Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ରେଳ ବଜେଟରେ ଓଡିଶାକୁ ମିଳିଲା ମାତ୍ର 5 ହଜାର 8 ଶହ କୋଟି ଟଙ୍କା,ଯାତ୍ରୀଙ୍କ ସୁବିଧା ପାଇଁ 180 କୋଟି ଟଙ୍କା
ବ୍ୟବସାୟ

ରେଳ ବଜେଟରେ ଓଡିଶାକୁ ମିଳିଲା ମାତ୍ର 5 ହଜାର 8 ଶହ କୋଟି ଟଙ୍କା,ଯାତ୍ରୀଙ୍କ ସୁବିଧା ପାଇଁ 180 କୋଟି ଟଙ୍କା

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ରେଳ ବଜେଟରେ ଓଡିଶା ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ବିଭିନ୍ନ ନୂତନ ପ୍ରକଳ୍ପ ସହ ଓଭରବ୍ରିଜ୍‌ ନିର୍ମାଣ, ରେଲ୍‌ଓ୍ବେ ଟ୍ରାକ୍‌ର ପୁନର୍ନିମାଣ, ଇଲେକ୍ଟ୍ରିକରଣ ତଥା କର୍ମଚାରୀଙ୍କ ସୁବିଧା ଉପରେ ପ୍ରାଧାନ୍ୟ ଦିଆଯାଇଛି । ବଜେଟ୍‌ରେ ରେଳ ଧାରଣା ଲାଗି ମୋଟ ୧୪ଶହ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ସେଥିମଧ୍ୟରୁ

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ପାଇଁ ୩୫୦କୋଟି

ଅନୁଗୋଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟ

ହରିଦାସପୁର-ପାରାଦୀପ ଲାଇନ ପାଇଁ ୪୦୦ କୋଟି

ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି

ଜୟପୁର-ମାଲକାନଗିରି ପାଇଁ ୭୦ କୋଟି

ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିଭଳି ରେଳଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ଭୁବନେଶ୍ୱର କୋଚ୍‌ ଡିପୋରେ ୨ଟି ଅଟୋମେଟିକ୍‌ ଓ୍ବାଶିଂ ପ୍ଲାଣ୍ଟ, ବାଘୁଆପାଳ ଷ୍ଟେଶନରେ ଫ୍ଲାଇଓଭର ଏବଂ ଅନ୍ୟ ୧୦ଟି ଫ୍ଲାଇ ଓଭର ପାଇଁ ସର୍ଭେ କରାଯିବାକୁ ଘୋଷଣା ହୋଇଛି। ଏହାବ୍ୟତୀତ ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟଲାଗଡ଼ ପାଇଁ ୧୭୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ବିଜୟନଗରମ-ସମ୍ବଲପୁର ପାଇଁ ୩୫୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ଏବଂ କଳାହାଣ୍ଡି ଇଲେକ୍ଟ୍ରି ଇଞ୍ଜିନ୍‌ ଓ୍ବାକ୍‌ଶପ୍‌ ପାଇଁ ୧ କୋଟି ଅନୁଦାନ ଦିଆଯାଇଛି। ବାଂଶପାଣି-ଦୈତାରୀ-ଟମକା-ଜଖପୁରା ଲାଗି  ୮୫ କୋଟି ଓ ଭଦ୍ରକ-ନିର୍ଗୁଣ୍ଡି ଟ୍ରାକ୍‌ ଦୋହରୀକରଣ ଲାଗି  ୮୬ କୋଟି ବ୍ୟୟବରାଦ ହୋଇଛି। ସେହିପରି ଝାରପଡ଼ା-ବୁଢ଼ାପଙ୍କ  ଟ୍ରାକ୍‌ର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ଲାଗି ୧୧୯ କୋଟି ୮୭ ଲକ୍ଷ ମଂଜୁର କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସାର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ଦେଲେ ଏହି ନିର୍ଦ୍ଦେଶ

September 20, 2025

ଝାରପଡ଼ା ଜେଲରୁ ବାହାରିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

September 20, 2025

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 20, 2025

ପାକିସ୍ତାନକୁ ଝଟକା ଦେଲା ଆମେରିକା: BLA କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଜାତିସଂଘରେ ଖାରଜ

September 20, 2025
Latest News

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025

ଭାରତ ପାଇଁ ଖୁସି ଖବର: ଚୀନ୍, ପାକିସ୍ତାନ ଏବଂ ଆମେରିକାକୁ ଲାଗିବ ଝଟକା

September 20, 2025

କେବେ ଭାବନ୍ତୁ ନାହିଁ ଯେ, ସବୁ ସ୍ଥାନରେ ଭଲ ଲୋକ ଥିବେ: ଆଚାର୍ଯ୍ୟ ଚାଣକ୍ୟ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.