୟ ଅଧିବେଶନରେ ଆପ୍ରେନ୍‌ଟାଇସ୍‌ସିପ୍ ପଲିସି ବା ମୂଲ୍ୟାୟନ ନୀତିଗୁଡିକର ସମନ୍ୱିତ କାର୍ଯ୍ୟକାରିତା ପାଇଁ ରୋଡ୍‌ମ୍ୟାପ୍ ଉପରେ ବିଚାରବିମର୍ଶ କରାଯାଇଥିଲା ଯାହା ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ବ୍ୟାପକ କରିବ।

ଏସମ୍ପର୍କରେ ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌ର ସିଏମ୍‌ଡି ସଞ୍ଜୟ କୁମାର ମିଶ୍ର କହିଛନ୍ତି, ‘ଦକ୍ଷତା ବିକାଶର ମୁଖ୍ୟ ଉପାଦାନଗୁଡିକ ହେଉଛି ମୂଲ୍ୟାୟନ ଓ ପ୍ରଶିକ୍ଷଣ ଯାହା ବ୍ୟକ୍ତିଙ୍କୁ ନିଯୁକ୍ତି ସମୟରେ ତାଲିମ୍ ପ୍ରଦାନ କରିଥାଏ । ଏଗୁଡିକ ଚାକିରି ପାଇଁ ଜରୁରୀ ଦକ୍ଷତାଗୁଡିକୁ ହାସଲ କରିବା ଲାଗି ବ୍ୟକ୍ତିଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅଟେ କାରଣ ତାହା ଇଣ୍ଡଷ୍ଟ୍ରୀ ଏକ୍ସପୋଜର, ଶିଳ୍ପର ବିସ୍ତୃତ ସୂଚନା, ନେଟ୍‌ୱର୍କିଂ ସୁଯୋଗ ଓ ନିଯୁକ୍ତି କ୍ଷମତା ବୃଦ୍ଧି କରୁଥିବା ପ୍ରମାଣପତ୍ର ପ୍ରଦାନ କରିଥାଏ।

ଦେଶରେ ହାଇଡ୍ରୋଜେନ୍ ଫୁଏଲ୍‌, ଗ୍ରୀନ୍ ଏନର୍ଜି ଭଳି ନୂଆ କ୍ଷେତ୍ର ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଇଂଟରନେଟ୍ ଅଫ୍ ଥିଙ୍ଗ୍‌ସ ଭଳି ନୂତନ ଟେକ୍ନୋଲୋଜିଗୁଡିକ ଉଭା ହେଉଥିବାରୁ ଯୁବପିଢିଙ୍କୁ  ସୁଯୋଗ ଓ ସମାଜ ପ୍ରତି ଯୋଗଦାନ ସହ ସକ୍ଷମ କରିବା ଲାଗି ସେମାନଙ୍କର ଅପ୍‌ସ୍କିଲିଙ୍ଗ ଓ ରିସ୍କିଲିଙ୍ଗ୍ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏହି ଅଧିବେଶନ ପାଇଁ ପ୍ୟାନେଲରେ କେପିଏମ୍‌ଜି ଇଣ୍ଡିଆର ସହଯୋଗୀ ନାରାୟଣନ୍ ରାମାସ୍ୱାମୀ, ଓଏନ୍‌ଜିସି ଗ୍ରୁପ୍‌ର ପୂର୍ବତନ ସିଏମ୍‌ଡି ଓ ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀମତି ଅଲ୍‌କା ମିତଲ, ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ର ସିଇଓ ସେନ୍‌ବାଗାମ୍ ମନ୍‌ଥିରାମ, ସୁବ୍ରୋସ୍ ଲିମିଟେଡ୍‌ର ଏଚ୍‌ଆର- ଡିଜିଏମ୍ ପବନ ଯାଦବ, ଆଇଏଲ୍‌ଓର ସ୍କିଲ୍‌ସ ଆଣ୍ଡ ଏମ୍ପେ୍ଲାୟମେଂଟ୍ ସ୍ପେଶିଆଲିଷ୍ଟ ଗାବ୍ରିଏଲ୍ ଏଚ୍‌. ବୋର୍‌ଡାଡୋ , ଆଦିତ୍ୟ ବିର୍ଲା ଗ୍ରୁପ୍‌, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌, ଟେକ୍ନିକାଲ ଟ୍ରେନିଙ୍ଗ୍ ଆଣ୍ଡ ହିଣ୍ଡାଲ୍‌କୋ ଟେକ୍ନିକାଲ ୟୁନିଭର୍ସିଟିର ମୁଖ୍ୟ ସଞ୍ଜୟ ଶିଭ୍‌ନାନି ପ୍ରମୁଖ ସାମିଲ ଥିଲେ।

ଆଜି ସମ୍ମିଳନୀର ୨ୟ ଦିନରେ ‘ପ୍ରତିବନ୍ଧକ ବାହାରେ ଦକ୍ଷତା- ଦକ୍ଷତା କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ’ ନାମକ ଶେଷ ଅଧିବେଶନରେ  ଦକ୍ଷତା ସୁଯୋଗଗୁଡିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମେତ ବଂଚିତ ସମୁଦାୟଗୁଡିକ ପାଇଁ ମଧ୍ୟ ଉପଲବ୍ଧ ରହିଛି ବେଲି ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଏବଂ ସମାବେଶୀ କାର୍ଯ୍ୟକ୍ଷେତ୍ର ନିର୍ମାଣ କରିବାରେ ଟିଭିଇଟି ସିଷ୍ଟମର ଭୂମିକା ଉପରେ ଆଲୋଚନା କରାଯାଇଥିଲା।

ଏହି ଅଧିବେଶନରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆୟୁକ୍ତ ଓ ସଚିବ ଭାସ୍କର ଶର୍ମା କହିଛନ୍ତି, ‘ଦକ୍ଷତା କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣରେ ଅନ୍ୟାନ୍ୟ ଗୋଷ୍ଠୀ ମଧ୍ୟରେ ମହିଳା, ଟ୍ରାନ୍ସଜେଣ୍ଡର, ଆଦିବାସୀ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସାମିଲ ଅଛନ୍ତି। ଏହି ଗୋଷ୍ଠୀଗୁଡିକର ଅନ୍ତର୍ଭୁକ୍ତୀକରଣ ରାଜ୍ୟ ଓ ଦେଶ ପାଇଁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍କିଲ୍‌ଡ ଇନ୍ ଓଡିଶା ଅଭିଯାନ ମାଧ୍ୟମରେ ଆମର ପ୍ରୟାସ ହେଉଛି ଏହି ବଂଚିତ ସମୁଦାୟଗୁଡିକ ପାଇଁ ଦକ୍ଷତାକୁ ପହଂଚଯୋଗ୍ୟ, ସୁଲଭ ଓ ଆକାଂକ୍ଷିତ  କରିବା ଏବଂ ରାଜ୍ୟର ବିକାଶକୁ ସୁନିଶ୍ଚିତ କରିବା।’

ଏହି ଅଧିବେଶନର ପ୍ୟାନେଲିଷ୍ଟଙ୍କ ମଧ୍ୟରେ  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (କିସ୍‌)ର ପ୍ରତିଷ୍ଠାତା ଡଃ ଅଚୁତ୍ୟ ସାମନ୍ତ, ଇନ୍‌କ୍ଲୁଜନ ଏକ୍ସପର୍ଟ, ଟେଡ୍‌ଏକ୍ସ ବକ୍ତା ଓ ଭିନ୍ନକ୍ଷମ ଅଧିକାର କାର୍ଯ୍ୟକର୍ତା ଶ୍ରୁତି ମହାପାତ୍ର, ଓଡିଶା ସରକାରଙ୍କ ଓଡିଶା ପିଭିଟିଜି ଏମ୍‌ପାୱାରମେଂଟ୍ ଆଣ୍ଡ୍ ଲାଇଭ୍‌ଲିହୁଡ୍‌ସ ଇମ୍‌ପ୍ରୁଭ୍‌ମେଂଟ୍ ପ୍ରୋଗ୍ରାମର ପ୍ରୋଗ୍ରାମ ନିର୍ଦ୍ଦେଶକ, ଆଇଏଫ୍‌ଏସ୍ ପି. ଅର୍ଥନାରୀ, ଡିଜି ପ୍ରିଜନ୍‌ସ୍‌, ଆଇପିଏସ୍ ମନୋଜ ଛାବ୍ରା, କର୍ଣ୍ଣାଟକ ସ୍କିଲ୍ ଡେଭ୍‌ଲପ୍‌ମେଂଟ୍ କର୍ପୋରେଶନର ଏମ୍‌ଡି ଅଶ୍ୱିନୀ ଡି ଗୌଡ ପ୍ରମୁଖ ସାମିଲ ଥିଲେ।

ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀ ବିଦାୟକାଳିନ ଅଧିବେଶନରେ ନିଜ ସମ୍ବୋଧନରେ କହିଥିଲେ, ‘ଆଜିର ଅଧିବେଶନଗୁଡିକର ଆଲୋଚନା ଓ ତଥ୍ୟ  ରାଜ୍ୟରେ ସ୍କିଲିଙ୍ଗ ଇକୋସିଷ୍ଟମକୁ ଉନ୍ନତ କରିବା ପାଇଁ ରୋଡ୍‌ମ୍ୟାପ୍‌କୁ ଆଗକୁ ବଢାଇଛି।

ଶିଳ୍ପ ସହଯୋଗୀ ଓ ନୀତିନିର୍ମାତାମାନେ ଯୁବପିଢିଙ୍କୁ ଦକ୍ଷତା ସହ ସୁସଜ୍ଜିତ କରିବା ପାଇଁ ଆବଶ୍ୟକ କ୍ଷେତ୍ର ଓ ନୀତିଗତ ପଦକ୍ଷେପଗୁଡିକ ଉପରେ ବିଚାରବିମର୍ଶ କରିଥିଲେ ଯାହା ସେମାନଙ୍କୁ କେବଳ ସ୍ଥାୟୀ ଜୀବିକା ନିର୍ମାଣରେ ସହଯୋଗ କରିବ ନାହିଁ ବରଂ ଓଡିଶାର ସ୍ଥିତିକୁ ଜାତୀୟ ଓ ଆନ୍ତର୍ଜାତୀୟ ମାନଚିତ୍ରରେ ସୁଦୃଢ କରିବ।

ଆଜି ଆମେ ବିବିଧତା ଓ ବଂଚିତ ଗୋଷ୍ଠୀଗୁଡିକର ସମାବେଶିତା ଭଳି ବିଷୟବସ୍ତୁ ଏବଂ କର୍ମଚାରୀମାନଙ୍କ ସାର୍ଟିଫିକେଶନ, ଅପ୍‌ସ୍କିଲିଙ୍ଗ ଓ ରିସ୍କିଲିଙ୍ଗ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ ଯାହା ଏହି ଲକ୍ଷ୍ୟକୁ ଏକ ପ୍ରଭାବୀ ଉପାୟରେ ଆଗକୁ ବଢାଇବ।’

ଏହି ବିଦାୟକାଳିନ ଅଧିବେଶନରେ ଓଡିଶା ସରକାରଙ୍କ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ସିଇଓ ରଘୁ ଜି. , ଆଦିତ୍ୟ ବିର୍‌ଲା ଗ୍ରୁପ୍‌ର ଗ୍ରୁପ୍ ହ୍ୟୁମାନ୍ ରିସୋର୍ସେସ୍‌ର ନିର୍ଦ୍ଦେଶକ, କେମିକାଲ୍‌ସ ବିଭାଗର ନିର୍ଦ୍ଦେଶକ ଏବଂ ବିର୍‌ଲା କାର୍ବନର ଗ୍ରୁପ୍ ନିର୍ଦ୍ଦେଶକ ଡଃ ସନ୍ତୃପ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ୨ୟ ଦିନ ଆରମ୍ଭରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ ଅତ୍ୟନ୍ତ ଉତ୍ସାହର ସହିତ ପଥ ପ୍ରାନ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀ ଆଦି ଏଥିରେ ଯୋଗ ଦେଇଥିଲେ।

ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.