Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଫ୍ଲୋରକୁ ଓହ୍ଲାଇଲା ‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର
ବ୍ୟବସାୟ

ଫ୍ଲୋରକୁ ଓହ୍ଲାଇଲା ‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର

July 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
mantra
ଫ୍ଲୋରକୁ ଓହ୍ଲାଇଲା 'ମନ୍ତ୍ର ମୁଗ୍ଧ' ଚଳଚିତ୍ର

ଭୁବନେଶ୍ବର: ନିର୍ମାତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନେତୃତ୍ୱରେ ‘ମନ୍ତ୍ରମୁଗ୍ଧ’ ଟିମ ଫ୍ଲୋରକୁ ଓହ୍ଲାଇଛି। ଭୁବନେଶ୍ୱରର ସିମ୍ଫୋନୀ ମଲରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ସୁଟିଂ ଆରମ୍ଭ ହେବା ପୂର୍ବରୁ ଟିମ ପ୍ରଥମେ ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି।

ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ‘କର୍ମ’ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏଥିରେ ଦମଦାର ଭୂମିକାରେ ଆସୁଛନ୍ତି।

‘କର୍ମ’ ର ଅଦ୍ଭୂତପୂର୍ବ ସଫଳତା ପରେ ଅଭିନେତା ସନୋଜ କୁମାର ଓ ମନ୍ମୟ ଦେଙ୍କ ଉପରେ ପୁଣି ଥରେ ଭରସା ରଖିଛନ୍ତି ଅନୁପମ ଓ ସେମାନଙ୍କୁ ‘ମନ୍ତ୍ରମୁଗ୍ଧ’ରେ ରିପିଟ କରାଯାଇଛି।ସେମାନଙ୍କ ବ୍ୟତୀତ ଉଦୀୟମାନ ତାରକା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ମିଳିଛି। ସର୍ବଦା ନୂଆ ପିଢ଼ିଙ୍କୁ ସୁଯୋଗ ଦେଇ ଆସିଥିବା ଧାରାକୁ ଏଥିରେ ବି ବଜାୟ ରଖିଛନ୍ତି ଅନୁପମ। ଚଳଚ୍ଚିତ୍ର ‘ପ୍ରତୀକ୍ଷା’ରେ ଚମତ୍କାର ଅଭିନୟ କରିଥିବା ଦିପନ୍ଵିତ ଦାଶମହାପାତ୍ର ମଧ୍ୟ ଏଥିରେ ଅଭିନୟ କରୁଛନ୍ତି।

ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଥିଆ, ସୋମା ହୋତା ଓ ଭକ୍ତି ଦାସ ରହିଛନ୍ତି। ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତଙ୍କୁ ବି ଫିଲ୍ମରେ ନିଆଯାଇଛି। ଚଳଚ୍ଚିତ୍ରରେ ଲୋକପ୍ରିୟ ଚେହେରାମାନଙ୍କ ସହିତ ଉଦୀୟମାନ ନବାଗତମାନଙ୍କ ଏକ ସୁନ୍ଦର ସମନ୍ୱୟ ରହିଛି। ସିନେମାଟୋଗ୍ରାଫର ଅଛନ୍ତି ଦୀପକ କୁମାର। ରଶ୍ମି ରଂଜନ ଦାଶ ସମ୍ପାଦନାରେ ଥିବା ବେଳେ ସାଉଣ୍ଡ ଡିଜାଇନର ଦାୟିତ୍ୱ ନିର୍ବାହ କରିଛନ୍ତି ଶକ୍ତି ସ୍ୱରୂପ ଦ୍ବିବେଦୀ।

ସେହିପରି ସିଙ୍କ ସାଉଣ୍ଡରେ ଅଛନ୍ତି ଚନ୍ଦ୍ରଶେଖର ଶର୍ମା। କାହାଣୀ ଅନୁପମ ଓ ରୋଶନ ବିଶୋଇ ଲେଖିଥିବା ବେଳେ ଏହାକୁ ଚିତ୍ରନାଟ୍ୟରେ ସଜାଇଛନ୍ତି ରୋହିତ ଗେହଲୋଟ ଓ ଅନୁପମ ପଟ୍ଟନାୟକ। ସଂଳାପ ରଚନା କରିଛନ୍ତି ପ୍ରଣବ ରଥ। ଚିତ୍ରନାଟ୍ୟ ଓ ସଂଳାପର ଅତିରିକ୍ତ ଦାୟିତ୍ବରେ ଅଛନ୍ତି ନିଶାନ୍ତ ମାଜିଥିଆ।ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପାଞ୍ଚ ଜଣ ସଙ୍ଗୀତ ନିର୍ଦ୍ଦେଶକ, ଯାହା ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ। ସେମାନେ ହେଲେ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ। ଏହାର ମୁଖ୍ୟ ଚରିତ୍ର ଓ କାହାଣୀ ହାସ୍ୟରସ ଓ ରୋମାଞ୍ଚରେ ଭରପୂର। ତେବେ କେବଳ ହାସ୍ୟ ରସ କି ରୋମାଞ୍ଚ ନୁହେଁ ବରଂ ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥାକୁ ଆହ୍ବାନ ଦେଉଥିବା ଏକ ବଳିଷ୍ଠ କାହାଣୀ ରହିଛି ଏଥିରେ।

ସବୁବେଳେ ଲୋକଙ୍କ ଭଲ ପାଇବା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତ ଆମ ଉପରେ ରହି ଆସିଛି।’ପ୍ରତୀକ୍ଷା’ଠୁ ଆରମ୍ଭ କରି ‘ଗ୍ୟାଙ୍ଗସ ଅଫ ପୁରୀ ସିଜିନ 2’ ବହୁମାତ୍ରାରେ ଦର୍ଶକ ଦେଖିଛନ୍ତି ଓ ଏହାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। ‘ମନ୍ତ୍ରମୁଗ୍ଧ’କୁ ଏଥର ସେହି ଭଲପାଇବା ମିଳିବ ଓ ‘ମନ୍ତ୍ରମୁଗ୍ଧ’ ସମସ୍ତଙ୍କୁ ‘ମନ୍ତ୍ରମୁଗ୍ଧ’ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ।

ଓଡିଆ ଚଳଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.