The Samikhsya Team: ବିଶ୍ବରେ ସର୍ବାଧିକ ହୀରା କେଉଠି ଅଛି। ଏହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିବ। କାରଣ ହେଲା ହୀରା ଏପରି ଏକ ଧାତୁ ଯାହା ସୁନା ଠାରୁ ଅଧିକ ମୂଲ୍ୟବାନ। ଆଜିକାଲି ସୁନା ପରି ହୀରା ଅଳଙ୍କାର ମଧ୍ୟ ମହିଳାମାନେ ପିନ୍ଧୁଛନ୍ତି। ହେଲେ ଏହାର ମୂଲ୍ୟ ଏତେ ଅଧିକ ଯେ, ସାଧାରଣ ଲୋକେ ଏହାକୁ ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ।
ତେବେ ଏହି ହୀରା କେଉଁଠୁ ଆସେ, କିପରି ବାହାରେ ତାହାକୁ ନେଇ ସମସ୍ତଙ୍କର ଜାଣିବାରେ ଆଗ୍ରହ ନିଶ୍ଚିତ ରହିବ। ଏଥିସହିତ ବିଶ୍ବରେ କେଉଁ ସ୍ଥାନରେ ସର୍ବାଧିକ ହୀରା ଅଛି ତାହା ମଧ୍ୟ ଜାଣିବାକୁ ଆଗ୍ରହ ରହିବ। ଏଠାରେ କହିରଖୁ ଯେ ବିଶ୍ବରେ ରୁଷ ଦେଶରେ ସର୍ବାଧିକ ହୀରା ଗଛିତ ଅଛି। ବିଶ୍ବରେ ସମସ୍ତ ଗଛିତ ହୀରା ଏକାଠି କଲେ କେବଳ ରୁଷରୁ ଭାଗ ହେଉଛି 37 ପ୍ରତି ଶତ।
ଉତ୍ତର ପୂର୍ବ ରୁଷର ସାଇବେରିଆନ ଅଞ୍ଚଳରେ ଥିବା ସାଖା ଗଣରାଜ୍ୟରେ ଏହି ହୀରା ଖଣି ରହିଛି। ଏଠାରେ ଥିବା ୟାଖାଲ ଡାଇଂମଣ୍ଡ ଖଣିରେ ସର୍ବାଧିକ ହୀରା ରହିଛି। ଏଠାରୁ ବାର୍ଷିକ 40.7 ମିଲିୟନ କ୍ୟାରେଟ ହୀରା ଉତ୍ପାଦିତ ହେଉଛି। ଏଥିସହିତ ଏକ ବିରଳ ଧାତୁ ବା ରତ୍ନପଥର ମଥାନା ରହିଛି ଯାହା ହୀରାଠାରୁ ବହୁ ଗୁଣରେ ଅଧିକ। ଏହା ବାର୍ଷିକ 1.3 କ୍ୟାରେଟ ଉତ୍ପାଦିତ ହେଉଛି। ରୁଷିଆରେ ଗ୍ୟାସ ଉତ୍ପାଦନ ଯେପରି ପ୍ରଚୁର ପରିମାଣର ରହିଛି ସେହିପରି ହୀରା ର ପରିମାଣ ମଧ୍ୟ ସେହିପରି ରହିଛି।
Read More in English- India–Japan Relations Get Boost as BCIC, Osaka Seal Landmark MoU