ଅଟୋ ଏକ୍ସପୋ 2020ରେ କେଆଇଏ କାର୍ଣ୍ଣିଭାଲ ଏମ୍‌ପିଭି

Published: Feb 5, 2020, 3:30 pm IST

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର କାର ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ଏହାର ନୂତନ କାର ଲଞ୍ଚ କରିଛି । ଏହି କାରଟିର ନାମ କାର୍ଣ୍ଣିଭାଲ ଏମ୍‌ପିଭି ରହିଥିବା ବେଳେ 2020ର ଅଟୋ ଏକ୍ସପୋରେ ଏହାର ଲଞ୍ଚ କରାଯାଇଛି । ତିନୋଟି ବର୍ଗରେ ଏହି କାର ଭାରତୀୟ ବଜାରରେ ଉପଲବ୍ଧ ହେବ : ପ୍ରିମିୟମ୍‌, ପ୍ରେଷ୍ଟିଜ୍‌ ଏବଂ ଲିମୋସାଇନ୍‌ । କାରଟି 7,8 ଏବଂ 9 ଆସନ ବିଶିଷ୍ଟ ରହିବ ବୋଲି ଜଣାପଡିଛି । କାର୍‌ରେ ସମସ୍ତ ପ୍ରକାରର ନୂତନ ବୈଶିଷ୍ଟ୍ୟ ରହିଥିବା ବେଳେ ଏଥିରେ ଏଲ୍‌ଇଡି ପ୍ରୋଜେକ୍ଟର ହେଡ୍‌ ଲ୍ୟାମ୍ପ ସହିତ ଚଉଡା ଏଲ୍‌ଇଡି ଟେଲ୍‌ର ବ୍ୟବହାର କରାଯାଇଛି । (ଏଜେନ୍ସି)

Related posts