Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ
ଜାତୀୟ ଖବର

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିନା ଟିକେଟରେ ବିମାନ
ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ତାଜୁବ

ନୂଆଦିଲ୍ଲୀ: ଏକ ବଡ ଘଟଣା ପଦାକୁ ଆସିଛି। ଯାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କେହି କେବେ ଭାବି ନ ଥିବ ଯେ, ଜଣେ ବାଳକ ବିମାନରେ ଲୁଚି ନୂଆଦିଲ୍ଲୀ ପର୍ଯ୍ୟନ୍ତ ଉଡି ଚାଲିଆସିବ। ହେଲେ ଏହି ପରି ଏକ ଅସମ୍ଭବ କଥା ବର୍ତ୍ତମାନ ସମ୍ଭବ ହୋଇପାରିଛି। ଜଣେ ବାଳକ ବିମାନ ଭିତରେ ଲୁଚି ନୂଆଦିଲ୍ଲୀରେ ଓହ୍ଲାଇଛି। ସୁରକ୍ଷା କର୍ମୀ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏତେ ସୁରକ୍ଷା ଭିତରେ ବାଳକଟି କିପରି ବିମାନରେ ଆସିଲା ସେ ନେଇ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି।

ତେବେ ଏହି ଆଶ୍ଚର୍ୟ୍ୟ ଘଟଣାଟି ଗତ ଶନିବାର ଦିନ ଘଟିଛି। ଆଫଗାନିସ୍ଥାନ କାବୁଲ ରୁ ନୂଆଦିଲ୍ଲୀକୁ ଆସିଥିଲା Kam Air Lines flight (RQ-4401) ବିମାନ। ଏହି ବିମାନରୁ ଯାତ୍ରୀ ବାହାରିଯିବା ପରେ ଏକ ବାଳକ ବିମାନ ତଳେ ବୁଲୁଥିବାର ସୁରକ୍ଷା କର୍ମି ଦେଖିବାକୁ ପାଇଲେ। ସେମାନେ ଆଶ୍ଚର୍ଯ୍ୟ ହୋଇ ସେ ବାଳକକୁ ଧରି ପଚରାଉଚୁରା କଲେ। ସେମାନେ ଜାଣିବାକୁ ପାଇଲେ ଯେ, ବାଳକଟି ବିନା ଟିକେଟରେ କାବୁଲ ଦିଲ୍ଲୀ ପଳାଇଆସିଛି। ଯାହାର ବୟସ ପାଖାପାଖି ତେର ବର୍ଷ ହେବ।

ଏହାପରେ ତାଙ୍କୁ ଅଫିସକୁ ଆଣି ଘନଘନ ପଚରାଉଚୁରା ଆରମ୍ଭ କରିଦେଲେ। ଫଳରେ ପିଲାଟି କିପରି ଆସିଲା ତାହା ବିମାନ ପାଖକୁ ଯାଇ ଦେଖାଇଲା। ସେଥିରୁ ଜଣାପଡିଲା ଯେ, ବାଳକଟି ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ଲୁଚି ଆସିଛି। ତେବେ ସେ କାବୁଲ ବିମାନ ବନ୍ଦର ଭିତରେ କେମିତ ପଶିଲା, କେହି କିପରି ଦେଖିପାରିଲେ ନାହିଁ ସେ ନେଇ ଭାରତୀୟ ସୁରକ୍ଷା କର୍ମିଙ୍କ ବଡ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ସେହି ବାଳକଟିକୁ ସେହିଦିନ ପୁଣି ସେହି ବିମାନରେ କାବୁଲ ପଠାଇ ଦିଆଯାଇଥିଲା। ହେଲେ ଏପରି ସୁରକ୍ଷା ଭଙ୍ଗ ନେଇ ଭାରତୀୟ ସୁରକ୍ଷା ସଂସ୍ଥା ତଦନ୍ତ ଜାରୀ ରଖିଛି। ମୁଖ୍ୟତଃ କାବୁଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ଏପରି ଘଟିଲା ବୋଲି ଅନୁମାନ କରାଯାଉଛି।

( ଏହି ଫଟୋଟି ସାମାଜିକ ଗଣମାଧ୍ୟମରୁ ଗ୍ରହଣ କରାଯାଇଛି। ଏହାର ସତ୍ୟତା ଉପରେ କୌଣସି ନିଶ୍ଚିତତା ନାହିଁ)

Read More- Jio Payments Bank Unveils ‘Savings Pro’ with Up to 6.5% Returns

Kam Air Lines flight ବିନା ଟିକେଟରେ ବିମାନ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026
Latest News

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.