ନୂଆଦିଲ୍ଲୀ: ଏକ ବଡ ଘଟଣା ପଦାକୁ ଆସିଛି। ଯାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କେହି କେବେ ଭାବି ନ ଥିବ ଯେ, ଜଣେ ବାଳକ ବିମାନରେ ଲୁଚି ନୂଆଦିଲ୍ଲୀ ପର୍ଯ୍ୟନ୍ତ ଉଡି ଚାଲିଆସିବ। ହେଲେ ଏହି ପରି ଏକ ଅସମ୍ଭବ କଥା ବର୍ତ୍ତମାନ ସମ୍ଭବ ହୋଇପାରିଛି। ଜଣେ ବାଳକ ବିମାନ ଭିତରେ ଲୁଚି ନୂଆଦିଲ୍ଲୀରେ ଓହ୍ଲାଇଛି। ସୁରକ୍ଷା କର୍ମୀ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏତେ ସୁରକ୍ଷା ଭିତରେ ବାଳକଟି କିପରି ବିମାନରେ ଆସିଲା ସେ ନେଇ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି।
ତେବେ ଏହି ଆଶ୍ଚର୍ୟ୍ୟ ଘଟଣାଟି ଗତ ଶନିବାର ଦିନ ଘଟିଛି। ଆଫଗାନିସ୍ଥାନ କାବୁଲ ରୁ ନୂଆଦିଲ୍ଲୀକୁ ଆସିଥିଲା Kam Air Lines flight (RQ-4401) ବିମାନ। ଏହି ବିମାନରୁ ଯାତ୍ରୀ ବାହାରିଯିବା ପରେ ଏକ ବାଳକ ବିମାନ ତଳେ ବୁଲୁଥିବାର ସୁରକ୍ଷା କର୍ମି ଦେଖିବାକୁ ପାଇଲେ। ସେମାନେ ଆଶ୍ଚର୍ଯ୍ୟ ହୋଇ ସେ ବାଳକକୁ ଧରି ପଚରାଉଚୁରା କଲେ। ସେମାନେ ଜାଣିବାକୁ ପାଇଲେ ଯେ, ବାଳକଟି ବିନା ଟିକେଟରେ କାବୁଲ ଦିଲ୍ଲୀ ପଳାଇଆସିଛି। ଯାହାର ବୟସ ପାଖାପାଖି ତେର ବର୍ଷ ହେବ।
ଏହାପରେ ତାଙ୍କୁ ଅଫିସକୁ ଆଣି ଘନଘନ ପଚରାଉଚୁରା ଆରମ୍ଭ କରିଦେଲେ। ଫଳରେ ପିଲାଟି କିପରି ଆସିଲା ତାହା ବିମାନ ପାଖକୁ ଯାଇ ଦେଖାଇଲା। ସେଥିରୁ ଜଣାପଡିଲା ଯେ, ବାଳକଟି ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ଲୁଚି ଆସିଛି। ତେବେ ସେ କାବୁଲ ବିମାନ ବନ୍ଦର ଭିତରେ କେମିତ ପଶିଲା, କେହି କିପରି ଦେଖିପାରିଲେ ନାହିଁ ସେ ନେଇ ଭାରତୀୟ ସୁରକ୍ଷା କର୍ମିଙ୍କ ବଡ ସନ୍ଦେହ ସୃଷ୍ଟି ହୋଇଛି।
ତେବେ ସେହି ବାଳକଟିକୁ ସେହିଦିନ ପୁଣି ସେହି ବିମାନରେ କାବୁଲ ପଠାଇ ଦିଆଯାଇଥିଲା। ହେଲେ ଏପରି ସୁରକ୍ଷା ଭଙ୍ଗ ନେଇ ଭାରତୀୟ ସୁରକ୍ଷା ସଂସ୍ଥା ତଦନ୍ତ ଜାରୀ ରଖିଛି। ମୁଖ୍ୟତଃ କାବୁଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ଏପରି ଘଟିଲା ବୋଲି ଅନୁମାନ କରାଯାଉଛି।
( ଏହି ଫଟୋଟି ସାମାଜିକ ଗଣମାଧ୍ୟମରୁ ଗ୍ରହଣ କରାଯାଇଛି। ଏହାର ସତ୍ୟତା ଉପରେ କୌଣସି ନିଶ୍ଚିତତା ନାହିଁ)
Read More- Jio Payments Bank Unveils ‘Savings Pro’ with Up to 6.5% Returns