Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»କାଲିଫର୍ଣ୍ଣିଆ ଆଲ୍‌ମଣ୍ଡ: ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ ପ୍ରାକୃତିକ ଖାଦ୍ୟ
ବ୍ୟବସାୟ

କାଲିଫର୍ଣ୍ଣିଆ ଆଲ୍‌ମଣ୍ଡ: ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ ପ୍ରାକୃତିକ ଖାଦ୍ୟ

February 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାଲିଫର୍ଣ୍ଣିଆ ଆଲ୍‌ମଣ୍ଡ: ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ ପ୍ରାକୃତିକ ଖାଦ୍ୟ

ଭୁବନେଶ୍ୱର: ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍‌ମଣ୍ଡସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍‌ଥ ଇନ ଟୁଡେସ୍ ଫାଷ୍ଟ-ପେସ୍‌ଡ ଲାଇଫ୍‌ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି ।

ଏହି ଅଧିବେଶନରେ ଏମବିବିଏସ୍ ଓ ନ୍ୟୁଟ୍ରିସନିଷ୍ଟ ଡା. ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ୱ ଓ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ୱର ସବୁଠାରୁ ଲୋକପ୍ରିୟ କାଲିଫର୍ଣ୍ଣିଆ ଆଲ୍‌ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ୱାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ସହଯୋଗ କରିପାରିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ।

ଏହି ଆଲୋଚନା ସମୟରେ ସିଜନ୍‌ଡ ନ୍ୟୁଟ୍ରିସନିଷ୍ଟମାନେ ଉତମ ସ୍ୱାସ୍ଥ୍ୟ ପାଇଁ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଏବଂ ଆଲ୍‌ମଣ୍ଡ ଭଳି ପ୍ରାକୃତିକ ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା ଉପରେ ମହତ୍ୱ ଦେଇଥିଲେ। ସେ ହାଇଲାଇଟ କରିଥିଲେ ଯେ, କାଲିଫର୍ଣ୍ଣିଆ ଆଲମଣ୍ଡଗୁଡିକ ପ୍ରୋଟିନ, ସୁସ୍ଥ ଫ୍ୟାଟ୍‌, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଡାଏଟାରୀ ଫାଇବର ଓ ଜିଙ୍କ ଭଳି ୧୫ଟି ଜରୁରୀ ପୋଷକତତ୍ୱରେ ସମୃଦ୍ଧ, ଯାହା  ରକ୍ତ ସର୍କରା ନିୟନ୍ତ୍ରଣ, ଓଜନ ପରିଚାଳନା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ଏଲ୍‌ଡିଏଲ୍ ଓ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ଭଳି ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ।

ଏହି ଆଲୋଚନା ଆଇସିଏମ୍‌ଆର୍‌-ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ (ଆଇସିଏମ୍‌ଆର୍‌-ଏନ୍‌ଆଇଏନ୍‌) ଦ୍ୱାରା ଭାରତୀୟଙ୍କ ପାଇଁ ସୁପାରିଶ କରାଯାଇଥିବା ଆହାର ନିର୍ଦ୍ଦେଶାବଳୀଗୁଡିକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା।

ଏ ସମ୍ପର୍କରେ ଏମ୍‌ବିବିଏସ୍ ଓ ନ୍ୟୁଟ୍ରିସ୍‌ନିଷ୍ଟ ରୋହିଣୀ ପାଟିଲ କହିଛନ୍ତି, “ଆମର ବ୍ୟସ୍ତ ଜୀବନଶୈଳୀ ଖରାପ ସ୍ୱାସ୍ଥ୍ୟ ପସନ୍ଦର କାରଣ ହୋଇଥାଏ। ଏହି କାରଣରୁ ମୁଁ ସବୁବେଳେ ମୋର ଗ୍ରାହକମାନଙ୍କୁ ପରାମର୍ଶ ଦେଇଥାଏ ଯେ, ଛୋଟ ଛୋଟ ପରିବର୍ତନ ଏକ ବଡ ପାର୍ଥକ୍ୟ ସୃଷ୍ଟି କରିପାରିବ, ଯେପରିକି ପ୍ରୋସେସ୍‌ଡ ସ୍ନାକଗୁଡିକୁ ଆଲମଣ୍ଡ ଭଳି ପ୍ରାକୃତିକ ବିକଳ୍ପ ସହ ବଦଳାଇବା।

ପ୍ରୋଟିନ, ସୁସ୍ଥ ଫ୍ୟାଟ ଓ ଫାଇବର ଭଳି ୧୫ଟି ଜରୁରୀ ପୋଷକତତ୍ୱରେ ଭରି ରହିଥିବା କାଲିଫର୍ଣ୍ଣିଆ ଆଲମଣ୍ଡ ଆପଣଙ୍କୁ ବାରମ୍ବାର ଭୋକ ନଲାଗିବା, ଏକ ସୁସ୍ଥ ଓଜନ ବଜାୟ ରଖିବା, ହୃଦୟ ସ୍ୱାସ୍ଥ୍ୟରେ ସହଯୋଗ କରିବା, ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବା ଓ ଉନ୍ନତ ତ୍ୱଚାରେ ସହଯୋଗ କରିଥାଏ।”

ଲୋକପ୍ରିୟ ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀ କହିଛନ୍ତି, “ମନୋରଞ୍ଜନ ଶିଳ୍ପରେ ଥିବାରୁ ମୁଁ ସୁଟିଂ ସହିତ ପ୍ରାୟତଃ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଏ। ଆଲମଣ୍ଡ ପିଲାଦିନରୁ ମୋର ପସନ୍ଦର ସ୍ନାକ ଅଟେ ଯାହା ମୋତେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବା, ଓଜନ ନିୟନ୍ତ୍ରିତ ରଖିବା ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ଦୂରେଇ ରହିବାରେ ସାହାଯ୍ୟ କରିଥାଏ।

ମୋର ଦୈନିକ ରୁଟିନରେ ଆଲ୍‌ମଣ୍ଡକୁ ସାମିଲ କରିବା ତ୍ୱଚା ସମେତ ମୋର ସାମଗ୍ରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଦୃଶ୍ୟମାନ ଭିନ୍ନତା ଆସିଛି । ମୁଁ ଆଲମଣ୍ଡକୁ ଏହାର ପ୍ରାକୃତିକ ରୂପରେ ଖାଇବାକୁ ପସନ୍ଦ କରେ ଏବଂ ସବୁବେଳେ ଯାତ୍ରା ସମୟରେ ମୋ ସହ ଆଲମଣ୍ଡର ଏକ ବକ୍ସ ସାଥୀରେ ନେଇଥାଏ।”

Share. Facebook Twitter LinkedIn Email WhatsApp Copy Link

Related Posts

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.