ଭୁବନେଶ୍ବର: ଆଜି ରାଜ୍ୟ ସରକାର ମୋଟ ୨୪୭୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏ ନେଇ ଭୁବନେଶ୍ବରର କଳିଙ୍ଗ ଷ୍ଟାଣ୍ଡିୟମରେ ନିଯୁକ୍ତି ପର୍ବ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ନିଯୁକ୍ତି ହେଉଥିବା ଯୁବକଯୁବତୀଙ୍କୁ ମୁଖ୍ୟମନ୍ତ୍ରୀ ଦିଗ ଦର୍ଶନ ଦେବା ସହିତ ରାଜ୍ୟ ପାଇଁ କିପରି କାମ କରିବେ ସେ ନେଇ ଉପଦେଶ ଦେବେ।
ଆଜିର ଏହି ନିଯୁକ୍ତି କେବଳ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗରେ ନିଆଯାଇଛି। ଏଥିରେ ରାଜ୍ୟ କ୍ୟାଡରର ଡାକ୍ତର ସହିତ ଦାନ୍ତ ଡାକ୍ତର ମଧ୍ୟ ରହିଛନ୍ତି।