Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»“ଫେସ ଆପ” ନେଇ ବଢିଲା ସନ୍ଦେହ, ପୃଥିବୀର କୋଟିକୋଟି ଲୋକଙ୍କ ଫଟୋ ନେଇ ଏହି କଂପାନୀ କିଛି ବ୍ୟବସାୟ କରୁଛି କି ବୋଲି ଉଠିଲା ପ୍ରଶ୍ନ
ବ୍ୟବସାୟ

“ଫେସ ଆପ” ନେଇ ବଢିଲା ସନ୍ଦେହ, ପୃଥିବୀର କୋଟିକୋଟି ଲୋକଙ୍କ ଫଟୋ ନେଇ ଏହି କଂପାନୀ କିଛି ବ୍ୟବସାୟ କରୁଛି କି ବୋଲି ଉଠିଲା ପ୍ରଶ୍ନ

July 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
“ଫେସ ଆପ” ନେଇ ବଢିଲା ସନ୍ଦେହ, ପୃଥିବୀର କୋଟିକୋଟି ଲୋକଙ୍କ ଫଟୋ ନେଇ ଏହି କଂପାନୀ କିଛି ବ୍ୟବସାୟ କରୁଛି କି ବୋଲି ଉଠିଲା ପ୍ରଶ୍ନ
“ଫେସ ଆପ” ନେଇ ବଢିଲା ସନ୍ଦେହ, ପୃଥିବୀର କୋଟିକୋଟି ଲୋକଙ୍କ ଫଟୋ ନେଇ ଏହି କଂପାନୀ କିଛି ବ୍ୟବସାୟ କରୁଛି କି ବୋଲି ଉଠିଲା ପ୍ରଶ୍ନ

ସମୀକ୍ଷା ବ୍ୟୁରୋ

ମାତ୍ର ଅଳ୍ପ ଦିନରେ ସାରା ବିଶ୍ବରେ ଯଦି କୌଣସି ମୋବାଇଲ ଆପ୍ ଲୋକପ୍ରିୟତା ହାସଲ କରିଥାଏ ତେବେ ସେ ହେଉଛି “ଫେସ ଆପ”। ଏହି ଆପ୍ କୁ ଆପଣ ମୋବାଇଲରେ ଡାଉନଲୋଡ କରି ଆପଣଙ୍କ କେଉଁ ବୟସରେ ଆପଣଙ୍କ ମୁହଁ କିପରି ଦେଖାଯିବ ତାହା ଜାଣିପାରିବେ ଏବଂ ସେହି ଫଟୋ ମଧ୍ୟ ଦେଖିପାରିବେ। ବର୍ତ୍ତମାନ ସାରା ବିଶ୍ବରେ ଏହାକୁ ପ୍ରାୟ 10 କୋଟି ଲୋକ ଡାଉନଲୋଡ କରିସାରିଲେଣି। ଏପରି ଲୋକପ୍ରିୟତା ଦେଖି ବର୍ତ୍ତମାନ ବିଶ୍ବର ସମସ୍ତ ଆଇଟି ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କଲେଣି। ଏପରିକି ଆମେରିକା ମଧ୍ୟ ଏହି ଆପକୁ ବନ୍ଦ କରିବା ପାଇଁ ନିଷ୍ପତି କରିଛି। ଏହି ଆପକୁ ନେଇ ଯେଉଁ ସନ୍ଦେହ ହେଉଛି ତାହା ହେଲା

1-ଏହି ଆପ ଦ୍ବାରା ଫଟୋ ଡାଉନଲୋଡ କରିବା ପରେ ତାହା ସେହି କଂପାନୀର ସରଭରରେ ସେଭ ହୋଇଯାଉଛି। ବର୍ତ୍ତମାନ ସାରା ବିଶ୍ବରେ କୋଟିକୋଟି ଲୋକ ଫଟୋ ଡାଉନଲୋଡ କରିବାରେ ଲାଗିଛନ୍ତି। ଫଳରେ କଂପାନୀ ଏହି ଫଟୋଗୁଡିକୁ କିଛି ଅପବ୍ୟବହାର କରିବ କି ବୋଲି ପ୍ରଶ୍ନ ଉଠିଛି।

2-ଏହି ଫଟୋ ମାଧ୍ୟମରେ ସେହି କଂପାନୀ ଲୋକଙ୍କର କିଛି ଗୁପ୍ତ ଡାଟା ସଂଗ୍ରହ କରୁଛି ବୋଲି ମଧ୍ୟ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। କାରଣ ଜଣେ ମୋବାଇଲରୁ ଫଟୋ ଡାଉନଲୋଡ କରିବା ପରେ ତାହା ତାଙ୍କ ମୁଖ୍ୟ ସରଭର ସହିତ ଯୋଡି ହୋଇଯାଉଛି।

3-ଲୋକମାନେ ସେମାନଙ୍କ ବିଭିନ୍ନ ବୟସ ଫଟୋର ନକଲ ପାଇବା ପରେ ତାହାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି। ନିଜ ଫେସବୁକ୍ କିମ୍ବା ଟୁଇଟରେ ସେୟାର କରିବା ପରେ ସେଥିରୁ କିଛି ଡାଟା ଯିବାର ସନ୍ଦେହ ମଧ୍ୟ ରହିଛି ବୋଲି କୁହାଯାଉଛି।

ଏସବୁ ଘଟଣା ନଜରକୁ ଆସିବା ପରେ ଆମେରିକା ଆଗୁଆ ପଦକ୍ଷେପ ସ୍ବରୂପ ଏହି ଆପ କୁ ତୁରନ୍ତ ଡିଲିଟ କରିବା ପାଇଁ ଡେମୋକ୍ରାଟିକ ନ୍ୟାସନାଲ କମିଟ ତାହାର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ସିନେଟ ମାଇନରିଟ ଲିଡର ଚାର୍ଲସ ସ୍ଚୁମେର୍ ଏହି ଆପ ଉପରେ ସୁରକ୍ଷା ଜନିତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରୁଷିଆ କଂପାନୀ ଦ୍ବାରା ଏହି ଆପ୍ ପ୍ରସ୍ତୁତ ହୋଇଥିବାରୁ ଆମେରିକ ଏହାକୁ ନେଇ ବେଶୀ ସନ୍ଦେହ ପ୍ରକାଶ କରିଛି। ସେମାନେ ଭାବି ନେଇଛନ୍ତି ଯେ, ଆମେରିକାର ବିଭିନ୍ନ ଡାଟା ଚୋରୀ କରି ନେବା ପାଇଁ ହୁଏତ ରୁଷିଆ କଂପାନୀର ଏହା ଏକ ଚାଲ ହୋଇଥାଇପାରେ। ତେବେ ଏହି ଆପ ଉପରେ ଅନେକ ବିଶେଷଜ୍ଞ ନିଜ ତରଫରୁ ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ହିସାବରେ ରୁଷିଆ କଂପାନୀ ଏହାକୁ ପ୍ରସ୍ତୁତ କରିଥିଲେ ମଧ୍ୟ ତାହାର ସରଭର ଆମେରିକାରେ ରହିଛି। ଏହି ସରଭର ଡାଟା ଦେବା ପାଇଁ କୌଣସି ତୃତୀୟ ପାର୍ଟି ସହିତ କେବେ ସ୍ବୀକୃତ ଦେଇ ନାହିଁ। ତେଣୁ ଏଥିରେ ଭୟଭିତ ହେବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ତେବେ ଏହି ଆପ୍ କୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ହେବାର ମୁଖ୍ୟ କାରଣ ହେଉଛି ତାହା ପ୍ରାଇଭେସି ପଲିସ ଠିକ ଭାବରେ ପଢି ନ ହେବା। ସାଧାରଣତଃ ଯେ କୌଣସି ଆପ ପ୍ରସ୍ତୁତ ହେଲେ ତାହାର ଏକ ପ୍ରଇଭେସି ପଲିସ ଥାଏ। ସେଥିରେ ଉଲ୍ଲେଖ ଥାଏ ଯେ ଏହି ଆପ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ସଂପୂର୍ଣ୍ଣ ସୁରକ୍ଷିତ ରହିବ। ହେଲେ ଏହି ଆପ୍ ର ପ୍ରାଇଭେସି ପଲିସ ପ୍ରଥମେ ଠିକ ଭାବେ ଜଣାପଡିଲା ନାହିଁ। ଫଳରେ ଆଇଟି ବିଶେଷଜ୍ଞମାନଙ୍କ ସନ୍ଦେହ ବଢିବାରେ ଲାଗିଲା।

ତେବେ ବର୍ତ୍ତମାନ ସୁଦ୍ଧା କେହି ବି ନିଶ୍ଚିତ ନୁହଁନ୍ତି ଯେ ଏହି ଆପ୍ ମାଧ୍ୟମରେ ଡାଟା ଚୋରି ହେଉଛି କି ନା ନାହିଁ। ହେଲେ ଏହା ଯେପରି ସାରା ବିଶ୍ବରେ ଲୋକପ୍ରିୟତା ସୃଷ୍ଟି ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୂର୍ବରୁ ଟିକଟାକ୍, ହେଲୋ ପରି କେତେକ ଆପ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ହେଲେ ଏହି ଆପ ଚୀନ କଂପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବାରୁ କେହି ଆପତ୍ତି ଉଠାଇ ନ ଥିଲେ। ତେବେ ଫେସଆପ କୁ ନେଇ ବର୍ତ୍ତମାନ ସୁଦ୍ଧା ଆମେରିକାଠାରୁ ଆରମ୍ଭ କରି ବିଶ୍ବର ବହୁ ରାଷ୍ଟ୍ର ଏହା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.