ଭୁବନେଶ୍ବରରେ କିଛିଦିନ ପାଇଁ ଆଉ କଞ୍ଚା ପନିପରିବା ମିଳିବ ନାହିଁ, ଜାଣନ୍ତୁ କାରଣ

Published: Oct 17, 2023, 12:52 pm IST

ଭୁବନେଶ୍ବର: ରାଜଧାନୀରେ କିଛିଦିନ ପାଇଁ ଆଉ କଞ୍ଚାପନିପରିବା ମିଳବ ନାହିଁ। କାରଣ ହେଲା ଏକ ନମ୍ବର ହାଟରେ ଥିବା କଞ୍ଚା ପନିପରିବା ବ୍ୟବସାୟୀ ସଂଘ ଧର୍ମଘଟ କରିବେ। ସେମାନେ ଆସନ୍ତା 20 ତାରିଖରୁ ଧର୍ମଘଟରେ ବସିବେ। ଫଳରେ ସେହି ହାଟରେ ବିକ୍ରୀ ହେଉଥିବା ପନିପରିବା ଆଉ ମିଳିବ ନାହିଁ।

ବିଭିନ୍ନ ଦାବୀ ନେଇ ଏହି ବ୍ୟବସାୟୀ ସଂଘ ଧର୍ମଘଟ ଡାକରା ଦେଇଛି। ରାଜଧାନୀରେ ଏକ ନମ୍ବର ହାଟ ହେଉଛି ସବୁଠାରୁ ବଡ ପନିପରିବା ବଜାର। ଏହା ଉପରେ କେବଳ ଗ୍ରାହକ ନୁହଁନ୍ତି ରାଜଧାନୀର ଛୋଟଛୋଟ ପରିବା ବ୍ୟବସାୟୀ ମଧ୍ୟ ନିର୍ଭର କରନ୍ତି। ସେମାନେ ଏଠାରୁ ପରିବା ନେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ରୀ କରନ୍ତି। ବର୍ତ୍ତମାନ ଧର୍ମଘଟ ହେଲେ ରାଜଧାନୀରେ କଞ୍ଚା ପରିବା ମିଳିବା କଷ୍ଟକର ହୋଇପଡିବ।

ମୁଖ୍ୟତଃ ଏକ ନମ୍ବର ହାଟକୁ ଯାଇଥିବା ରାସ୍ତା ଅବରୋଧ ହେଉଥିବାରୁ ସଂଘ ଉତକ୍ଷିପ୍ତ ହୋଇପଡିଛି। ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା।

ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି।ସେଥିପାଇଁ ଏହି ଧର୍ମଘଟ ଡାକରା ଦେଇଛି ସଂଘ।

Related posts