Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟରକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳା
ବ୍ୟବସାୟ

ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟରକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳା

September 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୁଇଦିନିଆ ଜାତୀୟ କର୍ମଶାଳା
ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟରକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳା

ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମରେ ସେପ୍ଟେମ୍ବର ୧୦ରୁ ଡିଏୱାଇ–ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ‘ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟର’ ବିଷୟରେ ଦୁଇଦିନିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ କେରଳ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (କୁଡୁମ୍ବଶ୍ରୀ)ର ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା।

ମହିଳା-ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ଆଗେଇ ନେବାରେ ଇନକ୍ୟୁବେଟର କାର୍ଯ୍ୟକ୍ରମର ଭୂମିକାକୁ ଉଲ୍ଲେଖ କରିଥିଲେ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ଶୈଳେଶ କୁମାର ସିଂହ। ତାଙ୍କ ଉଦଘାଟନୀ ଭାଷଣରେ ସେ କହିଥିଲେ ଯେ, ଡିଏୱାଇ–ଏନଆରଏଲଏମ ୧୦ କୋଟିରୁ ଅଧିକ ମହିଳାଙ୍କୁ ୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ପିଢ଼ିର ଉଦ୍ୟୋଗୀ। ସେ ଆସାମ, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ପାଇଲଟ ପ୍ରକଳ୍ପର ସଫଳତା ଉଲ୍ଲେଖ କରି, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ପ୍ରମୁଖ ଶିକ୍ଷାଗତ ଅଂଶୀଦାରଙ୍କ ସହିତ ସହଯୋଗରେ କାର୍ଯ୍ୟ କରୁଥିବା ମଧ୍ୟ ଆଲୋକିତ କରିଥିଲେ।

ସମାବେଶକୁ ସମ୍ବୋଧିତ କରି, କେରଳର ସ୍ଥାନୀୟ ସ୍ୱରାଜ୍ୟ ମନ୍ତ୍ରୀ ଏମ.ବି. ରାଜେଶ, କୁଡୁମ୍ବଶ୍ରୀ ମାଧ୍ୟମରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପ୍ରତି କେରଳର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି କର୍ମଶାଳା ଗ୍ରାମୀଣ ଉଦ୍ୟୋଗ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ସହଯୋଗ, ନବସୃଜନ ଓ ଶିକ୍ଷା-ଆଦାନପ୍ରଦାନ ପାଇଁ ଏକ ମୂଲ୍ୟବାନ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଗ୍ରାମୀଣ ବିକାଶ) ସ୍ୱାତୀ ଶର୍ମା, ମହିଳା-ନେତୃତ୍ୱାଧୀନ ଗ୍ରାମୀଣ ଉଦ୍ୟୋଗ ପାଇଁ ଇନକ୍ୟୁବେଟର କାର୍ଯ୍ୟକ୍ରମକୁ ଏକ ଜାତୀୟ ପ୍ଲାଟଫର୍ମ ଭାବରେ ବିକଶିତ କରିବା ପ୍ରତି ମନ୍ତ୍ରଣାଳୟର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବାର୍ତ୍ତା ପ୍ରଦାନ କରି, ସେ କହିଥିଲେ ଯେ, ଏହି କର୍ମଶାଳା ଦୀର୍ଘକାଳୀନ ସଫଳତା ପାଇଁ କାର୍ଯ୍ୟକ୍ଷମ ରଣନୀତି ଏବଂ ଦୃଢ଼ ସହଭାଗୀତା ସୃଷ୍ଟି କରିବ।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକ (ଗ୍ରାମୀଣ ବିକାଶ) ରାଜେଶ୍ୱରୀ ଏସ.ଏମ. କହିଥିଲେ ଯେ, ଏହି କର୍ମଶାଳା ଇନକ୍ୟୁବେଟର ପ୍ରକଳ୍ପ ପାଇଁ ମନୋନୀତ ଉଦ୍ୟୋଗମାନଙ୍କର ବିକାଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟିରେ ସାହାଯ୍ୟ କରିବ। ସେ ଡିଏୱାଇ–ଏନଆରଏଲଏମ ଏବଂ ଇନକ୍ୟୁବେଟର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କରିଥିଲେ। କୁଡୁମ୍ବଶ୍ରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଚ୍. ଦିନେଶନ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ, ଆସାମ କୃଷି ବିଶ୍ୱବିଦ୍ୟାଳୟର ଉପ-କୁଳପତି ଡକ୍ଟର ବିଦ୍ୟୁତ୍ ସି. ଦେଖା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ, କୁଡୁମ୍ବଶ୍ରୀର ମୁଖ୍ୟ ପରିଚାଳନା ଅଧିକାରୀ ସି. ନବୀନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।

ଏହି କର୍ମଶାଳାରେ ଶିକ୍ଷା, ଶିଳ୍ପ ଏବଂ ସାମାଜିକ ଉଦ୍ୟୋଗ ନେଟୱାର୍କର ପ୍ରଖ୍ୟାତ ବିଶେଷଜ୍ଞଙ୍କ ଅଂଶଗ୍ରହଣ ସହିତ ପରାମର୍ଶ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା ଏବଂ ବଜାର ପ୍ରବେଶ ଉପରେ ପ୍ୟାନେଲ ଆଲୋଚନା ହେବ। ବିଶେଷଜ୍ଞଙ୍କ ଅନ୍ତର୍ଦୃଷ୍ଟି ଏବଂ ଅବଦାନ ରାଜ୍ୟଗୁଡ଼ିକରେ ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେସନର ପ୍ରସାରକୁ ଆକାର ଦେବାରେ ସାହାଯ୍ୟ କରିବ। ଦୁଇ ଦିନିଆ ଆଲୋଚନା ରାଜ୍ୟଗୁଡ଼ିକରେ ଉଦ୍ୟୋଗ ଇନକ୍ୟୁବେସନର ପ୍ରସାର ପାଇଁ କାର୍ଯ୍ୟକ୍ଷମ ରଣନୀତି ପ୍ରଦାନ କରିବ। ଏହା ବିକଶିତ ଭାରତ@୨୦୪୭ର ଦୃଷ୍ଟିକୋଣ ସହ ଡିଏୱାଇ-ଏନଆରଏଲଏମ ଅଧୀନରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି।

କେରଳ ଗ୍ରାମୀଣ ଉଦ୍ୟୋଗ ଜାତୀୟ କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.