ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯିବା ପାଇଁ ବିମାନ କଂପାନୀଗୁଡିକର ମୁଖ୍ୟ କାର୍ଯ୍ୟ। ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆକାଶ ଏୟାର ଏକ ନୂଆ ନିୟମ ଜାରୀ କରିଛି। ତାହା ହେଲା ଯାତ୍ରୀମାନେ ବିମାନ ଛାଡିବାର ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦର ଆସିବାକୁ ଅନୁରୋଧ କରିଛି। ଏ ନେଇ ବିମାନ କଂପାନୀ ଏକ ପରମର୍ଶ ଜାରୀ କରିଛି।
ସାଧାରଣତଃ ବିମାନ ଛାଡିବାର ଏକ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ଚେକ ଇନ କରିଥାନ୍ତି। ହେଲେ ଆକାଶ ଏୟାର ଏହାର ସମୟ ବୃଦ୍ଧି କରି ତିନିଘଣ୍ଟା କରିଛି। ଏହାଦ୍ବାରା ଯାତ୍ରୀମାନଙ୍କର ଚେକ ଇନ ସୁବିଧାଜନକ ହେବା ସହିତ କେହି ଅସୁବିଧାରେ ପଡିବେ ନାହିଁ ବୋଲି କଂପାନୀ କହିଛି। ଏଥିସହିତ ଯାତ୍ରୀମାନେ ସେମାନଙ୍କର ସରକାରୀ ସ୍ବୀକୃତ ପରିଚୟ ପତ୍ର ଆଣିବା ପାଇଁ ମନେପକାଇ ଦେଇଛି।


